୧୦ଟାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

Share It

ଭୁବନେଶ୍ୱର,୦୬/୦୪:ପୁଣି ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ବିବାଦ। ବନ୍ଦ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି।ସକାଳ 10ଟାରେ ସାହାଣ ମେଲା ପରଠାରୁ ବନ୍ଦ ରହିଛି ସମସ୍ତ ନୀତିକାନ୍ତି।ବଡୁ ନିଯୋଗର ଅଭିଯୋଗ ହେଉଛି ମନ୍ଦିର ଟ୍ରଷ୍ଟି ନାରାୟଣ ମହାପାତ୍ର,ହେମାଦ୍ରୀ ମହାପାତ୍ରଙ୍କ ସମେତ ସୁଆର ନିଯୋଗର 25 ରୁ ଅଧିକା ସେବାୟତ ଅଚାନକ ଯୋଜନାବଧ ଭାବରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ କରି ଲିଙ୍ଗରାଜଙ୍କ ଲିଙ୍ଗକୁ ଘୋଡାଇ ରଖିଥିବା ରୂପା ଘୋଡ଼କୁ କାଢି ନେବାକୁ ଚେଷ୍ଟା କରୁଥିବା ସମୟରେ ପାଳିଆ ବଡୁ କମଳାକାନ୍ତ ବଡୁ ବିରୋଧ କରିଥିଲେ। ସେହି ସମୟରେ ଉଭୟ ନିଯୋଗ ମଧରେ ପାଟିତୁଣ୍ଡ ସହ ଠେଲା ପେଲା ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି କମଳାକାନ୍ତ ବଡୁ। ଯାହା ପରଠାରୁ  ଉଭୟ ନିଯୋଗ ପକ୍ଷରୁ ବିରୋଧ କରାଯାଇ ମନ୍ଦିର ନୀତିକାନ୍ତି ବନ୍ଦ ରହିଛି। ତେବେ ଘଟଣାରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜ଼ିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଉଭୟ ନିଯୋଗ। ସେପଟେ ପୂର୍ବରୁ ମଧ୍ୟ ନାରାୟଣ ମହାପାତ୍ର ଲିଙ୍ଗରାଜଙ୍କ ଘୋଡା କାଢି ନେବ ନେଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବଡୁ ନିଯୋଗର କମଳାକାନ୍ତ ବଡୁ।


Share It

Comments are closed.