ଓଡ଼ିଶାରେ ବଢ଼ି ଚାଲିଛି ଧର୍ମ ପରିବର୍ତ୍ତନ
ଭୁବନେଶ୍ଵର,୧୩/୦୩:ଓଡ଼ିଶାରେ ଧର୍ମ ପରିବର୍ତ୍ତନ ଘଟଣାକୁ ନେଇ ପୁନର୍ବାର ଚର୍ଚ୍ଚା ଜୋର ଧରିଛି । ବିଶେଷକରି କୋରାପୁଟ ଜିଲ୍ଲାରେ ବିଗତ ୧୦ ବର୍ଷ ମଧ୍ୟରେ ମୋଟ ୩୪ ଜଣ ଅନୁସୂଚିତ ଜାତି ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ତଥ୍ୟ ସାମ୍ନାକୁ ଆସିଛି ।ଏହି ସମ୍ପର୍କିତ ସୂଚନା ବିଧାନସଭାରେ ଲିଖିତ ଉତ୍ତର ଆକାରରେ ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତଥ୍ୟ ଅନୁସାରେ, ୨୦୨୬ ମସିହାରେ ୩ ଜଣ, ୨୦୨୫ରେ ୬ ଜଣ ଓ ୨୦୨୪ରେ ସର୍ବାଧିକ ୧୧ ଜଣ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଛନ୍ତି ।
ସେହିପରି ୨୦୨୩, ୨୦୨୨ ଓ ୨୦୨୦ ମସିହାରେ ଜଣେ ଲେଖାଏଁ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଥିବା ବେଳେ, ୨୦୧୯ରେ ୫ ଜଣ, ୨୦୧୮ରେ ୨ ଜଣ, ୨୦୧୭ରେ ୩ ଜଣ ଓ ୨୦୧୬ରେ ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ।ଏହି ତଥ୍ୟ ପ୍ରକାଶ ପାଇବା ପରେ ରାଜ୍ୟରେ ଧର୍ମ ପରିବର୍ତ୍ତନକୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ମତଭେଦ ଦେଖାଦେବା ସହ ସରକାର ପକ୍ଷରୁ କୁହାଯାଇଛି ଯେ, ବଳପୂର୍ବକ କିମ୍ବା ପ୍ରଲୋଭନ ଦେଇ ଧର୍ମ ପରିବର୍ତ୍ତନ ହେଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ।

Comments are closed.