ପୂର୍ବତ୍ତନ କୋଚ ରବି ଶାସ୍ତ୍ରୀଙ୍କୁ ସମାଲୋଚନା କଲେ ଅଶ୍ୱିନୀ

Share It

ପୁଣି ବିବାଦ ଘେରରେ କ୍ରିକେଟ । ଏବେ କିଛିଦିନ ନୀରବତା ପରେ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ସର୍ବଦା ଚର୍ଚ୍ଚାର ପରିସରରେ ରହୁଥିବା ରବି ଶାସ୍ତ୍ରୀଙ୍କୁ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଚର୍ଚ୍ଚା କୌଣସି ଅନ୍ୟ ଦେଶର ଖେଳାଳି କରିନାହାଁନ୍ତି । ବରଂ ଖୋଲା ଖୋଲି ସମାଲୋଚନା କରିଛନ୍ତି ସ୍ପିନର ରବିଚନ୍ଦ୍ର ଅଶ୍ବିନୀ ।

ସେ କହିଛନ୍ତି ଦଳରେ ଅବହେଳା କାରଣରୁ ଏବଂ ଶାସ୍ତ୍ରୀଙ୍କ ପାଇଁ ସେ ବହୁବାର ଖେଳରୁ ଅବସର ନେବାକୁ ମନସ୍ଥ କରିଥିଲେ । ଜାତୀୟ ଗଣମାଧ୍ୟମରେ ସାକ୍ଷାତକାରରେ ଅଶ୍ବିନୀ କହିଛନ୍ତି ଯେ, ମୋତେ ଏକଦା ବସ୍ ଚକା ତଳକୁ ଠେଲିଦେବା ପରି ଅନୁଭବ ହୋଇଥିଲା । ଫଳରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏମିତି ଅନେକ କାରଣରୁ ମୁଁ ଅବସର କଥା ଚିନ୍ତା କରିଥିଲି ।

ଦଳରେ ଅନେକ ଲୋକଙ୍କୁ ସମର୍ଥନ ମିଳୁଛି ମୋତେ କାହିଁକି ନୁହେଁ ? ବେଳେ ବେଳେ ଲୋକମାନେ ମୋ ଆଘାତକୁ ନେଇ ସମ୍ବେଦନଶୀଳ ନୁହଁନ୍ତି ବୋଲି ମୁଁ ଭାବେ ।’୨୦୧୯ ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ପରେ କୋଚ ରବି ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ବିଦେଶରେ ଭାରତର ଏକ ନମ୍ବର ସ୍ପିନର ଭାବେ ଘୋଷଣା ପରେ ଏପରି ମନରେ ଭାବନା ଆସିଥିବା କହିଛନ୍ତି ଅଶ୍ୱିନୀ ।

ସେ କହିଛନ୍ତି ଯେ, ‘ରବିଭାଇଙ୍କୁ ଆମେ ସମସ୍ତେ ସମ୍ମାନ କରୁ । ମୋ ମନରେ ମଧ୍ୟ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ବ୍ୟକ୍ତିଗତ ଭାବେ ଶାସ୍ତ୍ରୀଙ୍କ ମନ୍ତବ୍ୟ ମୋତେ ବହୁତ ବାଧିଥିଲା । କୁଲଦୀପଙ୍କ ସଫଳତା ପାଇଁ ମୁଁ ବହୁତ ଖୁସିଥିଲି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମୁଁ କେବେ ୫ ୱିକେଟ ପାଇନଥିଲି, କିନ୍ତୁ କୁଲଦୀପ ପାଇଥିଲେ । ଏହା ବହୁତ ବଡ ସଫଳତା ।

ଅଷ୍ଟ୍ରେଲିଆ ବିପକ୍ଷରେ ଏ ସଫଳତା ମୋ ପାଇଁ ବହୁତ ଗୁରତ୍ୱ ରଖିଥିଲା । ତଥାପି ମୁଁ ମଧ୍ୟ ଦଳ ପାଇଁ କିଛି କମ୍ କରିନାହିଁ । ଦେଶ ପାଇଁ ମୁଁ ଅନେକ ମ୍ୟାଚ ଜିତିଛି ।କିନ୍ତୁ ବିଦେଶ ମାଟିରେ ଭାରତର ଏକ ନମ୍ବର ସ୍ପିନରେ ଭାବେ କୁଲଦୀପଙ୍କୁ ଶାସ୍ତ୍ରୀଙ୍କ ଘୋଷଣା ମୋତେ ଅନେକ ଆଘାତ ଦେଇଥିଲା । ମୋତେ କେହି ବସ୍ ଚକା ତଳକୁ ଫିଙ୍ଗିଦେବା ପରି ଲାଗିଥିଲା । ମୋତେ କିନ୍ତୁ ସେଥିରୁ ବାହାରି ଦଳର ସଫଳତାକୁ ଉପଭୋଗ କରିବାର ଥିଲା । ଆଉ ମୁଁ ଦଳର ବିଜୟ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲି ।

ତେବେ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ଏବଂ କପିଲ ଦେବଙ୍କ ପରେ ଅଶ୍ୱିନୀ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ତୃତୀୟ ବୋଲର । ମାତ୍ର ସେ ୨୦୧୮ ରୁ ୨୦୨୦ ମଧ୍ୟରେ ଦଳଗତ ଅବହେଳା ପାଇଁ ଅବସର ନେବାକୁ ବାରବାର ମନସ୍ଥ କରିଥିବା ସର୍ବ ସମ୍ମୁଖରେ ଖୁଲାସା କରିଛନ୍ତି । ଆଉ ଅଶ୍ୱିନୀଙ୍କ ଏହି ବିସ୍ଫୋରକ ବୟାନ ପରେ କ୍ରିକେଟ ଜଗତରେ ଆଉ ଏକ ବିବାଦ ସୃଷ୍ଟି କରିଛି ।


Share It

Comments are closed.