ଜମି କାରବାର ମାମଲାରେ ଇଡି ନିକଟରେ ହାଜର ହେଲେ ରବର୍ଟ ଭଦ୍ରା, କହିଲେ- ଲୋକଙ୍କ ସ୍ୱରକୁ ଦମନ କରିବାର ପ୍ରୟାସ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟବସାୟୀ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ମଙ୍ଗଳବାର ଜମି କାରବାର ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଡକାଇଛି। ୫୬ ବର୍ଷୀୟ ରବର୍ଟ ଭଦ୍ରାଙ୍କୁ ପ୍ରଥମେ ଏପ୍ରିଲ ୮ତାରିଖରେ ଏହି ମାମଲାରେ ସମନ କରାଯାଇଥିଲା। ଭଦ୍ରାଙ୍କ ବିରୋଧରେ ତଦନ୍ତ ହରିୟାଣାର ଶିକୋହପୁରରେ ହୋଇଥିବା ଏକ ଜମି କାରବାର ସହ ଜଡିତ | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଦ୍ୱିତୀୟ ଥର ପାଇଁ ଜମି କାରବାର ମାମଲାରେ ସମନ କରିଛି | ସମନ୍ ଅଧୀନରେ ସେ ମଙ୍ଗଳବାର ସକାଳେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ଲୋକଙ୍କ ସ୍ୱରକୁ ଚୁପ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ଇଡି ତାଙ୍କୁ ଏପ୍ରିଲ ୮ରେ ହାଜର ହେବାକୁ ସମନ ଜାରି କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅନୁଯାୟୀ ଭଦ୍ରାଙ୍କ ବୟାନ ରେକର୍ଡ କରିବ। ଏହା ପୂର୍ବରୁ ଅନ୍ୟ ଏକ ମନି ଲଣ୍ଡରିଂ ମାମଲାରେ ଭଦ୍ରାଙ୍କୁ ପଚରାଉଚରା କରିଥିଲା ଫେଡେରାଲ ତଦନ୍ତକାରୀ ସଂସ୍ଥା ।
କ’ଣ ମାମଲା ?
ବାସ୍ତବରେ ହରିୟାଣା ଶିକୋହପୁର ଜମି କାରବାର ସଂକ୍ରାନ୍ତ ମନି ଲଣ୍ଡରିଂ ତଦନ୍ତ ମାମଲାରେ ଇଡି ମଙ୍ଗଳବାର ରବର୍ଟ ଭଦ୍ରାଙ୍କୁ ସମନ କରିଛି। ଏପ୍ରିଲ ୮ତାରିଖରେ ଜାରି ହୋଇଥିବା ପ୍ରଥମ ସମନ୍ ର ଜବାବରେ ଭଦ୍ରା ହାଜର ହୋଇନଥିଲେ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କ ସଂସ୍ଥା ସ୍କାଏଲାଇଟ୍ ହସ୍ପିଟାଲିଟି ସହ ଜଡ଼ିତ ଆର୍ଥିକ ଅନିୟମିତତାର ତଦନ୍ତ କରୁଥିବାରୁ ତାଙ୍କୁ ପଚରାଉଚରା ପାଇଁ ଇଡି ନିକଟରେ ହାଜର ହେବାକୁ କୁହାଯାଇଛି। ଇଡି ଅନୁଯାୟୀ, ରବର୍ଟ ଭଦ୍ରାଙ୍କ କମ୍ପାନୀ ୨୦୦୮ ଫେବୃଆରୀରେ ଗୁରୁଗ୍ରାମର ଶିକୋହପୁରରେ ଥିବା ଓମ୍କାରେଶ୍ୱର ପ୍ରୋପଟିଜରୁ ୩.୫ ଏକର ଜମି ୭.୫ କୋଟି ଟଙ୍କାରେ କିଣିଥିଲା। ଏହାପରେ ତାଙ୍କ କମ୍ପାନୀ ରିଅଲ ଇଷ୍ଟେଟ କମ୍ପାନୀ ଡିଏଲଏଫକୁ ୫୮ କୋଟି ଟଙ୍କାରେ ଜମି ବିକ୍ରି କରିଥିଲା ।
Comments are closed.