ରିଲାଏନ୍ସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟିକାକରଣ ସମ୍ପାଦିତ; ଆଉ ୧୦ ଲକ୍ଷ ସାଧାରଣ ଜନତାଙ୍କ ଟିକାକରଣ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

Share It

ମୁମ୍ବାଇ / ଭୁବନେଶ୍ୱର: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବର୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି । ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍‌ର \”ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଦିଆଯାଇଛି । ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇ ସାଧାରଣ ଜନତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟିକା ଦେବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି ।

ଗତ ମାସରେ କଂପାନିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି ସାଧାରଣ ଜନତାଙ୍କ ଟିକାକରଣ ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ସେ କହିଛନ୍ତି ଯେ ଏହି ମିସନକୁ ଦେଶବ୍ୟାପୀ ଲାଗୁ କରିବା ଏକ ବହୁତ ବଡ଼ କାର୍ଯ୍ୟ । କିନ୍ତୁ ଏହା ହେଉଛି ଆମର ଧର୍ମ । ସମସ୍ତ ଭାରତୀୟଙ୍କ ପାଇଁ ଏହା ହେଉଛି ଆମର କର୍ତବ୍ୟସୁରକ୍ଷା ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା । ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମିଳିତ ଭାବେ ଆମେ ଏହି କାର୍ଯ୍ୟ କରିପାରିବା ଏବଂ ଏହି ସଙ୍କଟରୁ ଉଦ୍ଧାର ପାଇବା ।

ରିଲାଏନ୍ସ ପକ୍ଷରୁ ଟିକାକରଣ ପାଇଁ ସାରା ଦେଶରେ ୧୭୧ କେନ୍ଦ୍ର ସ୍ଥାପନ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଏବେ ଏନ୍‌ଜିଓଗୁଡ଼ିକ ଜରିଆରେ ଅତିିରିକ୍ତ ୧୦ ଲକ୍ଷ ଟିକା ଡୋଜ୍ ଦେବ । ସେଗୁଡ଼ିକ କାରଖାନା ଆଖପାଖରେ ବାସ କରୁଥିବା ଲୋକ ଓ ସାଧାରଣ ଜନତାଙ୍କୁ ଦିଆଯିବ ।

ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଟିକାର ୧୦ ଲକ୍ଷ ଡୋଜ୍ ଦିଆଯିବା କାର୍ଯ୍ୟ ଶେଷ ହୋଇଛି । କଂପାନିର ୯୮ ପ୍ରତିଶତ କର୍ମଚାରୀ ଅତି କମ୍‌ରେ ଟିକାର ଗୋଟିଏ ଲେଖାଏଁ ଡୋଜ୍ ନେଇସାରିଛନ୍ତି । କରୋନା ଟିକାକରଣ ଅଧୀନରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯାଇଛି । ଏହା ବ୍ୟତୀତ କଂପାନି ତରଫରୁ ଅଫ୍ ରୋଲ୍ କର୍ମଚାରୀସେମାନଙ୍କ ପରିବାର ସଦସ୍ୟଅବସର ଗ୍ରହଣ କରିଥିବା କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯାଉଛି ।

କୋଭିଡ୍ ମହାମାରୀକୁ ରୋକିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି । ଏକ ଲକ୍ଷ ରୋଗୀଙ୍କୁ ଯେଭଳି ଅକ୍ସିଜେନ୍ ମିଳିପାରିବ ସେଥିପାଇଁ ବିନା ମୂଲ୍ୟରେ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି । ଏହା ସହିତ ସାରା ଦେଶରେ ଏହା ୨୦୦୦ କୋଭିଡ୍ କେୟାର ଶଯ୍ୟାର ଦେଖାଶୁଣାର ଦାୟିତ୍ୱ ନେଇଛି । କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଫାଉଣ୍ଡେସନ ତରଫରୁ ୭.୫ କୋଟି ଭୋଜନ ଉପଲବ୍ଧ କରାଯାଇଛି । ଆଗଧାଡିର କରୋନା ଯୋଦ୍ଧାଦିନ ମଜୁରିଆପରିବହନ କର୍ମଚାରୀଉଠାଦୋକାନୀ ଏବଂ ଏହିଭଳି ଅନେକ ବର୍ଗର ଲୋକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ କୋଟିରୁ ଉର୍ଦ୍ଧ୍ୱ ମାସ୍କ ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।

ରିଲାଏନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ମୋଟ ସିଏସ୍‌ଆର୍ ବ୍ୟୟର ୪ ପ୍ରତିଶତ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି । ଏହା ସଂଗଠିତ ଭାବରେ କରୋନା ମୁକାବିଲାରେ ଦେଶପାଇଁ ସହାୟକ ହୋଇଥିବା ବେଳେ ଟିକାକରଣ ମିଶନ୍ ଦେଶବାସୀଙ୍କ ପ୍ରତି ଯତ୍ନଶୀଳ ରହିବାନେଇ ରିଲାଏନ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି ।


Share It

Comments are closed.