ରାଇସ୍ କ୍ରପ୍ ମ୍ୟାନେଜର୍ (ଆର୍ସିଏମ୍)- ସାଇଟ୍-ସ୍ପେଶିଫିକ୍ ନ୍ୟୁଟ୍ରିଏଂଟ୍ ମ୍ୟାନେଜ୍ମେଂଟ୍ ପାଇଁ ଏକ ଆଇସିଟି ଉପକରଣ
ପ୍ରୀତି ଭାରତୀ, ଅଜୟ କୁମାର ମିଶ୍ର ଓ ଶୀତଲ୍ ଶର୍ମା
ଭୁବନେଶ୍ୱର: ଓଡିଶାରେ କାର୍ଯ୍ୟକ୍ଷମ ଚାଷଜମିର ୯୨% କ୍ଷୁଦ୍ର ଓ ପ୍ରାନ୍ତୀୟ ବର୍ଗର ଏବଂ କୃଷକମାନଙ୍କ ମଧ୍ୟରେ ଫସଲର ପରିଚାଳନା ଅଭ୍ୟାସରେ ପାର୍ଥକ୍ୟ ହେତୁ ପୋଷଣତତ୍ୱ ସ୍ଥିତି ପରିବର୍ତନଶୀଳ ହୋଇଥାଏ । ସାଧାରଣତଃ କୃଷକମାନେ ଏକ କ୍ଷେତ୍ର କିମ୍ବା ରାଜ୍ୟର ସମସ୍ତ ଚାଷଜମିରେ ଏନ୍, ପି ଓ କେ ସାରର ଏକ ସମାନ ହାର ବ୍ୟବହାର କରିଥାନ୍ତି, ଯାହାଫଳରେ ମୃତିକାରୁ ଆବଶ୍ୟକୀୟ ପୋଷଣତତ୍ୱର ଯୋଗାଣ, ଫସଲ-ବୃଦ୍ଧି ସ୍ଥିତି, ପାଣିପାଗ, ମୃତିକା ଓ ଫସଲ ପରିଚାଳନା ଅଭ୍ୟାସଗୁଡିକ କ୍ଷେତ୍ରରେ ଚାଷଜମିରେ ବିଭିନ୍ନ ପ୍ରକାରର ପରିବର୍ତନକୁ ଅଣଦେଖା କରାଯାଇଥାଏ । ରାଜ୍ୟରେ ସାରର ବ୍ୟବହାର ସର୍ବନିମ୍ନ ୯.୮୫ କିଲୋଗ୍ରାମ/ଏଚ୍ଏ (କନ୍ଧମାଳ)ରୁ ସର୍ବାଧିକ ୧୫୪.୨୦ କିଲୋଗ୍ରାମ/ଏଚ୍ଏ (ନବରଙ୍ଗପୁର) ପର୍ଯ୍ୟନ୍ତ ଭିନ୍ନ ହୋଇଥାଏ ।
ଇଂଟର୍ନ୍ୟାଶନାଲ ରାଇସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଆଇଆର୍ଆର୍ଆଇ), ଡିପାର୍ଟମେଂଟ୍ ଅଫ୍ ଆଗ୍ରିକଲ୍ଚର ଆଣ୍ଡ ଫାର୍ମର୍ସ ଏମ୍ପାୱାରମେଂଟ୍ (ଡିଏଏଫ୍ଇ) ଓଡିଶା ସହଭାଗିତାରେ ଆଇସିଟି ଉପକରଣ ‘ରାଇସ୍ କ୍ରପ୍ ମ୍ୟାନେଜର (ଆର୍ସିଏମ୍)’ ମାଧ୍ୟମରେ ସନ୍ତୁଳିତ ସାର ପ୍ରୟୋଗର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରୁଛି । ଏହା ସାଇଟ୍-ସ୍ପେଶିଫିକ୍ ନ୍ୟୁଟ୍ରିଏଂଟ୍ ମ୍ୟାନେଜ୍ମେଂଟ୍ (ଏସ୍ଏସ୍ଏନ୍ଏମ୍)ର ନୀତି ଉପରେ ଆଧାରିତ ଏବଂ ଏହାକୁ ଚାଉଳ-ଆଧାରିତ ଫସଲ ପ୍ରଣାଳୀର ଉତ୍ପାଦକତା ବଜାୟ ରଖିବା ଓ କ୍ଷୁଦ୍ର ଚାଷୀମାନଙ୍କର ଶୁଦ୍ଧ ଆୟ ବୃଦ୍ଧି କରିବା ପାଇଁ ବିକଶିତ କରାଯାଇଛି । ଯେହେତୁ ବର୍ଷା ପରିସ୍ଥିତିରେ ଚାପ ସ୍ଥିତି (ବନ୍ୟାକିମ୍ବା ମରୁଡି) ପୋଷଣ ପରିଚାଳନା ରଣନୀତିଗୁଡିକୁ ପ୍ରଭାବିତ କରିଥାଏ, ତେଣୁ ଆର୍ସିଏମ୍କୁ କିଭଳି ସାରର ମାତ୍ରାଗୁଡିକୁ ପରିଚାଳନା କରାଯିବ ଓ ଚାପ ସ୍ଥିତିରେ ବିଭାଗ କରାଯିବ ତାହା ଉପରେ ସଂଶୋଧିତ ପରାମର୍ଶ ସହିତ ଉପଯୁକ୍ତ ଏସ୍ଟିଆର୍ଭିଗୁଡିକର ପରାମର୍ଶ ଦେବା ପାଇଁ କଷ୍ଟମାଇଜ୍ କରାଯାଇଛି । ଆର୍ସିଏମ୍ ପରାମର୍ଶଗୁଡିକୁ ଏକ ମୁଦ୍ରିତ ସୁପାରିଶ ଆକାରରେ ଦିଆଯାଇଛି ଯାହାକି ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ ଏବଂ ଏହାକୁ ମେସେଜ୍ କିମ୍ବା ଭଏସ୍ କଲ୍ ମାଧ୍ୟମରେ ମଧ୍ୟ ସେୟାର କରାଯାଇପାରିବ ।
କୃଷକମାନଙ୍କ ମଧ୍ୟରେ ଏହି ଟେକ୍ନୋଲୋଜିର ବିସ୍ତାର କରିବା ପାଇଁ ଆଇଆର୍ଆର୍ଆଇ ରାଜ୍ୟରେ ଅନେକ ଏକ୍ସଟେନ୍ସନ୍ ସେବା ପ୍ରଦାତାଙ୍କ ସହିତ ସହଭାଗିତା କରିଥିଲା । କୃଷି ବିଭାଗର ଏକ୍ସଟେନ୍ଶନ କର୍ମଚାରୀ ଓ ଏନ୍ଜିଓ ସହଯୋଗୀମାନଙ୍କୁ ଆପ୍କୁ ବ୍ୟବହାର କରିବା ଓ କୃଷକମାନଙ୍କ ନିକଟରେ ସେମାନଙ୍କ ଘରେ ପହଂଚିବା ଲାଗି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କମନ୍ ସର୍ଭିସ୍ ସେଂଟର୍ (ସିଏସ୍ସି)ଗୁଡିକ ସହିତ ଗ୍ରାମ ସ୍ତରରେ ସେମାନଙ୍କର ବ୍ୟାପକ ଉପସ୍ଥିତି ସହିତ ସିଏସ୍ସି ସେଂଟର୍କୁ ଆସୁଥିବା କୃଷକମାନଙ୍କୁ ମୁଦ୍ରିତ ପରାମର୍ଶ ପ୍ରଦାନ କରିବା ପାଇଁ ସହଭାଗିତା କରାଯାଇଥିଲା । କୃଷକମାନଙ୍କର ମଧ୍ୟ ଟେଲିଫୋନ୍ ମାଧ୍ୟମରେ ସାକ୍ଷାତକାର ନିଆଯାଇଥିଲା ଏବଂ ସେମାନଙ୍କର କଷ୍ଟମାଇଜ୍ଡ ପରାମର୍ଶଗୁଡିକୁ ସେମାନଙ୍କ ମୋବାଇଲ ଫୋନ୍କୁ ଭଏସ୍ କଲ୍ ଆକାରରେ ପଠାଯାଇଥିଲା । ଓଡିଶାରେ ମୋବାଇଲ ଫୋନ୍ଗୁଡିକର ବର୍ଦ୍ଧିତ ପ୍ରବେଶ ସହିତ, କୃଷକମାନଙ୍କୁ ନିଜେ ଏହି ଉପକରଣର ବ୍ୟବହାର ଶିଖିବାକୁ ପ୍ରୋତ୍ସାହିତ କରିବା ଲାଗି ଏକ ସୁଯୋଗ ରହିଛି ଏବଂ ଆଇଆର୍ଆର୍ଆଇ ସେମାନଙ୍କ ପାଇଁ ତଥା ପଡୋଶୀ ଚାଷୀମାନଙ୍କ ପାଇଁ ସୁପାରିଶଗୁଡିକୁ ପ୍ରସ୍ତୁତ କରିବା ଲାଗି ଅନେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକ, ଗ୍ରାମାଂଚଳର ଯୁବପିଢି ଓ ମହିଳା ଚାଷୀମାନଙ୍କୁ ପ୍ରଶିକ୍ଷିତ କରିଛି । ରାଜ୍ୟର ପ୍ରାୟ ୨.୫ ଲକ୍ଷ କୃଷକ ଏହି ପରାମର୍ଶଗୁଡିକୁ ଗ୍ରହଣ କରିଛନ୍ତି । ଅମଳ ତଥ୍ୟ ଦର୍ଶାଉଛି ଯେ, ଆର୍ସିଏମ୍ ପରାମର୍ଶ ଅନୁଯାୟୀ ନ୍ୟୁଟ୍ରିଏଂଟ୍ ମ୍ୟାନେଜ୍ମେଂଟ୍ ଅଭ୍ୟାସକୁ ଅନୁସରଣ କରିଥିବା କୃଷକମାନେ ଖରିଫ୍ରେ ଏକ ଅତିରିକ୍ତ ୦.୬୪ ଟି/ଏଚ୍ଏ ଓ ରବିରେ ହାରାହାରି ୦.୪୭ ଟି/ଏଚ୍ଏ ପାଇବାକୁ ସକ୍ଷମ ହୋଇଥିଲେ ଯାହାକି ଯଥାକ୍ରମେ ୧୧୯୫୫ ଟଙ୍କା ଓ ୮୭୮୦ ଟଙ୍କାର ଏକ ଶୁଦ୍ଧ ଆୟ ରିଟର୍ଣ୍ଣ ଥିଲା ।
ଯେଉଁ ଅଂଚଳଗୁଡିକରେ କୃଷକମାନେ ଆବଶ୍ୟକଠାରୁ ଅଧିକ ଜଟିଳ ସାର ପ୍ରୟୋଗ କରୁଥିଲେ, ସେଠାରେ ଆର୍ସିଏମ୍ ସୁପାରିଶ ସେମାନଙ୍କୁ ନିଜର ନିର୍ଦ୍ଧିଷ୍ଟ ପ୍ୟାଚ୍ ଓ ବଢୁଥିବା ବିବିଧତା ପାଇଁ କେତେବେଳେ ଓ କେତେ ପରିମାଣର ସାର ପ୍ରୟୋଗ କରାଯିବ ତାହା ବୁଝିବାରେ ସାହାଯ୍ୟ କରିଥିଲା । ପୁରୀର ଡାଙ୍ଗହିର ଗ୍ରାମର ଜଣେ ଚାଷୀ ଏମ୍ଡି. ମନନ୍ କହିଛନ୍ତି, ମୁଁ ଅଧିକ ଅମଳ ପାଇବା ପାଇଁ ଆବଶ୍ୟକଠାରୁ ୩୦% ଅଧିକ ଡିଏପି ପ୍ରୟୋଗ କରୁଥିଲି କିନ୍ତୁ ଆର୍ସିଏମ୍ର ସୁପାରିଶଗୁଡିକୁ ଅନୁସରଣ କରିବା ପରେ ଦୁଇଟି ଋତୁ ପାଇଁ ଅମଳରେ କୌଣସି ସାଲିସ୍ ନକରି ମୁଁ ସାର ଉପରେ ଅଧିକ ସଂଚୟ କରିପାରିଥିଲି ।
ଏହି କଷ୍ଟମାଇଜ୍ଡ ପରାମର୍ଶ ଓ ନିର୍ଦ୍ଧିଷ୍ଟ ଜମି ଆକାର ପାଇଁ ଚୟନ ହୋଇଥିବା ସାର ପରିମାଣ ଏହାକୁ କୃଷକମାନଙ୍କ ପାଇଁ ଅନୁସରଣ କରିବା ଲାଗି ଅନୁକୂଳ କରିଥାଏ ଏବଂ ସେମାନଙ୍କୁ ଯେକୌଣସି ହିସାବ ଓ ଗଣନାରୁ ସୁରକ୍ଷା ଦେଇଥାଏ । କଟକର ଡମପଡା ବ୍ଲକ୍ର ଜଣେ ଗ୍ରାମୀଣ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ) ମାଧବ ଓଝା ଏହାକୁ ଦୋହରାଇଛନ୍ତି ଓ କହିଛନ୍ତି, ଆର୍ସିଏମ୍ ଉପକରଣ ମୋତେ କୃଷକମାନଙ୍କୁ ସଠିକ୍ ପରିମାଣ ଓ ସାର ପ୍ରୟୋଗର ତାରିଖ ସମ୍ପର୍କରେ ପରାମର୍ଶ ଦେବାରେ ସାହାଯ୍ୟ କରିଥିଲା । ଏହା ନିର୍ଦ୍ଧିଷ୍ଟ କିସମର ଅବଧି ଓ ଆକାଂକ୍ଷିତ ଅମଳ ଉପରେ ଆଧାର କରି କଷ୍ଟମାଇଜ୍ କରିଥାଏ । ଏହା ମୋତେ ଚାଷୀମାନଙ୍କୁ ଖୁବ୍ ସହଜରେ ଉନ୍ନତ ପୋଷଣ ପରିଚାଳନା ସମ୍ବନ୍ଧିତ ଜ୍ଞାନ ପ୍ରଦାନ କରିବାରେ ସାହାଯ୍ୟ କରିଥିଲା । ଏହି ଉପକରଣ ଓଡିଶାର ଧାନ ଫସଲ କରୁଥିବା ଚାଷୀମାନଙ୍କ ବ୍ୟବହାର ପାଇଁ ମୁକ୍ତ ଭାବରେ ଉପଲବ୍ଧ ରହିଛି ଏବଂ ଏହାକୁ ଲିଙ୍କ୍ webapps/irri/org/in /od/rcm. ର ବ୍ୟବହାର କରି ଆକ୍ସେସ୍ କରାଯାଇପାରିବ ।
Comments are closed.