ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ରାସ୍ତାରୋକ
ଜଗତସିଂହପୁର,୨୮/୦୩: କାର ଧକ୍କାରେ ଜଗତସିଂହପୁରର ଗାଦିବ୍ରହ୍ମ ମହିଳା କଲେଜର ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ ତୃପ୍ତିମୟୀ ସାହୁଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ତାଙ୍କ ସହପାଠୀ ଓ ଅନ୍ୟ ଛାତ୍ରୀମାନେ।ଘଟଣା ଘଟିବାର ୪ ଦିନ ହୋଇଯାଇଥିଲେ ହେଁ କାହିଁକି କାରରେ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଧରାଯାଉନାହିଁ ବୋଲି ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ପୁଲିସ୍ ଜାଣିଶୁଣି ମାମଲାଟିକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। କାର ଡ୍ରାଇଭରକୁ ଫାଶୀ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ଗତ ୨୫ ତାରିଖରେ ଜଗତସିଂହପୁରର ସାନ ବଜାର ଜଇପୁର ରୋଡ୍ ଛକ ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ତୃପ୍ତିମୟୀ ସାଇକେଲରେ ଯାଉଥିବା ବେଳେ କାର୍ଟି ତାଙ୍କୁ ଧକ୍କା ଦେଇଥିଲା। କାର୍ଟି ସେତେବେଳେ ଦ୍ରୁତଗତିରେ ଯାଉଥିଲା ବୋଲି ସ୍ଥାନୀୟ ଲୋକଙ୍କ ସୂଚନା।

Comments are closed.