ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଭର୍ଚୁଆଲ ଏଜିଏମ୍ ପାଲଟିଲା ବିଶ୍ୱର ସର୍ବବୃହ ସେୟାର ହୋଲଡ୍‌ର ବୈଠକ


ମୁମ୍ବାଇ/ ଭୁବନେଶ୍ୱର: ବୁଧବାର ଅନୁଷ୍ଠିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରଥମ ଭର୍ଚୁଆଲ ବାର୍ଷିକ ସାଧାରଣ ବୈଠକ ବା ଏଜିଏମ୍ ଅନେକ କ୍ଷେତ୍ରରେ ରେକର୍ଜ ସୃଷ୍ଟି କରିଛି । କମ୍ପାନୀର ନୂଆ ପ୍ଲାଟଫର୍ମ ଜିଓ ମିଟ୍ ଜରିଆରେ ଏକ ସମୟରେ ୪୮ଟି ଦେଶର ୫୫୦ ସହରର ୩.୨ ଲକ୍ଷ ସେୟାରହୋଲଡର ଏହି ଭର୍ଚୁଆଲ ମିଟ୍‌ରେ ସାମିଲ ହୋଇଥିଲେ । ସଂଖ୍ୟା ଦୃଷ୍ଟିରୁ ଏହା ବିଶ୍ୱର ଏଯାଏଁ ସର୍ବବୃହତ୍ତସେୟାରହୋଲଡର ବୈଠକ । ଏଥି ସହିତ କମ୍ପାନୀର ସୋସିଆଲ ମିଡିଆ ମାଧ୍ୟମ ୟୁଟ୍ୟୁବ୍‌, ଫେସବୁକ୍‌ରେ ହୋଇଥିବା ଲାଇଭରେ ଦୁଇ ଲକ୍ଷରୁ ଅଧିକ ଲୋକ ଯୋଡି ହୋଇଥିବା ଜଣାପଡିଛି । ଜିଓ ଟିଭି ଓ ଅନ୍ୟାନ୍ୟ ଲାଇଭ ପ୍ଲାଟ୍‌ଫର୍ମରେ ଲକ୍ଷ ଲକ୍ଷ ବ୍ୟକ୍ତି ଏହି ଏଜିଏମର ସିଧାପ୍ରସାରଣ ଦେଖିିଛନ୍ତି । କୋଭିଡ୧୯ ସଂକ୍ରମଣ ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ରିଲାଏନ୍ସର ଏଜିଏମ୍ ସମ୍ପୂର୍ଣ୍ଣ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି ।
ଏସିଆ, ୟୁରୋପ, ୟୁଏସ୍ ଓ ଭାରତର ବିଭିନ୍ନ ସହରର ସେୟାର ହୋଲଡରମାନେ ଭର୍ଚୁଆଲ ଏଜିଏମରେ ଯୋଡି ହୋଇଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସମସ୍ତ ନିର୍ଦ୍ଦେଶକ, କମ୍ପାନୀ ସେକ୍ରେଟାରୀମାନେ ନିଜ ଘରୁ ଜିଓ ମିଟ୍ ମାଧ୍ୟମରେ ଏହି ବୈଠକରେ ଯୋଡି ହୋଇଥିଲେ । ଜିଓ ପ୍ଲାଟଫର୍ମର ନିର୍ଦ୍ଦେଶକ ନିଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ କିରନ ଥୋମାସ୍ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଡି ହୋଇ ଜିଓ ଗ୍ଲାସ ସମେତ ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଂଜନ କ୍ଷେତ୍ରରେ କମ୍ପାନୀର ବିଭିନ୍ନ ଉତ୍ପାଦର ଡେମୋ ଦେଖାଇଥିଲେ ।
ଏଥି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏଜିଏମରେ ପ୍ରଥମ ଥର ପାଇଁ ସେୟାରହୋଲଡରମାନଙ୍କୁ ସମ୍ବୋଧିତ କରିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ । କୋଭିଡ ପରିପ୍ରେକ୍ଷୀରେ ଫାଉଣ୍ଡେସନ ପକ୍ଷରୁ ନିଆଯାଇଥିବା ବ୍ୟାପକ ପଦକ୍ଷେପ ଓ ସହାୟତା ସମ୍ପର୍କରେ ସୂଚନା ଦେବା ସହିତ ଆଗାମୀ ଦିନରେ ନିଆଯିବାକୁ ଥିବା ଅନେକ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ସେ ଅବତାରଣା କରିଥିଲେ । ଏଥି ସହିତ ଭାରତକୁ ପିପିଇ କିଟ୍ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ରିଲାଏନ୍ସ ନିର୍ବାହ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ସୂଚନା ଦେବା ସହିତ ଆଗାମୀ ଦିନରେ କୋଭିଡ୍ ମୁକାବିଲା କ୍ଷେତ୍ରରେ ସହାୟତା ନେଇ କମ୍ପାନୀର ପ୍ରତିବଦ୍ଧତା ଦୋହରାଇଥିଲେ ।
ବିଶ୍ୱରେ ପ୍ରଥମ ଥର ପାଇଁ ଏଜିଏମ୍‌ରେ ରିଲାଏନ୍ସ ପକ୍ଷରୁ ଜିଓ ହାପଟିକ୍ ଦ୍ୱାରା ବିକଶିତ ଚାଟ୍ ବଟ୍ ଜରିଆରେ ସେୟାର ହୋଲଡରମାନଙ୍କୁ ସୂଚନା ଦେବା ସହ ଭର୍ଚୁଆଲ ଏଜିଏମରେ ଯୋଡି ହେବା ପାଇଁ ସହାୟତା ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ବୁଧବାର ପ୍ରଥମ ଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ କମ୍ପାନୀର ୪୩ତମ ଏଜିଏମ୍‌ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅନେକ ବଡ ଘୋଷଣା କରିଥିଲେ । ସେଗୁଡିକ ମଧ୍ୟରେ ପ୍ରମୁଖ ରହିଥିଲା ଗୁଗୁଲ ପକ୍ଷରୁ ଜିଓ ପ୍ଲାଟଫର୍ମରେ ୩୩ ହଜାର ୭୩୭ କୋଟି ଟଙ୍କା ପୁଂଜିିନିବେଶ, ମିଳିତ ଭାବରେ ଆଣ୍ଡ୍ରଏଡ୍ ଭିତ୍ତିକ ଶସ୍ତା ସ୍ମାର୍ଟ ଫୋନ ବିକାଶ, ଜିଓ ମାର୍ଟର ସଂପ୍ରସାରଣ, ତୈଳ ଓ ପେଟ୍ରୋ କେମିକାଲ କ୍ଷେତ୍ରର ପୁନର୍ବିନ୍ୟାସ, ଜିଓ ମିଟ୍‌ର ସଫଳତା ଓ ସଂମ୍ପ୍ରସାରଣ, ରିଲାଏନ୍ସ ରିଟେଲ୍‌ରେ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ବର୍ଦ୍ଧିଷ୍ଣୁ ରୁଚି ଇତ୍ୟାଦି ।


Share It

Comments are closed.