ରବିନା ଖୋଲିଲେ ମାୟା ନଗରୀ ‘ବଲିଉଡ’ର ବନ୍ଦ ପେଡୀ, କହିଲେ ଏଠାରେ ସତ କହିବା ମନା

Share It

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ ଜଗତକୁ ଅନେକ ଅଭିନେତା ଓ ଅଭିନେତ୍ରୀ ପରୋକ୍ଷରେ ସମାଲୋଚନା କରିଛନ୍ତି । ସେ କେଉଁ କାରଣରୁ ଡିପ୍ରେସନରେ ଥିଲେ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଆଲୋଚନା । ଏହି ସମୟରେ ବିଟାଉନ୍ ବାବଦରେ ଅନେକ ଗୁମର ଖୋଲିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ । ରବିନା ଟ୍ୱିଟ୍ କରି କହିଛନ୍ତି ଯେ, ଅନେକ ସମୟରେ ଏପରି ହୁଏ କି ଆପଣଙ୍କୁ ଫିଲ୍ମରୁ ହଟାଇ ଦିଆଯାଏ । ହିରୋ ନିଜ ବାନ୍ଧବୀଙ୍କୁ ଫିଲ୍ମରେ ନେଇଥାନ୍ତି । ଏପରିକି ଯେନତେନ ପ୍ରକାରେ ମିଛ ଖବର କରି କଳାକାରଙ୍କ କ୍ୟାରିଅରକୁ ଶେଷ କରିଦିଆଯାଏ । ଅନେକ ସଙ୍ଘର୍ଷ କରିବାକୁ ହୁଏ । କିଛି ଲୋକ ଏହାକୁ ସହ୍ୟ କରିନିଅନ୍ତି ଆଉ କିଛି ସହି ପାରନ୍ତି ନାହିଁ । ସେ ଆହୁରି କହିଛନ୍ତି ଯେ, ଏହା ବିରୋଧରେ ଯଦି କେହି ସ୍ୱର ଉତ୍ତୋଳନ କରେ ତେବେ ତାକୁ ମିଛୁଆ, ପାଗଳ କୁହାଯାଏ । ସେ ଇଣ୍ଡଷ୍ଟ୍ରୀ ସହ ଜଡିତ ଥିଲେ ମଧ୍ୟ ଏହା ହିଁ ବାସ୍ତବ ବୋଲି କହିଛନ୍ତି । ଏହା କାହା ସହ ମଧ୍ୟ ହୋଇପାରେ । ଏପରିକି ତାଙ୍କ ଉପରେ ମଧ୍ୟ ଚାପ ପଡିଥିଲା । କିନ୍ତୁ ସେ ଏହାର ମୁକାବିଲା କରିଥିଲେ । କିଛି ଅତି ହୀନ ରାଜନୀତି କରନ୍ତି ବୋଲି ରବିନା କହିଛନ୍ତି ।

ସୂଚନାଯୋଗ୍ୟ,  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ଗତ ୬ ମାସ ଧରି ସେ ଡିପ୍ରେସନରେ ଥିବା କୁହାଯାଉଛି । ସୁଶାନ୍ତ ୨୦୧୩ରେ ବଡ ପରଦାକୁ ଏଣ୍ଟ୍ରି କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା କାଇ ପୋ ଚେ । ଏହାପରେ ସେ ସୁଦ୍ଧ ଦେଶୀ ରୋମାନ୍ସରେ ନଜର ଆସିଥିଲେ । ୨୦୧୪ରେ ସେ ପିକେରେ ଅନୁଷ୍କା ଶର୍ମାଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିଲେ । ୨୦୧୬ରେ ଏମଏସ ଧୋନୀ- ଦି ଅନଟୋଲ୍ଡ୍ ଷ୍ଟୋରୀ ସବୁଠାରୁ ଅଧିକ ହିଟ୍ ହୋଇଥିଲା ।


Share It

Comments are closed.