ଖଣ୍ଡଗିରି ଯାତ୍ରାରେ ଲୁଟ ଘଟଣା: ୩ ଜଣ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ

Share It


ଭୁବନେଶ୍ୱର,୦୧/୦୨: ଚଳିତ ବର୍ଷର ଖଣ୍ଡଗିରି ଯାତ୍ରା ସମୟରେ ଘଟିଥିବା ଲୁଟ ଘଟଣାରେ ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ଯାତ୍ରାକୁ ବୁଲିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ଗ୍ୟାଙ୍ଗ ଲୁଟ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ଠାରୁ ମୋବାଇଲ ଫୋନ୍ ଲୁଟ ହୋଇଥିବା ନେଇ ସମ୍ପୃକ୍ତ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଦୁଇଜଣ ଯାଜପୁର ଜିଲ୍ଲାର ଏବଂ ଜଣେ ପଶ୍ଚିମବଙ୍ଗର ଲୁଟେରାଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏନେଇ ପୋଲିସ ଆଗାମୀ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ କୌଣସି ଲୁଟ ଘଟଣାରେ ସେମାନଙ୍କ ସଂପୃକ୍ତି ଥିବା କି ନାହିଁ, ତାହା ଖୋଜାଯାଉଛି।

ପୋଲିସ ପକ୍ଷରୁ ଯାତ୍ରା ଓ ମେଳା ଅଞ୍ଚଳରେ ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ


Share It

Comments are closed.