ନିୟମ ଉଲ୍ଲଘଂନକାରୀଙ୍କୁ ନିଜର ଏକ ଭିଡିଓ ସେୟାର କରି ଚେତାବନୀ ଦେଲେ ଜାଡେଜା

Share It

ଜାଡେଜା ବର୍ତ୍ତମାନ କ୍ରିକେଟ ଜଗତରେ ସର୍ବଶ୍ରେଷ୍ଠ ଫିଲ୍ଡର ଋପେ ପରିଗଣିତ ହୋଇଥିବାବେଳେ ବାମ ହାତୀର ଏହି ସ୍ପିନର ଜଣକ କରୋନା ଭାଇରସ ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରେ ରହିବା ପାଇଁ ଉପଦେଶ ଦେଇଛନ୍ତି । ଚୀନର ଉହାନରୁ ଆସିଥିବା ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶରେ ଲକ୍‌ଡାଉନ ଲାଗୁ କରାଯାଇଥିବାବେଳେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଏହି ଲକ୍‌ଡାଉନ ନିୟମକୁ କଡାକଡି ପାଳନ କରିବା ପାଇଁ ନିବେଦନ କରାଯାଇଛି । ଏହି ମଧ୍ୟରେ ଯେଉଁମାନେ ନିୟମକୁ ଠିକସେ କଡାକଡି ଭାବେ ପାଳନ କରୁ ନାହାନ୍ତି, ସେମାନଙ୍କୁ ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ଭିଡିଓ ମାଧ୍ୟମରେ ଚେତାବନୀ ଦେଇଛନ୍ତି ।

ଜାଡେଜା ଚେତାବନୀ ସ୍ୱରୁପ କହିଛନ୍ତି ଯେ, ଯଦି ଆପଣମାନେ ନିୟମର ଉଲ୍ଲଘଂନ କରୁଛନ୍ତି ତେବେ ଆପଣଙ୍କୁ କୋଭିଡ-୧୯ କ୍ୟାଚ କରିନେବ । ଆଜି ଅନେକ ସେଲିବ୍ରିଟି, ଜନସାଧାରଣଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ଉପଦେଶ ଦେଉଛନ୍ତି ।
ଜନସାଧାରଣ ଲକଡାଉନ ନିୟମ ଭାଙ୍ଗିଲେ ତାହାର ପରିଣାମ ସ୍ୱରୁପ କ’ଣ ହେବ ସେଥିପାଇଁ ଜାଡେଜା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚର ଭିଡିଓ ସେୟାର କରିଛନ୍ତି ।


Share It

Comments are closed.