ଆଲିଆ-ରଣବୀରଙ୍କ ବିବାହରେ ଆସିବେ କେବଳ ୨୮ ଜଣ ଅତିଥି
ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଲଗାତାର ନୂଆ ଅପଡେଟ୍ ସାମ୍ନାକୁ ଆସୁଛି। ୱେଡିଂ ଭେନ୍ୟୁରୁ ନେଇ ବିବାହରେ ରନ୍ଧା ଯାଉଥିବା ସୁସ୍ବାଦୁ ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ଛୋଟ ବଡ ବିବରଣୀ ଜାଣିବା ପାଇଁ ଫ୍ୟାନ୍ସ ଆଗ୍ରହୀ। ଏହି କପଲ ଏପ୍ରିଲ ୧୪ ରେ ସାତ ଫେରା ନେବାକୁ ଯାଉଛନ୍ତି। ଆର.କେ ଷ୍ଟୁଡିଓ ଏବଂ କୃଷ୍ଣ ରାଜଙ୍କ ବଙ୍ଗଳାକୁ ସଜାଯାଉଛି। ତେବେ ବିବାହ ତାରିଖ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବର୍ତ୍ତମାନ ବିବାହକୁ ଆସୁଥିବା ଅତିଥିମାନଙ୍କ ବିଷୟରେ ନୂଆ ଖବର ଆସିଛି। ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ ତାଙ୍କ ବିବାହ ସହ ଜଡିତ ନୂତନ ସୂଚନା ସେୟାର କରିଛନ୍ତି।
ଏକ ଇଣ୍ଟରଭ୍ୟୁରେ ରାହୁଲ ଭଟ୍ଟ କହିଛନ୍ତି, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହରେ କେବଳ ୨୮ ଜଣ ଅତିଥି ଆସିବେ। ପରିବାର ସଦସ୍ୟଙ୍କ ବ୍ୟତୀତ ଏହି ବିବାହରେ କେବଳ କିଛି ବିଶେଷ ବନ୍ଧୁ ଯୋଗଦେବେ। ଏହା ସହିତ ରାହୁଲ ଭଟ୍ଟ ସ୍ପଷ୍ଟ କରିଛନ୍ତି ଯେ ଉଭୟଙ୍କ ବିବାହ ଡେଟ୍ ଏବଂ ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଖବରରେ ଆସୁଥିଲା ଆଲିଆ ଏବଂ ରଣବୀରଙ୍କ ବିବାହ ବାସ୍ତୁ ଆପାର୍ଟମେଣ୍ଟ କିମ୍ବା ଆର.କେ ଷ୍ଟୁଡିଓରେ ଅନୁଷ୍ଠିତ ହେବ। କିନ୍ତୁ ରାହୁଲ ସ୍ପଷ୍ଟ ଭାବେ କହିଛନ୍ତି, ଉଭୟ ମୁମ୍ବାଇର ଏକ ଫାଇଭ୍ ଷ୍ଟାର୍ ହୋଟେଲରେ ବିବାହ କରିବେ। ପଞ୍ଜାବୀ ରୀତିନୀତି ଅନୁଯାୟୀ ଉଭୟ ବିବାହ ବନ୍ଦନରେ ବାନ୍ଧି ହେବେ।
Comments are closed.