ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଲେ ରୀୟା ଚକ୍ରବର୍ତୀ, ସେୟାର କଲେ ସୁଶାନ୍ତଙ୍କ ନାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ

Share It

ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗ ପରେ ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସ ବିତିଗଲାଣି | ବର୍ତ୍ତମାନ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ରିୟା ଚକ୍ରବର୍ତ୍ତୀ ପ୍ରଥମଥର ତାଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ବିୟୋଗ ପରଠାରୁ ରିୟା କିଛି ପୋଷ୍ଟ କରିନଥିଲେ।

ରିୟା ସୁଶାନ୍ତଙ୍କ ସହ ସୋସିଆଲ ମିଡିଆରେ କିଛି ବିଶେଷ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରିବାବେଳେ ରିୟା ସୁଶାନ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଲେଖିଛନ୍ତି।

ରିୟା ଲେଖିଛନ୍ତି, “ତଥାପି ମୋର ଭାବନାକୁ ସାମ୍ନା କରିବାକୁ ସଂଘର୍ଷ କରୁଛି … ମୋର ହୃଦୟ ବିଚଳିତ ହୋଇପଡିଛି। ତୁମେ ମୋତେ ପ୍ରେମ, ଏହାର ଶକ୍ତି ଉପରେ ବିଶ୍ବାସ କରିବାକୁ ଶିଖାଇଲ। ତୁମେ ମୋତେ ଶିଖାଇଛ ଯେ ଏକ ସରଳ ଗଣିତ ପ୍ରଶ୍ନ କିପରି ଜୀବନର ଅର୍ଥକୁ ବୁଝାଇପାରେ ମୁଁ ପ୍ରତିଦିନ ତୁମଠାରୁ ଶିଖିଲି। ମୁଁ କେବେ ମଧ୍ୟ ବୁଝିବିନାହିଁ ଯେ ତୁମେ ଏଠାରେ ସାଥିରେ ନାହଁ। ”

View this post on Instagram

Still struggling to face my emotions.. an irreparable numbness in my heart . You are the one who made me believe in love, the power of it . You taught me how a simple mathematical equation can decipher the meaning of life and I promise you that I learnt from you every day. I will never come to terms with you not being here anymore. I know you’re in a much more peaceful place now. The moon, the stars, the galaxies would’ve welcomed “the greatest physicist “with open arms . Full of empathy and joy, you could lighten up a shooting star – now, you are one . I will wait for you my shooting star and make a wish to bring you back to me. You were everything a beautiful person could be, the greatest wonder that the world has seen . My words are incapable of expressing the love we have and I guess you truly meant it when you said it is beyond both of us. You loved everything with an open heart, and now you’ve shown me that our love is indeed exponential. Be in peace Sushi. 30 days of losing you but a lifetime of loving you…. Eternally connected To infinity and beyond

A post shared by Rhea Chakraborty (@rhea_chakraborty) on


ଜଣାଇଦେଉଛୁ ଯେ ୧୪ ଜୁନ୍ ରେ ସୁଶାନ୍ତ ଏହି ଦୁନିଆରୁ ବିଦାୟ ନେଇଥିଲେ | ସୁଶାନ୍ତ ନିଜ ମୁମ୍ବାଇ ସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ପରେ ବଲିଉଡ ଠାରୁ ଆରମ୍ଭ କରି ତାଙ୍କର ପ୍ରଶଂସକମାନେ ମଧ୍ୟ ଏଥିରେ ମର୍ମାହତ ହୋଇପଡ଼ିଛନ୍ତି ।


Share It

Comments are closed.