ରିଅଲ୍‌ମି ପକ୍ଷରୁ ଏହାର ନୂଆ ପି୩ ଅଲ୍‌ଟ୍ରା ୫ଜି ଓ ରିଅଲ୍‌ମି ପି୩ ୫ଜିର ଶୁଭାରମ୍ଭ

Share It

  • ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି ବିଶ୍ୱର ପ୍ରଥମ ମିଡିଆଟେକ ଡାଇମେନସିଟି ୮୩୫୦ ଅଲ୍‌ଟ୍ରା ଚିପସେଟ୍ ସହ ଡେବ୍ୟୁ କରିଛି । ଏହା ସବୁଠାରୁ ପତଳା କ୍ୱାଡ-କର୍ଭଡ ଡିସ୍‌ପ୍ଲେ ଫୋନରେ ଅତ୍ୟାଧୁନିକ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି ।
  • ରିଅଲମି ବଡ୍‌ସ ଏୟାର ୭ ପାଇଁ ପ୍ରଥମ ସେଲ ଆସନ୍ତା ମାର୍ଚ୍ଚ ୨୪ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍ କମ, ଫ୍ଲିପକାର୍ଟ ଓ ଆପଣଙ୍କ ନିକଟସ୍ଥ ଷ୍ଟୋରଗୁଡିକରେ ଆରମ୍ଭ ହେବ ।
  • ରିଅଲ୍‌ମି ବଡ୍‌ସ ଟି୨୦୦ ଲାଇଟ୍‌ର ସେଲ ଆଜି ଦିନ ୨ଟାରୁ ରିଅଲ୍‌ମି ଡଟ କମ, ଫ୍ଲିପକାର୍ଟ, ଆମାଜନ ଓ ଆପଣଙ୍କ ନିକଟସ୍ଥ ଷ୍ଟୋରରେ ଆରମ୍ଭ ହୋଇଛି

ନୂଆଦିଲ୍ଲୀ, ୧୯ ମାର୍ଚ୍ଚ ୨୦୨୮: ଭାରତୀୟ ଯୁବପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲ୍‌ମି ଗର୍ବର ସହିତ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଏହାର ରିଅଲମି ପି୩ ସିରିଜ ୫ଜିର ୨ୟ ଶୃଙ୍ଖଳାର ଶୁଭାରମ୍ଭ କରିଛି । ରିଅଲମି ପି୩ ଅଲ୍‌ଟ୍ରା ୫ଜି ଓ ରିଅଲ୍‌ମି ପି୩ ୫ଜି ନେତୃତ୍ୱରେ ଏହି ଶୃଙ୍ଖଳା ଭାରତୀୟ ଉପଭୋକ୍ତାଙ୍କ ପାଇଁ ନିର୍ମିତ ଅତ୍ୟାଧୁନିକ ଉଦ୍ଭାବନ ପାଇଁ ରିଅଲ୍‌ମିର ପ୍ରତିଶ୍ରୁତିବଦ୍ଧତାକୁ ଧାରଣ କରିଛି । କାର୍ଯ୍ୟଦକ୍ଷତା, ବାଧାମୁକ୍ତ ମଲ୍ଟିଟାସ୍କିଙ୍ଗ ଓ ଏକ ନିରବଚ୍ଛିନ୍ନ ଗେମିଂ ଅନୁଭୂତି ଉପରେ ଗୁରୁତ୍ୱ ସହିତ ପି୩ ସିରିଜ ୫ଜି ମିଡ୍‌-ରେଞ୍ଜ ସେଗ୍‌ମେଂଟରେ ନୂଆ ବେଂଚମାର୍କ ଧାର୍ଯ୍ୟ କରିବନ୍ସହ ଉନ୍ନତ ଉପଭୋକ୍ତା ଅନୁଭୂତି ପାଇଁ ସେଗ୍‌ମେଂଟ ପ୍ରଥମ ଉଦ୍ଭାବନଗୁଡିକୁ ଆଣିଛି ।

ରିଅଲମି ପି୩ ଅଲ୍‌ଟ୍ରା ୫ଜି ଓ ରିଅଲ୍‌ମି ପି୩ ୫ଜି କେବଳ ସୀମାକୁ ଆଗକୁ ବଢାଇ ନାହିଁ ବରଂ ପ୍ରତିବନ୍ଧକକୁ ଦୂର କରିଛି । ମିଡ୍‌-ରେଞ୍ଜ ସେଗମେଂଟରେ ନୂଆ ବେଂଚମାର୍କ ସ୍ଥାପନ କରି ଏହି ଡିଭାଇସଗୁଡିକ ଉନ୍ନତ କାର୍ଯ୍ୟଦକ୍ଷତାକୁ ଅତ୍ୟାଧୁନିକ ଡିଜାଇନ ସହ ସହଜରେ ମିଶ୍ରଣ କରିଛନ୍ତି ଏବଂ ଏକ ପ୍ରତିଯୋଗୀପୂର୍ଣ୍ଣ ବଜାରରେ ସେମାନେ ଯେପରି ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିବେ ତାହା ନିଶ୍ଚିତ କରିଛନ୍ତି । ରିଅଲ୍‌ମିର ‘ମେକ୍ ଇଟ ରିଅଲ’ ଦର୍ଶନ ପ୍ରତି ବାସ୍ତବ ରହି ଉଭୟ ସ୍ମାର୍ଟଫୋନ ତ୍ରୁଟିହୀନ କାରିଗରୀ, ଆଧୁନିକ ଉଦ୍ଭାବନ ଓ ଅତୁଳନୀୟ ସ୍ଥାୟିତ୍ୱ ପ୍ରଦର୍ଶିତ କରୁଛନ୍ତି, ଏଭଳି ଏକ ଅନୁଭୂତି ଦେଉଛନ୍ତି ଯାହା ପ୍ରିମିୟମ ଓ ଶକ୍ତିଶାଳୀ ଅଟେ ।

ଏହି ଲଂଚ ଅବସରରେ ରିଅଲ୍‌ମିର ପ୍ରବକ୍ତା କହିଛନ୍ତି, “ଆମେ ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି ଓ ରିଅଲ୍‌ମି ପି୩ ୫ଜିର ଶୁଭାରମ୍ଭ କରି ଉତ୍ସାହିତ ଅଛୁ, ଏହି ଦୁଇ ସ୍ମାର୍ଟଫୋନ ଏଆଇ-ପରିଚାଳିତ କାର୍ଯ୍ୟଦକ୍ଷତା, ବାଧାମୁକ୍ତ ମଲ୍ଟିଟାସ୍କିଂ ଓ ନିରବଚ୍ଛିନ୍ନ ଗେମିଂ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିଛନ୍ତି । ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି ବିଶ୍ୱର ପ୍ରଥମ ମିଡିଆଟେକ ଡାଇମେନ୍‌ସିଟି ୮୩୫୦ ଅଲ୍‌ଟ୍ରା ଚିପସେଟ ସହ ନିଜର ଲୁମିନଓ କଲର-ଚେଞ୍ଜିଂ ଫାଇବର ସହ ସ୍ୱତନ୍ତ୍ର ଭାବେ ଉଭା ହେଉଛି ଯାହା ଅତ୍ୟାଧୁନିକ ବେଗ ଓ ଉଦ୍ଭାବନ ପ୍ରଦାନ କରୁଛି । ସେହିପରି ରିଅଲ୍‌ମି ପି୩ ୫ଜିରେ ଭାରତର ପ୍ରଥମ ସ୍ନାପଡ୍ରାଗନ ୬ ଜେନ ୪ ଚିପସେଟ ସହ ବିଶାଳ ବ୍ୟାଟେରୀ ଓ ଶୀର୍ଷ ସ୍ତରର ୱାଟରପ୍ରୁଫିଂ ରହିଛି ଯାହାକୁ ସ୍ଥାୟିତ୍ୱ ଓ ସହନଶୀଳତା ପାଇଁ ନିର୍ମାଣ କରାଯାଇଛି । ଉଭୟ ଡିଭାଇସକୁ ଆଗମର ଗ୍ରାହକଙ୍କ ପାଇଁ ପରବର୍ତୀ ସ୍ତରର ଏଆଇ, ଶକ୍ତିଶାଳୀ ଗେମିଂ ଓ ଅତୁଳନୀୟ ଉପଭୋକ୍ତା ଅନୁଭୂତି ଆଣିବା ପାଇଁ ଡିଜାଇନ କରାଯାଇଛି ।”

ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି ବିଶ୍ୱର ପ୍ରଥମ ମିଡିଆଟେକ ଡାଇମେନ୍‌ସିଟି ୮୩୫୦ ଅଲ୍‌ଟ୍ରା ଚିପସେଟ ଦ୍ୱାରା ପରିଚାଳିତ ଅଟେ ଯାହା ବିଜିଏମଆଇରେ ଅଲ୍‌ଟ୍ରା-ଷ୍ଟେବୁଲ ୯୦ଏଫପିଏସ ଗେମିଂ ପ୍ରଦାନ କରିଥାଏ । ୧.୪୫ ମିଲିୟନରୁ ଅଧିକର ଏକ ଆନ୍‌ଟୁଟୁ ସ୍କୋର ସହ ଏହା ନିଜ ସେଗ୍‌ମେଂଟର ପ୍ରତ୍ୟେକ ସ୍ମାର୍ଟଫୋନକୁ ପଛରେ ପକାଉଛି । ଗେମିଂ ଉତ୍କର୍ଷତା ପାଇଁ ନିର୍ମିତ ଏହାର ଜିଟି ବୁଷ୍ଟ ଟେକ୍ନୋଲୋଜି ଟଚ୍ ରେସ୍‌ପନ୍ସ ଓ ଫ୍ରେମ ରେଟ ଷ୍ଟାବିଲିଟିକୁ ଉନ୍ନତ କରିଥାଏ, ଏକ ସୁଗମ ଓ ନିମଜ୍ଜିତ ଅନୁଭୂତି ନିଶ୍ଚିତ କରିଥାଏ । ଡିଜାଇନ କ୍ଷେତ୍ରରେ ଏକ ନୂଆ ମାନକ ଧାର୍ଯ୍ୟ କରି ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି ବିଶ୍ୱର ପ୍ରଥମ ଗ୍ଳୋ-ଇନ-ଦ-ଡାର୍କ ଲୁନାର ଡିଜାଇନର ଶୁଭାରମ୍ଭ କରିଛି ଯାହା ଆମ୍ବିଏଂଟ ଲାଇଟକୁ ଗ୍ରହଣ କରିଥାଏ, ଟେକ୍ସଚର ଓ ରଙ୍ଗର ଆକର୍ଷଣୀୟ ମିଶ୍ରଣ ସୃଷ୍ଟି କରିଥାଏ । ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଏହା ଗ୍ଲୋଇଙ୍ଗ ଲୁନାର ହ୍ୱାଇଟ, ନେପ୍‌ଚୁନ ବ୍ଲୁ ଓ ଓରିଅନ ରେଡରେ ଆସୁଛି, ଯାହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ ।

କେବଳ ୭.୩୮ ଏମଏମ ପତଳା, ରିଅଲମି ପି୩ ଅଲ୍‌ଟ୍ରା ୫ଜି ହେଉଛି ନିଜ ଶ୍ରେଣୀରେ ସବୁଠାରୁ ପତଳା ୧.୫କେ କ୍ୱାଡ-କର୍ଭଡ ଆମୋଲେଡ ଡିସ୍‌ପ୍ଲେ ସ୍ମାର୍ଟଫୋନ । ଏହାର ୧୨୦ଏଚଜେଡ ରିଫ୍ରେଶ ରେଟ ଓ ୩୮୪୦ଏଚଜେଡ ଅଲ୍‌ଟ୍ରା-ଆଇ-ଫ୍ରିକ୍ୱେନ୍ସି ପିଡବ୍ଲ୍ୟୁଏମ ଡିମିଂ କମ ଆଲୋକରେ ମଧ୍ୟ ଏକ ସୁଗମ ଓ ଆରାମଦାୟକ ଦୃଶ୍ୟତା ଅନୁଭୂତି ନିଶ୍ଚିତ କରିଥାଏ ।

ମଲ୍ଟିଟାସ୍କିଙ୍ଗର ସୀମାକୁ ଆଗକୁ ବଢାଇ ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି କେବଳ ୯୪ ସେକେଣ୍ଡରେ କ୍ରମାଗତ ଭାବେ ୩୦ଟି ଆପ ଖୋଲିପାରିଥାଏ, ଯାହାକି ନିଜ ବର୍ଗରେ ସବୁଠାରୁ ଦ୍ରୁତ ଅଟେ । ଏହା ବିନା ଲ୍ୟାଗରେ ୩୦ ମିନିଟ ପାଇଁ ୪କେ ୬୦ଏଫ୍‌ପିଏସ ଭିଡିଓ ରେକର୍ଡିଂକୁ ସପୋର୍ଟ କରିଥାଏ ଏବଂ ସହଜରେ ୨ଜିବି ୪କେ ଭିଡିଓଗୁଡିକୁ ଏଡିଟ କରିପାରିଥାଏ, ଯାହା ଏହାକୁ କଂଟେଂଟ କ୍ରିଏଟରଙ୍କ ପାଇଁ ଏକ ପାୱାରହାଉସରେ ପରିଣତ କରୁଛି । ସର୍ବୋଚ୍ଚ କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ଏହାର ୬୦୫୦ଏମ୍‌ଏମ୍‌୨ ଏରୋସ୍ପେଶ ଭିସି କୁଲିଂ ସିଷ୍ଟମ ତାପମାତ୍ରା ଯାଂଚ କରିଥାଏ, ଯାହା ବର୍ଦ୍ଧିତ ଗେମିଂ ସେଶନଗୁଡିକ ସମୟରେ ବିନା ଡ୍ରପରେ ଉଚ୍ଚ ଫ୍ରେମ ରେଟ ନିଶ୍ଚିତ କରିଥାଏ । ୮୦ୱାଟ ଅଲ୍‌ଟ୍ରା ଚାର୍ଜିଂ ସହ ପେୟାର ହୋଇଥିବା ସେଗ୍‌ମେଂଟର ଅଗ୍ରଣୀ ୬୦୦୦ ଏମଏଏଚ ଟାଇଟାନ ବ୍ୟାଟେରୀ କେବଳ ୫ ମିନିଟର ଚାର୍ଜରେ ୧.୮ ଘଂଟାର ଗେମପ୍ଲେ ପ୍ରଦାନ କରିଥାଏ ।

ଫଟୋଗ୍ରାଫି ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ରିଅଲମି ପି୩ ଅଲ୍‌ଟ୍ରା ୫ଜିରେ ସେଗମେଂଟର ଅଗ୍ରଣୀ ସୋନି ଆଇଏମଏକ୍ସ୮୯୬ ୫୦ଏମ୍‌ପି ଏଆଇ ସେନ୍ସର ରହିଛି ଯାହା ଉତ୍କୃଷ୍ଟ ଆଲୋକ ଗ୍ରହଣ ସହ ସିନେମା କ୍ୱାଲିଟିର ଫଟୋ, ଉନ୍ନତ ପୋର୍ଟ୍ରେଟ କ୍ଲାରିଟି, ଜୀବନ୍ତ ଲାଇଟିଂ ଇଫେକ୍ଟ ଆଣିଥାଏ । ଦୀର୍ଘସ୍ଥାୟୀ ହେବା ପାଇଁ ନିର୍ମିତ ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜିରେ ଆଇପି୬୬/୬୮/୬୯ ରେଟିଂ ରହିଛି ଯାହା ଏହାକୁ ଧୂଳି, ଜଳ ଓ ଅତ୍ୟଧିକ ତାପମାତ୍ରା ପ୍ରତିରୋଧୀ କରିଥାଏ , ଯାହାକି ପ୍ରତିଦିନର ବ୍ୟବହାର ଓ ବାହ୍ୟ ଆଡ୍‌ଭେଂଚର ପାଇଁ ଉପଯୁକ୍ତ ଡିଭାଇସ ଅଟେ ।

ରିଅଲମି ପି୩ ୫ଜି ହେଉଛି ସ୍ନାପଡ୍ରାଗନ ୬ ଜେନ ୪ ଚିପସେଟ ଦ୍ୱାରା ପରିଚାଳିତ ଭାରତର ପ୍ରଥମ ସ୍ମାର୍ଟଫୋନ ଯାହା ୭୫୦,୦୦୦ର ଆନ୍‌ଟୁଟୁ ସ୍କୋର ପ୍ରଦାନ କରୁଛି । ଏକ ୪ଏନଏମ ପ୍ରୋସେସ ଉପରେ ନିର୍ମିତ ଏହି ଚିପସେଟ ସିପିୟୁ କାର୍ଯ୍ୟଦକ୍ଷତାରେ ୧୫% ବୃଦ୍ଧି ପ୍ରଦାନ କରିଥାଏ, ଯାହା ସୁଗମ ମଲ୍ଟିଟାସ୍କିଙ୍ଗ, ଗେମିଂ ଓ ହେଭି-ଡ୍ୟୁଟି ଆପ୍ଲିକେଶନ ନିଶ୍ଚିତ କରିଥାଏ । ଏହି ଡିଭାଇସରେ ୨୦୦୦ ନିଟ୍‌ସ ଓ ପ୍ରୋ-ଏକ୍ସଡିଆର ହାଇ ଡାଇନାମିକ ଡିସ୍‌ପ୍ଲେ ସପୋର୍ଟ ସହ ଏକ ୧୨୦ଏଚଜେଡ ଆମୋଲେଡ ଇସ୍ପୋର୍ଟସ ଡିସ୍‌ପ୍ଲେ ରହିଛି, ଯାହା ଭିଜୁଆଲଗୁଡିକୁ ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ମଧ୍ୟ ଅଧିକ ନିମଜ୍ଜିତ ଓ ଜୀବନ୍ତ କରିଥାଏ ।

ସ୍ଥାୟିତ୍ୱ ଓ ସହନଶୀଳତା ପାଇଁ ଡିଜାଇନ କରାଯାଇଥିବା ରିଅଲମି ପି୩ ଶିଳ୍ପ ଅଗ୍ରଣୀ ଆଇପି ୬୬/୬୮/ଆଇପି୬୯ ସାର୍ଟିଫିକେଶନ ସହ ଆସୁଛି, ଯାହା ଚମତ୍କାର ଧୂଳି ଓ ଜଳ ପ୍ରତିରୋଧକ କ୍ଷମତର ଦେଉଛି । ଏଥିରେ ଏକ ବିଶାଳ ୬୦୦୦ ଏମଏଏଚ ଟାଇଟାନ ବ୍ୟାଟେରୀ ରହିଛି ଯାହାକି ଏହାର ସେଗମେଂଟରେ ସର୍ବାଧିକ ଏନର୍ଜି ଡେନ୍‌ସିଟି ଗ୍ରାଫାଇଟ ବ୍ୟାଟେରୀ ଅଟେ । ଏଥିରେ ରିଅଲମିର ନିଜସ୍ୱ ଚାର୍ଜିଂ ଟେକ୍ନୋଲୋଜି ଏବଂ ଉନ୍ନତ ବ୍ୟାଟେରୀ ଲାଇଫ୍ ଓ ଶୀଘ୍ର ଚାର୍ଜିଂ ପାଇଁ ୪୫ ୱାଟ ଫାଷ୍ଟ ଚାର୍ଜର ରହିଛି । ଏକ ୫୦ଏମ୍‌ପି ଏଆଇ କ୍ୟାମେରା, ପ୍ରଫେସନାଲ ଗ୍ରେଡ ଫଟୋଗ୍ରାଫି ଫିଚର ଓ ଆକର୍ଷଣୀୟ ଇଂଟରଷ୍ଟେଲାର-ଅନୁପ୍ରାଣିତ ଡିଜାଇନ ସହ ରିଅଲମି ପି୩ ହେଉଛି ଶକ୍ତି, ଉଦ୍ଭାବନ ଓ ଷ୍ଟାଇଲର ଏକ ଉପଯୁକ୍ତ ମିଶ୍ରଣ ।

ରିଅଲ୍‌ମି ବଡ୍‌ସ ଏୟାର ୭ ଏକ ଅତୁଳନୀୟ ଅଡିଓ ଅନୁଭୂତି ପାଇଁ ଆକର୍ଷଣୀୟ ଡିଜାଇନ ଓ ଆଧୁନିକ ଫିଚରଗୁଡିକୁ ଏକତ୍ରିତ କରିଛି । ଏହା ୩ଟି ରଙ୍ଗ ଆଇଭୋରି ଗୋଲ୍ଡ, ମୋସ ଗ୍ରୀନ ଓ ଲାଭେଣ୍ଡର ପର୍ପଲରେ କ୍ରିଷ୍ଟାଲ ଆଲୟ ଡିଜାଇନର ଶୁଭାରମ୍ଭ କରିଛି । ଏକ ୧୨.୪ ଏମଏମ ଡିପ ବାସ ଡ୍ରାଇଭର ଓ ଟାଇଟାନିୟମ-କୋଟେଡ ଡାଇଫ୍ରାଜମ ସହ ସୁସଜ୍ଜିତ ଏହି ଫୋନ ଡିପ ବାସ, କ୍ରିସ୍ପ ମିଡ୍ ଓ କ୍ଲିୟର ହାଇ ପ୍ରଦାନ କରୁଛି । ଏହାର ଏନ୍‌୫୨ ମାଗ୍‌ନେଟ ସାଉଣ୍ଡ କ୍ଲାରିଟି ବଢାଉଥିବା ବେଳେ ଏସ୍‌ଏଚଟିଡବ୍ଲ୍ୟୁ କପର ୱାୟାର କଏଲ ସଠିକ ଅଡିଓ ରିପ୍ରଡକ୍ସନ ନିଶ୍ଚିତ କରିଥାଏ । ହାଇ-ରେସ ଅଡିଓ ସାର୍ଟିଫିକେଶନ ଓ ଏଲଏଚଡିସି ଟେକ୍ନୋଲୋଜି ସହ ଏହା ହାଇ-ଫିଡେଲିଟି, ଲସ୍‌ଲେସ ସାଉଣ୍ଡ ପ୍ରଦାନ କରିଥାଏ, ସେହିପରି ଏଚଆରଟିଏଫ୍ ଆଲ୍‌ଗୋରିଦମ ଦ୍ୱାରା ପରିଚାଳିତ ୩୬୦ଂ ସ୍ପାଟିଆଲ ଅଡିଓ ଏକ ନିମଜ୍ଜିତ ୩ଡି ଅଡିଓ ଅନୁଭୂତି ସୃଷ୍ଟି କରିଥାଏ ।

୫୨ଡିବି ନଏଜ ରିଡକ୍ସନ ସହ ସ୍ମାର୍ଟ ଆକ୍ଟିଭ ନଏଜ କ୍ୟାନ୍ସେଲେଶନ ଆପଣଙ୍କର ଚାରିପାଶ୍ୱର୍ର ପରିବେଶକୁ ଅନୁକରଣ କରିଥାଏ, ଯାହାକି କ୍ରିଷ୍ଟାଲ-କ୍ଲିୟର କଲ୍ ପାଇଁ ୬-ମାଇକ କଲ ନଏଜ କ୍ୟାନ୍ସେଲେଶନ ଦ୍ୱାରା ସମର୍ଥିତ ଅଟେ । କେବଳ ୧୦ ମିନିଟର ଚାର୍ଜିଂ ସହ ଉପଭୋକ୍ତାମାନେ ୫୨ ଘଂଟାର ମୋଟ ପ୍ଲେବ୍ୟାକ ଉପଭୋଗ କରିପାରିବେ ଓ ୧୦ ଘଂଟାର ପ୍ଲେବ୍ୟାକ ପାଇପାରିବେ । ୪୫ଏମଏସ ସୁପର ଲୋ ଲାଟେନ୍ସି ବାଧାମୁକ୍ତ ଗେମିଂ ନିଶ୍ଚିତ କରୁଥିବା ବେଳେ ଆଇପି୫୫ ଡଷ୍ଟ ଓ ୱାଟର ରେଜିଷ୍ଟାନ୍ସ, ବ୍ଲୁଟୁଥ ୫.୪ କନେକ୍ଟିଭିଟି ଓ ଡୁଆଲ-ଡିଭାଇସ କନେକ୍ସନ ୨.୦ ସ୍ଥାୟିତ୍ୱ ଓ ସୁଗମ ଡିଭାଇସ ସ୍ୱିଚିଂ ପ୍ରଦାନ କରିଥାଏ ।

ରିଅଲ୍‌ମି ବଡ୍‌ସ ଟି୨୦୦ ଲାଇଟ ଷ୍ଟାଇଲ, କାର୍ଯ୍ୟଦକ୍ଷତା ଓ ସ୍ଥାୟିତ୍ୱକୁ ଏକତ୍ରିତ କରିଛି, ଯାହା ଏହାକୁ ଏକ ନିମଜ୍ଜିତ ଅଡିଓ ଅନୁଭୂତି ପାଇଁ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି । ୩ଟି ଜୀବନ୍ତ ରଙ୍ଗ ଅରୋରା ପର୍ପଲ, ଷ୍ଟର୍ମ ଗ୍ରେ ଓ ଭଲ୍ଟ ବ୍ଲାକରେ ଉପଲବ୍ଧ ଏହି ଇୟରବଡ୍‌ରେ ଏକ ସ୍ଲିକ ଓ ମଡର୍ଣ୍ଣ ଡିଭାଇନ ରହିଛି । ପୂର୍ବ ପିଢି ତୁଳନାରେ ୨୪% ବଡ, ୧୨.୪ ଏମଏମ ଡାଇନାମିକ ବାସ ଡ୍ରାଇଭର ଦ୍ୱାରା ପରିଚାଳିତ ଏହି ଇୟରବଡ୍‌ସ ଡିପ ବାସ ଏବଂ ଏକ ସମୃଦ୍ଧ, ଗତିଶୀଳ ସାଉଣ୍ଡ ଦେଇଥାଏ । ଡୁଆଲ-ମାଇକ ଏଆଇ ଡିପ କଲ ନଏଜ କ୍ୟାନ୍ସେଲେଶନ ପୃଷ୍ଠଭୂମିର ଶବ୍ଦକୁ ହ୍ରାସ କରି ସ୍ପଷ୍ଟ ବାର୍ତାଳାପ ନିଶ୍ଚିତ କରିଥାଏ । ଡୁଆଲ ଡିଭାଇସ ପେୟାରିଂ ସହ ବ୍ଲୁଟୁଥ ୫.୪
ବାଧାମୁକ୍ତ ସଂଯୋଗର ଗ୍ୟାରେଂଟି ଦେଉଛି ।

ପୂର୍ବ ମଡେଲ ତୁଳନାରେ ୨୬% ଅଧିକ ଥିବା ଏକ ଆକର୍ଷଣୀୟ ୪୮ ଘଂଟାର ବ୍ୟାଟେରୀ ଲାଇଫ ସହ ବଡ୍‌ସ ଟି୨୦୦ ଲାଇଟ ବର୍ଦ୍ଧିତ ପ୍ଲେବ୍ୟାକ ନିଶ୍ଚିତ କରିଥାଏ । କେବଳ ୧୦ ମିନିଟର ଚାର୍ଜିଂ ଅନେକ ଘଂଟାର ଅଡିଓ ପ୍ରଦାନ କରିଥାଏ । ଆଇପିଏକ୍ସ୪ ୱାଟର ରେଜିଷ୍ଟାନ୍ସ ସ୍ଥାୟିତ୍ୱ ଯୋଗ କରୁଛି ଯାହା ଏହି ଇୟରବଡଗୁଡିକୁ ପ୍ରତିଦିନର ବ୍ୟବହାର ପାଇଁ ଉପଯୁକ୍ତ ଡିଭାଇସରେ ପରିଣତ କରୁଛି । ବଡ୍‌ସ ଟି୨୦୦ ଲାଇଟ ବାସ୍ତବରେ ଶୀର୍ଷ ସ୍ତରର ବାସ୍ ଓ ପାୱାର ପ୍ରଦାନ କରୁଛି ଯାହା ଚମତ୍କାର ମୂଲ୍ୟ ସହ ସେଗମେଂଟକୁ ପୁନଃପରିଭାଷିତ କରୁଛି ।

ପ୍ରମୁଖ ହାଇଲାଇଟ୍‌: ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି

ଅତୁଳନୀୟ କାର୍ଯ୍ୟଦକ୍ଷତା ପାଇଁ ଡାଇମେନସିଟି ୮୩୫୦ ଅଲ୍‌ଟ୍ରା ଚିପସେଟ୍‌ର ୱାର୍ଲ୍ଡ ଡେବ୍ୟୁ
ରିଅଲ୍‌ମି ପି୩ ଅଲ୍‌ଟ୍ରା ୫ଜି ହେଉଛି ପ୍ରଥମ ସ୍ମାର୍ଟଫୋନ ଯାହା ଶକ୍ତିଶାଳୀ ମିଡିଆଟେକ ଡାଇମେନ୍‌ସିଟି ୮୩୫୦ ଅଲ୍‌ଟ୍ରା ଚିପସେଟର ଶୁଭାରମ୍ଭ କରିଛି, ଏହା ମୋବାଇଲ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ଏକ ନୂଆ ବେଂଚମାର୍କ ସ୍ଥାପନ କରିଛି । ୧.୪୫ ମିଲିୟନର ପ୍ରଭାବୀ ଆନଟୁଟୁ ସ୍କୋର ସହିତ ଏହା ଦ୍ରୁତ ପ୍ରୋସେସିଂ ସ୍ପିଡ ଓ ଅତୁଳନୀୟ ଦକ୍ଷତା ନିଶ୍ଚିତ କରିଥାଏ । ଗେମରଙ୍କ ପାଇଁ ନିର୍ମିତ ଜିଟି ବୁଷ୍ଟ ଟେକ୍ନୋଲୋଜି ଟଚ୍ ରେସ୍‌ପନ୍ସ ଓ ଫ୍ରେମ ରେଟ ସ୍ଥିରତାକୁ ଉନ୍ନତ କରିଥାଏ, ବିଜିଏମଆଇରେ ସୁଗମ ୯୦ଏଫପିଏସ ଗେମିଂ ପ୍ରଦାନ କରିଥାଏ ।

ସେଗମେଂଟର ଅଗ୍ରଣୀ ବ୍ୟାଟେରୀ ଓ ଚାର୍ଜିଙ୍ଗ ଯୋଡି
ରିଅଲମି ପି୩ ଅଲ୍‌ଟ୍ରା ୫ଜି ଏକ ଶକ୍ତିଶାଳୀ ୬୦୦୦ ଏମଏଏଚ ଟାଇଟାନ ବ୍ୟାଟେରୀ ଦ୍ୱାରା ପରିଚାଳିତ ଯାହାକୁ ଗେମିଂ, ଷ୍ଟ୍ରିମିଂ ଓ ପ୍ରଡକ୍ଟିଭିଟି କାର୍ଯ୍ୟ କ୍ଷେତ୍ରରେ ବର୍ଦ୍ଧିତ ବ୍ୟବହାର ପାଇଁ ଡିଜାଇନ କରାଯାଇଛି । ଏହି ଡିଭାଇସ ସାରାଦିନର ପାୱାର ନିଶ୍ଚିତ କରିଥାଶ, ଅଧିକ ବ୍ୟବହାର ସମୟରେ ବ୍ୟାଟେରୀ ଚିନ୍ତା ଦୂର କରିଥାଏ । ୮୦ୱାଟ ଅଲ୍‌ଟ୍ରା ଚାର୍ଜିଂ ସହ କେବଳ ୫ ମିନିଟର ଚାର୍ଜ ସହିତ ଉପଭୋକ୍ତାମାନେ ୧.୮ ଘଂଟାର ବାଧାହୀନ ଗେମିଂ ଉପଭୋଗ କରିପାରିବେ ।

ସେଗମେଂଟର ଅଗ୍ରଣୀ ୧.୫କେ କ୍ୱାଡ-କର୍ଭଡ ଡିସ୍‌ପ୍ଲେ
ରିଅଲମି ପି୩ ଅଲ୍‌ଟ୍ରା ୫ଜିରେ ଏକ ନିମଜ୍ଜିତ ୧.୫କେ କ୍ୱାଡ-କର୍ଭଡ ଆମୋଲେଡ ଡିସ୍‌ପ୍ଲେ ରହିଛି ଯାହା ଏକ ପ୍ରିମିୟମ ଦୃଶ୍ୟତା ଅନୁଭୂତି ଦେଉଛି । କେବଳ ୭.୩୮ ଏମଏମରେ ଏହା ହେଉଛି ସବୁଠାରୁ ପତଳା କ୍ୱାଡ-କର୍ଭଡ ଡିସ୍‌ପ୍ଲେ ଫୋନ ଯାହା ହାତରେ ଅତ୍ୟଧିକ ଆରାମଦାୟକ ଅନୁଭବ ହେଉଥିବା ଏକ ସ୍ଲିକ ଓ ଏର୍ଗୋନୋମିକ ଡିଜାଇନ ଦେଉଛି । ୧୨୦ଏଚଜେଡ ରିଫ୍ରେଶ ରେଟ ବଟର ଭଳି ସୁଗମ ସ୍କ୍ରୋଲିଂ ନିଶ୍ଚିତ କରୁଥିବା ବେଳେ ୩୮୪୦ଏଚଜେଡ ଅଲ୍‌ଟ୍ରା-ହାଇ-ଫ୍ରିକ୍ୱେନ୍ସି ପିଡବ୍ଲ୍ୟୁଏମ ଡିମିଂ କମ୍ ଆଲୋକ ପରିବେଶରେ ମଧ୍ୟ ଅଧିକ ବ୍ୟବହାର ସମୟରେ ଆଖି ଉପରେ ଚାପ ହ୍ରାସ କରିଥାଏ । ଗେମିଂ ହେଉ କିମ୍ବା କଂଟେଂଟ ଦେଖିବା କିମ୍ବା ବ୍ରାଉଜିଂ, ପି୩ ଅଲ୍‌ଟ୍ରା ୫ଜିର ଡିସ୍‌ପ୍ଲେ ଏକ ଆକର୍ଷଣୀୟ ଓ ଆରାମଦାୟକ ଦୃଶ୍ୟତା ଅନୁଭୂତି ପ୍ରଦାନ କରୁଛି ।

ସେଗମେଂଟର ଅଗ୍ରଣୀ ସୋନି ଆଇଏମଏକ୍ସ୮୯୬ ଏଆଇ କ୍ୟାମେରା
ଫଟୋଗ୍ରାଫି ଉତ୍ସାହୀଙ୍କ ପାଇଁ ଡିଜାଇନ ହୋଇଥିବା ରିଅଲମି ପି୩ ଅଲ୍‌ଟ୍ରା ୫ଜିରେ ସେଗ୍‌ମେଂଟର ସବୁଠାରୁ ବଡ ସୋନି ଆଇଏମଏକ୍ସ୮୯୬ ୫୦ଏମ୍‌ପି ଏଆଇ ସେନ୍ସର ସହ ଏକ ୫୦ଏମ୍‌ପି ଏଆଇ କ୍ୟାମେରା ରହିଛି ଯାହା ଉତ୍କୃଷ୍ଟ ଆଲୋକ ଗ୍ରହଣ କରି ଆକର୍ଷଣୀୟ ସବିଶେଷ ଫଟୋ କ୍ୟାପଚର କରିଥାଏ । ୧୧୨ଂ ଫିଲ୍ଡ ଅଫ ଭ୍ୟୁ ଓ ଓଭିଓ୮ଡି୧୦ ସେନ୍ସର ସହ ଏକ ୮ଏମ୍‌ପି ଅଲ୍‌ଟ୍ରା-ୱାଇଡ-ଆଙ୍ଗେଲ କ୍ୟାମେରା ସହ ଏହି ଫୋନ ଉପଭୋକ୍ତାଙ୍କୁ ଉନ୍ନତ ସ୍ପଷ୍ଟତା ସହ ବିସ୍ତୃତ ପରିଦୃଶ୍ୟକୁ କ୍ୟାପଚର କରିବାକୁ ଅନୁମତି ଦେଇଥାଏ । ୧୬ ଏମ୍‌ପି ଫ୍ରଂଟ କ୍ୟାମେରାରେ ଏକ ପଂଚ-ହୋଲ ଷ୍ଟ୍ରକ୍‌ଚର ରହିଛି ଯାହା ସ୍ପଷ୍ଟ ଓ ଜୀବନ୍ତ ସେଲ୍‌ଫି କ୍ୟାପ୍‌ଚର କରିଥାଏ । ଆଡଭାନ୍ସଡ ସେନ୍ସର ପୋର୍ଟ୍ରେଟ ଫଟୋଗ୍ରାଫିକୁ ଉନ୍ନତ କରିଥାଏ, ପ୍ରାକୃତିକ ଆଲୋକ ଓ ଛାୟାର ଇଫେକ୍ଟ ସହ ଥ୍ରୀ-ଡାଇମେନ୍ସନାଲ ଡେପ୍‌ଥ ସୃଷ୍ଟି କରିଥାଏ ।

ପ୍ରମୁଖ ହାଇଲାଇଟ: ରିଅଲମି ପି୩ ୫ଜି

ସ୍ନାପଡ୍ରାଗନ ୬ ଜେନ ୪ ଚିପସେଟ ଦ୍ୱାରା ପରିଚାଳିତ ଭାରତର ପ୍ରଥମ ସ୍ମାର୍ଟଫୋନ
ରିଅଲମି ପି୩ ସ୍ନାପଡ୍ରାଗନ ୬ ଜେନ ୪ ଚିପସେଟ ଦ୍ୱାରା ପରିଚାଳିତ ଭାରତର ପ୍ରଥମ ସ୍ମାର୍ଟଫୋନ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରିଛି ଯାହା କାର୍ଯ୍ୟଦକ୍ଷତା ବିପ୍ଳବକୁ ଆଗକୁ ବଢାଉଛି । ୭୫୦,୦୦୦ର ଉଲ୍ଲେଖନୀୟ ଆନ୍‌ଟୁଟୁ ବେଂଚମାର୍କ ସ୍କୋର ହାସଲ କରି ଏବଂ ଏକ ଆଡ୍‌ଭାନ୍ସଡ ୪ଏନଏମ ଲୋ-ପାୱାର ପ୍ରୋସେସ ନୋଡ ଉପରେ ନିର୍ମିତ ଏହି ଡିଭାଇସ ଏହାର ପୂର୍ବ ମଡେଲଗୁଡିକ ତୁଳନାରେ ସିପିୟୁ ପ୍ରଦର୍ଶନରେ ୧୫% ବୃଦ୍ଧି ହାସଲ କରିଛି । ଏହି ଚିପସେଟ ସର୍ବୋତମ ଶ୍ରେଣୀର ପ୍ରଦର୍ଶନ ପ୍ରଦାନ କରୁଥିବା ବେଳେ ମଲ୍ଟିଟାସ୍କିଙ୍ଗ, ଗେମିଂ ଓ ହେଭି ଡ୍ୟୁଟି ଆପ୍ଲିକେଶନଗୁଡିକୁ ଅତୁଳନୀୟ ଭାବେ ସୁଗମ ଓ ଲ୍ୟାଗ୍‌-ଫ୍ରି କରିଥାଏ । ଏହାବ୍ୟତୀତ ରିଅଲମି ପି୩ ନିଜ ଶ୍ରେଣୀରେ ପ୍ରଥମ ଥର ପାଇଁ ବିଜିଏମଆଇ ୯୦ଏଫ୍‌ପିଏସକୁ ସପୋର୍ଟ କରୁଛି ।

୧୨୦ଏଚଜେଡ ଆମୋଲେଡ ଇସ୍ପୋର୍ଟସ ଡିସ୍‌ପ୍ଲେ
ରିଅଲମି ପି୩ରେ ଶିଳ୍ପ ଅଗ୍ରଣୀ ଏଆଇ ଆଇ ପ୍ରୋଟେକ୍ସନ ଫଙ୍କଶନ ରହିଛି । ଏଥିରେ ୨୦୦ ନିଟ୍‌ସର ଏକ ପ୍ରଭାବୀ ପିକ୍ ବ୍ରାଇଟନେସ୍ ରହିଛି ଯାହା ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ନାଭିଗେଶନ ଓ ଫଟୋଗ୍ରାଫି ସମୟରେ ସ୍କ୍ରିନର ସ୍ପଷ୍ଟ ଦୃଶ୍ୟମାନତା ନିଶ୍ଚିତ କରିଥାଏ । ଏହାବ୍ୟତୀତ ରିଅଲ୍‌ମି ପି୩ ନିଜ ଶ୍ରେଣୀରେ ଏକମାତ୍ର ଡିଭାଇସ ଯାହା ପ୍ରୋ-ଏକ୍ସଡିଆର ହାଇ ଡାଇନାମିକ ଡିସ୍‌ପ୍ଲେକୁ ସପୋର୍ଟ କରୁଛି, ଯାହା ସମୃଦ୍ଧ ଓ ଅଧିକ ପ୍ରାକୃତିକ ବିବରଣୀ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ଏବଂ ସଠିକ ଭାବେ ବ୍ରାଇଟନେସ୍ ଓ କଲର ରିଷ୍ଟୋର କରିପାରିଥାଏ ।

ଆଇପି୬୬/ଆଇପି୬୮/ଆଇପି୬୯ ଡଷ୍ଟ ଓ ୱାଟର ରେଜିଷ୍ଟାନ୍ସ
ରିଅଲମି ପି୩କୁଧୂଳି ଓ ଜଳ ବିରୋଧରେ ଉନ୍ନତ ସୁରକ୍ଷା ପାଇଁ ଆଇପି୬୬, ଆଇପି୬୮ ଓ ଆଇପି୬୯ ସାର୍ଟିଫିକେଶନ ସହିତ ସବୁଠାରୁ ଜଟିଳ ପରିବେଶକୁ ସହ୍ୟ କରିବା ପାଇଁ ନିର୍ମାଣ କରାଯାଇଛି । ଏହା ଉଚ୍ଚ ତାପମାତ୍ରା ଓ ଅଧିକ ଚାପର ଜଳ ପ୍ରବାହକୁ ସହ୍ୟ କରିପାରିଥାଏ । ଆପଣ ଅତ୍ୟଧିକ ବୃଷ୍ଟିପାତର ସମ୍ମୁଖୀନ ହେଉଥାନ୍ତୁ କିମ୍ବା ହାଇ-ପ୍ରେସର ୱାଟର ଜେଟ୍‌ର କିମ୍ବା ଆପଣଙ୍କର ଡିଭାଇସ ପାଣି ଭିତରେ ବୁଡି ରହିଥାଉ, ପି୩ ସ୍ମାର୍ଟଫୋନକୁ ଏହି ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ମାଣ କରାଯାଇଛି ।


Share It

Comments are closed.