ବିବାହରେ ବାପା ଋଷି କପୁରଙ୍କ ଘଡି ପିନ୍ଧିଥିଲେ ରଣବୀର

Share It

ଏପ୍ରିଲ୍ ୧୪ରେ ରଣବୀର-ଆଲିଆ ବିବାହ କରିଛନ୍ତି। ଏହି ଉଭୟ ତାରକା ଅତି ସରଳ ଭାବରେ ବିବାହ କରିଛନ୍ତି, ଯେଉଁଥିରେ ଅତି ନିକଟ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଡକାଯାଇଥିଲା। ଦୁହିଁଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିବାହ ଫଟୋରେ ସର୍ବାଧିକ ଧ୍ୟାନ ଆକର୍ଷଣ କରୁଛି ରଣବୀରଙ୍କ ମହଙ୍ଗା ଘଣ୍ଟା। ଯାହାକୁ ସେ ତାଙ୍କ ବିବାହ ସମୟରେ ପିନ୍ଧିଥିଲେ। ଏହି ହାତଘଣ୍ଟା ତାଙ୍କ ବାପା ଋଷି କପୁରଙ୍କର ଥିଲା। ରଣବୀର ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହାକୁ ପିନ୍ଧିଥିଲେ। ଏହି ହାତ ଘଣ୍ଟାର ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା। ଏହି ଘଣ୍ଟାରେ ୧୮ କ୍ୟାରେଟ୍ ଧଳା ସୁନା ବ୍ୟବହାର କରାଯାଇଛି।


Share It

Comments are closed.