ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଲେ ସୁଶାନ୍ତଙ୍କ ପ୍ରେମିକା ରିୟା, ଜଣାପଡିପାରେ ଆତ୍ମହତ୍ୟାର ପ୍ରକୃତ କାରଣ


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆହୁରି ଖେଳେତାଡରେ ଲାଗିପଡିଛି ପୋଲିସ । ଏହାରି ମଧ୍ୟରେ ପୋଲିସ ଆଜି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଡକାଇଛି । ଖବର ମୁତାବକ, ଏବେ ବାନ୍ଦ୍ରା ପୋଲିସ ଷ୍ଟେସନରେ ରିୟାଙ୍କୁ ପଚରାଉଚରା ଚାଲିଛି । ତେବେ ପୋଲିସର ତଦନ୍ତ ଓ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜଣାପଡିଛି । କିନ୍ତୁ ସମସ୍ତ ଅଭିଯୋଗ  ପରେ ପ୍ରତ୍ୟେକ ଦିଗ ପ୍ରତି ପୋଲିସ ଧ୍ୟାନ ଦେଉଛି । କୁହାଯାଉଛି ଯେ, ସୁଶାନ୍ତ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ । ଏନେଇ ସୁଶାନ୍ତଙ୍କ ଅନ୍ୟ କିଛି ବନ୍ଧୁମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି ।

ନିକଟରେ ସୂଚନା ମିଳିଛି ଯେ ପୋଲିସକୁ ସୁଶାନ୍ତଙ୍କ ଘରୁ ୫ଟି ପର୍ସନାଲ୍‌ ଡାୟେରୀ ମିଳିଛି। ଏହି ଡାୟେରୀରେ ଲେଖା ଯାଇଥିବା କଥାର ଯାଞ୍ଚ ପରେ ତାଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଉଦ୍ୟମ କରାଯାଉଛି। ଡାୟେରୀରେ ସୁଶାନ୍ତ ଗୁରୁତ୍ୱପୂର୍ଣ୍ଣ ବହିରୁ ପଢ଼ିଥିବା କୋଟ୍ ଲେଖୁଥିଲେ। ସୁଶାନ୍ତଙ୍କ ଡାୟେରୀ ଆଧାରରେ ଅନେକ ନିକଟ ସମ୍ପର୍କୀୟଙ୍କୁ ପଚରାଉଚୁରା କରାଯାଇପାରେ। ସୁଶାନ୍ତ ସିଂହ ମାମଲାରେ ପୂର୍ବରୁ ମଧ୍ୟ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରାଯାଇ ସାରିଛି। ଏହି ମାମଲାରେ ସୁଶାନ୍ତଙ୍କ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରା ମଧ୍ୟ ପଚରାଉଚୁରା କରିବାରେ ସାହାଯ୍ୟ କରୁଛନ୍ତି। ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ଯେ କାମ କମ୍ ଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିଲେ।


Share It

Comments are closed.