ବିଜୟ ଦେବରାକୋଣ୍ଡାଙ୍କ ସହ ଡେଟିଂ ଗୁଜବ ମଧ୍ୟରେ ତାଙ୍କ ବିବାହ କଥା କୁ ନେଇ ମୁହଁ ଖୋଲିଲେ ରଶ୍ମିକା ମନ୍ଦନା
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଜଣାଶୁଣା କପଲ ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦନା ଦୀର୍ଘ ଦିନ ଧରି ଡେଟିଂ କରୁଥିବା ଅନୁମାନ କରାଯାଉଛି। ପରଦାରେ ସେମାନେ ସବୁଠାରୁ ପ୍ରିୟ ସେଲିବ୍ରିଟି ଯୋଡିମାନଙ୍କ ମଧ୍ୟରୁ ଅନ୍ୟତମ, ଯେହେତୁ ଆମେ ସମସ୍ତେ ଗୀତା ଗୋବିନ୍ଦମ୍ ଏବଂ ଡିୟର କୋମରେଡ ପରି ସୁପର-ହିଟ୍ ଫିଲ୍ମରେ ସେମାନଙ୍କ କେମେଷ୍ଟ୍ରୀକୁ ଦେଖିବାକୁ ପାଇଛୁ |
ଏବେ ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ରଶ୍ମିକା ବେଶ ଚର୍ଚ୍ଚାରେ ଅଛନ୍ତି। ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସୁନ୍ଦରତା, ଷ୍ଟାଇଲ୍ ଓ ଏକ୍ସପ୍ରେସନ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି । କୁହାଯାଇଛି ଯେ ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ସହ ତାଙ୍କ ଲଭ ଲାଇଫ୍କୁ ନେଇ ମଧ୍ୟ ଆଲୋଚନାକୁ ଆସନ୍ତି ।
ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ, ଯେତେବେଳେ ରଶ୍ମିକାଙ୍କୁ ତାଙ୍କ ପ୍ରେମ-ସମ୍ପର୍କ ଏବଂ ବିବାହ ବିଷୟରେ ପଚରାଯାଇଥିଲା ,ସେତେବେଳେ ସେ ଅନେକ ଖୁଲାସା କରିଥିଲେ। ସେ କହିଥିଲେ ଯେ, “ମୋ ପାଇଁ ପ୍ରେମ ହେଉଛି ଯେତେବେଳେ ଦୁହେଁ ପରସ୍ପରକୁ ସମ୍ମାନ ଏବଂ ସମୟ ଦେବା ଉଚିତ୍ । ଯେତେବେଳେ ଦୁହେଁ ଦୁହିଁଙ୍କୁ ସୁରକ୍ଷିତ ଅନୁଭବ କରିଥାଉ। ପ୍ରେମ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ଓ ଅନୁଭବ ବିଷୟରେ ଅଟେ। ପ୍ରେମ କେବଳ ସେତେବେଳେ ହୋଇଥାଏ ଯେତେବେଳେ ଉଭୟ ପାର୍ଶ୍ବରୁ ହୋଇଥାଏ । ପରେ ତାଙ୍କୁ ପଚରାଯାଇଥିଲା କି କେବେ ବିବାହ କରିବେ , କେବେ ଯୋଜନା ରହିଛି । ଏହାର ଉତ୍ତରରେ କହିଥିଲେ କି ଏ ବିଷୟରେ ମୋତେ କିଛି ଜଣା ନାହିଁ । ମୁଁ ସେ ବିଷୟରେ କିଛି ଭାବି ନାହିଁ , କାହିଁକି ନା ଏବେ ମୁଁ ଛୋଟ ଅଛି । ହଁ ସେହି ଭଳି ଭଲ ବ୍ୟକ୍ତି ବି ହେବା ଉଚିତ୍ । ଯିଏ ଏହାକୁ ଭଲ ଭାବରେ ବୁଝି ପାରୁଥିବ ।
ଏହା ବ୍ୟତୀତ ରଶ୍ମିକା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ସହିତ ଦୁଇଟି ବଲିଉଡ୍ ଫିଲ୍ମ ରହିଛି । ଯେଉଁଥିରେ ପ୍ରଥମଟି ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ଏବଂ ଦ୍ୱିତୀୟଟି ହେଉଛି ଅମିତାଭ ବଚ୍ଚନଙ୍କ ସହିତ ‘ଶୁଭ ବିଦାୟ’ ଭଳି ଏକ ବ୍ଲକବଷ୍ଟର ଫିଲ୍ମ ରହିଛି । ଏହା ଚଳିତ ବର୍ଷ ରିଲିଜ୍ ହେବ ବୋଲି କୁହାଯାଉଛି ।
Comments are closed.