ରାହୁଲଙ୍କ ମନ୍ତବ୍ୟକୁ ନେଇ ଆହତ ଯବାନଙ୍କ ବାପା ଦେଲେ ଏହି ଉପଦେଶ, କହିଲେ ଗଲୱାନକୁ ନେଇ କର ନାହିଁ ରାଜନୀତି
ଗଲୱାନ ବିବାଦକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲାବେଳେ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ପରେ ବି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୀନ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ତେବେ ରାହୁଲଙ୍କ ଏପରି ମନ୍ତବ୍ୟର ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଶାହ ଗଲୱାନରେ ଆହତ ଜଣେ ଯବାନଙ୍କ ବାପାଙ୍କ ଟ୍ୱିଟକୁ ରି-ଟ୍ୱିଟ କରି ଗଲୱାନ ବିବାଦରେ ଛୋଟ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି।
A brave armyman’s father speaks and he has a very clear message for Mr. Rahul Gandhi.
At a time when the entire nation is united, Mr. Rahul Gandhi should also rise above petty politics and stand in solidarity with national interest. https://t.co/BwT4O0JOvl
— Amit Shah (@AmitShah) June 20, 2020
ଗଲୱାନରେ ଆହତ ଜଣେ ଯବାନଙ୍କ ବାପା ଟ୍ୱିଟ କରି ଲେଖିଛନ୍ତି, ଭାରତୀୟ ସେନା ଚୀନ କ’ଣ, ଯେକୌଣସି ଦେଶର ସେନାକୁ ହରାଇପାରିବ। ମୁଁ ରାହୁଲ ଗାନ୍ଧୀଙ୍କୁ କହୁଛି ସେ ଏହା ଉପରେ ରାଜନୀତି କରନ୍ତୁ ନାହିଁ। ମୋ ପୁଅ ସେନାରେ ଲଢ଼େଇ କରିଛି ଏବଂ ସୁସ୍ଥ ହେବା ପରେ ପୁଣି ଲଢ଼ିବ। ରାହୁଲ ରାଷ୍ଟ୍ରହିତରେ ଛିଡ଼ା ହେବା ଉଚିତ।
ଶାହ କହିଛନ୍ତି, ଏଭଳି ସମୟରେ ପୂରା ଦେଶ ଏକାଠି ହୋଇଛି। ରାହୁଲ ଗାନ୍ଧୀଙ୍କୁ ବି ଛୋଟ ରାଜନୀତିରୁ ଉପରକୁ ଉଠିବା ଉଚିତ। ସେ ରାଷ୍ଟ୍ରହିତରେ ଦୃଢ଼ ଭାବେ ଛିଡ଼ା ହେବା ଦରକାର। ସୂଚନାଯୋଗ୍ୟ, ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଦେଶର ସୀମାରେ କେହି ପ୍ରବେଶ କରିନାହାନ୍ତି, କି ପ୍ରବେଶ କରି ନ ଥିଲେ। ଏହାକୁ ନେଇ ରାହୁଲ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଚୀନର ଆକ୍ରମଣ ସାମ୍ନାରେ ପ୍ରଧାନମନ୍ତ୍ରୀ ନିଜର ଅଞ୍ଚଳକୁ ଆତ୍ମସମର୍ପଣ କରିଦେଇଛନ୍ତି।
Comments are closed.