ପ୍ରି-ଓନ୍‌ଡ ମୋଟରସାଇକେଲ ବିଜ୍‌ନେସ୍ ‘ରିଓନ୍‌’ର ସମ୍ପ୍ରସାରଣ କରିଛି ରୟାଲ ଏନ୍‌ଫିଲ୍ଡ

Share It

ଭୁବନେଶ୍ୱର: ମିଡ୍‌ସାଇଜ (୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗ୍‌ମେଂଟରେ ଗ୍ଲୋବାଲ ଲିଡର, ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଏହାର ପ୍ରି-ଓନ୍‌ଡ ମୋଟରସାଇକେଲ ବ୍ୟବସାୟ ‘ରିଓନ୍‌’ର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଭାରତର ୨୩୬ଟି ସହରର ଗ୍ରାହକ ଓ ଆର୍‌ଇ ଉତ୍ସାହୀମାନେ ଏବେ ଖୁବ୍ ସହଜରେ ନିଜର ବିଦ୍ୟମାନ ମୋଟରସାଇକେଲଗୁଡିକୁ ବିକ୍ରି କରିପାରିବେ ଏବଂ ରୟାଲ ଏନ୍‌ଫିଲ୍ଡର ଉତ୍ସାହଜନକ ଶୃଙ୍ଖଳାରୁ ନୂଆ ରାଇଡ୍‌କୁ ଅପ୍‌ଗ୍ରେଡ୍ ହୋଇପାରିବେ । ପ୍ରି-ଓନ୍‌ଡ ରୟାଲ ଏନ୍‌ଫିଲ୍‌ଡ ଯାନଗୁଡିକୁ କ୍ରୟ ଓ ବିକ୍ରି କରିବା ପାଇଁ ଏକ ସ୍ୱଚ୍ଛ ପ୍ଲାଟ୍‌ଫର୍ମ ରିଓନ୍‌କୁ କିଛି ନିର୍ଦ୍ଧିଷ୍ଟ ସହରରେ ୨୦୨୩ରେ ଶୁଭାରମ୍ଭ କରାଯାଇଥିଲା । ରିଓନ୍ ଏବେ ଗ୍ରାହକଙ୍କ ପାଇଁ ଭାରତର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୨୩୬ଟି ସହରରେ ରୟାଲ ଏନ୍‌ଫିଲ୍ଡର ୪୭୫ଟି ଡିଲରସିପ ମାଧ୍ୟମରେ ଉପଲବ୍ଧ ହେବ । ନେଟ୍‌ୱର୍କ ସମ୍ପ୍ରସାରଣ ବ୍ୟତୀତ ରୟାଲ ଏନ୍‌ଫିଲ୍ଡ, ରିଓନ୍‌ର ଆରଇ-ଟୁ-ଆର୍‌ଇ- ଏକ୍ସଚେଞ୍ଜଗୁଡିକ ମାଧ୍ୟମରେ ଏକ ପ୍ରି-ଓନ୍‌ଡ ରୟାଲ ଏନ୍‌ଫିଲ୍ଡ ମୋଟରସାଇକେଲରୁ ଏକ ନୂଆ ମୋଟରସାଇକେଲକୁ ଅପ୍‌ଗ୍ରେଡ ହେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ୍ସଚେଞ୍ଜ ଲାଭ ସହିତ ଏହାର ପ୍ରଥମ ଲୟାଲ୍ଟି ପ୍ରୋଗ୍ରାମର ଶୁଭାରମ୍ଭ କରିଛି ।

ରିଓନ୍‌ର ସମ୍ପ୍ରସାରଣ ଉପରେ ମତପ୍ରକାଶ କରି ରୟାଲ ଏନ୍‌ଫିଲ୍ଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ୟଦ୍‌ବିନ୍ଦର ସିଂହ ଗୁଲେରିଆ କହିଛନ୍ତି, “ ରୟାଲ ଏନ୍‌ଫିଲ୍ଡରେ ଆମେ ରାଇଡିଙ୍ଗ୍ ଉତ୍ସାହୀମାନଙ୍କୁ ଏକ ରୟାଲ ଏନ୍‌ଫିଲ୍ଡର ମାଲିକ ହେବାର ଆନନ୍ଦ ପ୍ରଦାନ କରିବା ପାଇଁ ନିରନ୍ତର ଭାବେ ଉଦ୍ଭାବନ କରୁଛୁ । କେବଳ କିଛି ନିର୍ଦ୍ଧିଷ୍ଟ ସହରରୁ ଏକ ବର୍ଷ ମଧ୍ୟରେ ଦେଶର ୨୩୬ଟି ସହରକୁ ରିଓନ୍‌ର ସମ୍ପ୍ରସାରଣ, ପ୍ରଥମ ହେଉ କିମ୍ବା ଅପ୍‌ଗ୍ରେଡ୍ ଗ୍ରାହକମାନଙ୍କୁ ଏକ ରୟାଲ ଏନ୍‌ଫିଲ୍ଡ କ୍ରୟ କରିବାର ବାଧାହୀନ ଓ ସ୍ୱଚ୍ଛ ମାଧ୍ୟମ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିର ବିସ୍ତାର ଅଟେ ।” ରିଓନ୍ ଉଭୟ ଇନ୍‌-ଷ୍ଟୋର ଓ ଅନ୍‌ଲାଇନ ବିକଳ୍ପ ପ୍ରଦାନ କରୁଛି, ଯାହା ଏହାକୁ ଗ୍ରାହକଙ୍କ ପାଇଁ ନିଜର ପୁରୁଣା ରୟାଲ ଏନ୍‌ଫିଲ୍ଡ ମୋଟରସାଇକେଲକୁ କ୍ରୟ, ବିକ୍ରୟ ଓ ଏକ୍ସଚେଞ୍ଜ କରିବା ସହଜ କରୁଛି । ସେଲରମାନେ ଏକ ଅନ୍‌ଲାଇନ ଫର୍ମ ପୂରଣ କରି ଯେକୌଣସି ସ୍ଥାନରେ ନିଜର ମୋଟରସାଇକେଲ ପାଇଁ ଏକ ମାଗଣା ଯାଂଚ ସମୟ ଧାର୍ଯ୍ୟ କରିପାରିବେ । ରିଓନ୍ ଅଣ ଆର୍‌ଇ ମୋଟରସାଇକେଲଗୁଡିକର ଏକ୍ସଚେଞ୍ଜକୁ ସୁଗମ କରିବା ପାଇଁ ଆଡ୍ରଏଟ ଅଟୋ, ଏସ୍‌ଏଏମ୍‌ଆଇଏଲ୍ ଓ ଇନ୍‌ଷ୍ଟାବିଡ୍ ସହ ସହଭାଗିତା କରିଛି । ରିଓନ୍‌ରେ ତାଲିକାଭୁକ୍ତ ପ୍ରତ୍ୟେକ ମୋଟରସାଇକେଲ ରୟାଲ ଏନ୍‌ଫିଲ୍ଡ ଦ୍ୱାରା ସାର୍ଟିଫାଏଡ ଅଟେ ଏବଂ ଏହା ୨୦୦ରୁ ଅଧିକ ଟେକ୍ନିକାଲ ଓ ମେକାନିକାଲ ଯାଂଚର ସମ୍ମୁଖୀନ ହୋଇଥାଏ, ଏଥିସହିତ ଏଗୁଡିକୁ ଅଥୋରାଇଜ୍‌ଡ ରୟାଲ ଏନ୍‌ଫିଲ୍ଡ ସର୍ଭିସ ସେଂଟରଗୁଡିକରେ ଜେନୁଇନ ପାର୍ଟର ବ୍ୟବହାର କରି ରିଫର୍ବିଶ କରାଯାଇଥାଏ । ଏହି ମୋଟରସାଇକେଲଗୁଡିକ ୧୨ ମାସର ବ୍ରାଣ୍ଡ ୱାରେଂଟି ଏବଂ ଦୁଇଟି ମାଗଣା ସର୍ଭିସ୍ ସହିତ ଆସୁଛି ।

 


Share It

Comments are closed.