ପୁନଃ ବାଣିଜ୍ୟିକ ଭିତ୍ତିଭୂମିକୁ ସୁଦୃଢ କରିବାରେ ସହାୟକ ହୋଇପାରେ ରିମୋଟ ୱାର୍କ
ଅଧ୍ୟୟନରୁ ଜଣାଯାଇଛି ୬୭%ରୁ ଅଧିକ କମ୍ପାନୀ ରିମୋଟ ୱାର୍କକୁ ଅନୁମତି ଦେବାକୁ ଯୋଜନା କରୁଛନ୍ତି
ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ପୂର୍ବରୁ ଆମେ ରୋବୋଟ୍ ଚାଳିତ ପରିବେଶ, ଡ୍ରାଇଭର ବିହୀନ କାର୍ ଓ ଅନେକ କିଛି ଆଧୁନିକ ଟେକ୍ନୋଲୋଜିଗୁଡିକୁ ନେଇ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲୁ । କିନ୍ତୁ ଆମେ ସମସ୍ତେ କେବେ ସରଳ ଦେଖାଯାଉଥିବା ନମନୀୟ କାର୍ଯ୍ୟ ସଂସ୍କୃତି ଯେପରିକି ପାର୍କରେ, କଫି ସପ୍ ଆଦିରେ ବସି ଆରାମଦାୟକ ଭାବେ କାର୍ଯ୍ୟ କରିବାର କଳ୍ପନା ଆଦୌ କରିନଥିଲୁ । କିନ୍ତୁ ବର୍ତମାନର ବିଶ୍ୱ ମହାମାରୀ ହଠାତ୍ ଆମକୁ ଭ୍ରମଣ, ସାମ୍ନାସାମ୍ନି ଆଲୋଚନା ଓ ଅନେକ କିଛି କାର୍ଯ୍ୟର ବାସ୍ତବ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛି । ନିକଟରେ ଇଣ୍ଡସ୍ ନେଟ୍ ଟେକ୍ନୋଲୋଜି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣଯାଇଛି ଯେ, ନମନୀୟ କାର୍ଯ୍ୟ ସଂସ୍କୃତି ବ୍ୟାପକ ହେବାକୁ ଲାଗିଛି ଏବଂ ସମସ୍ତ ବିଜ୍ନେଓ ଲିଡର୍ମାନେ ଅନୁଭବ କରୁଛନ୍ତି ଯେ, ଏହା ଭବିଷ୍ୟତ ପାଇଁ ଏକ ଆବଶ୍ୟକତା । ଏପରିକି ଗତ ଜାନୁଆରୀରେ ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ର ବାର୍ଷିକ ବୈଠକରେ ଶତାଧିକ ସିଇଓ ରିମୋଟ୍ ୱାର୍କ ବା ଦୂରରେ ରହି କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇଥିଲେ ଏବଂ କହିଥିଲେ ଏହା ଏକ ବହୁ ଆବଶ୍ୟକୀୟ ବ୍ୟବସାୟିକ ପରିବର୍ତନ କାରଣ ଏହା ବିଶ୍ୱର ସ୍ଥିତିକୁ ଉନ୍ନତ କରିବା ପାଇଁ ଏକ ଚମତ୍କାର ଭିତିଭୂମି ହୋଇପାରେ ।
ଶତାଧିକ କମ୍ପାନୀ ନିଜର ରିମୋର୍ଟ ଟିମ୍ଗୁଡିକୁ ପରିଚାଳନା କରିବା ପାଇଁ ସର୍ବୋତମ ଅଭ୍ୟାସ ଚିହ୍ନଟ କରୁଥିବା ବେଳେ ଏକାଧିକ ଏଚ୍ଆର୍ ଓ ବିଜ୍ନେସ୍ ଲିଡର୍ମାନେ ରିମୋର୍ଟ ୱର୍କ ପାଇଁ ଉନ୍ନତ ମାର୍ଗ ଖୋଜି ବାହାର କରିସାରିଛନ୍ତି ଯାହାକି ଜୀବନ-ଜୀବିକା ସନ୍ତୁଳନରେ ଉନ୍ନତି ଆଣିବା ସହ ଉତ୍ପାଦକତା ବଢାଇବ ଓ ଗୁଣାତ୍ମକ ସଂଶାଧନ ନିକଟରେ ପହଂଚ ବୃଦ୍ଧି କରିବ । ମହାମାରୀର ବହୁପୂର୍ବରୁ ରିମୋଟ୍ ୱର୍କିଙ୍ଗ୍କୁ ବାଛି ନେଇଥିବା ଏକାଧିକ ସିଇଓ ସର୍ବୋତମ ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରିବା ପାଇଁ ଏହାକୁ ଏକ ଉନ୍ନତ ୟାର୍ଡଷ୍ଟିକ୍ ଭାବେ ଦେଖୁଛନ୍ତି । ମହାମାରୀ ଶେଷ ହେବା ପରେ ମଧ୍ୟ ରିମୋର୍ଟ ୱାର୍କ କରୁଥିବା କର୍ମଚାରୀମାନେ ପୁଣିଥରେ ଅଫିସ୍କୁ ଫେରିବାକୁ ଚାହିଁବେନି ବୋଲି ସିଇଓମାନେ ମତ ଦେଇଛନ୍ତି ।
Comments are closed.