ଡରାଇଲାଣି ତାତି,ରାଜ୍ୟରେ ଉପରମୁହାଁ ପାରଦ
ଭୁବନେଶ୍ଵର,୧୪/୦୩:ରାଜ୍ୟରେ ଉପରମୁହାଁ ପାରଦ।ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ରେ ଗୁଳୁଗୁଳି ।ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ହିଟ ୱେଭ ଜାରି।ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ ୱେଭ୍ ଆଲର୍ଟ ଜାରି କଲା ଆଂଚଳିକ ପାଣିପାଗ ବିଭାଗ। ପୁଣିଥରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ସେଠାରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହେବା ସହ ହୀରାକୁଦ ୪୦.୨ ଡିଗ୍ରୀ,ସମ୍ବଲପୁର ୩୯.୯ ଡିଗ୍ରୀ,ରାଉରକେଲା ୩୮.୮ ଡିଗ୍ରୀ,ଭୁବନେଶ୍ବର ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।
ସେପଟେ ୧୫ ତାରିଖରୁ ବଦଳି ପାରେ ପାଗ।ଗରମରୁ ମିଳିପାରେ ଆଶ୍ବସ୍ତି! ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, କୁଆପଥର ବୃଷ୍ଟି ସମ୍ଭାବନା।୧୫ ତାରିଖ ପାଇଁ ମୟୂରଭଞ୍ଜ ଓ କେଂଉଝର ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଜାରି।

Comments are closed.