ଲକ୍‌ଡାଉନରେ ମଦ କିଣୁଥିଲେ ଅଭିନେତ୍ରୀ ‘ରକୁଲ ପ୍ରୀତ ସିଂହ’ ? କିଛି ଏଭଳି ଦେଲେ ଜବାବ

Share It

ଦେଶରେ ଲକ୍‌ଡାଉନ ବଳବତ୍ତର ରହିଥିବାବେଳେ ଗତ କିଛି ଦିନ ହେବ ସରକାର ମଦ ଦୋକାନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ପରବର୍ତ୍ତୀ ସମୟରେ ଦୋକାନରୁ ମଦ କିଣିବା ପାଇଁ ଦୋକାନ ବାହାରେ ବିରାଟକାୟ ଲମ୍ବା ଲାଇନ ଲାଗିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ କେହି ସାମାଜିକ ଦୂରତ୍ୱ ପାଳନ ନକରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଲମ୍ବା ଲମ୍ବା ଲାଇନ ଲଗାଇ ଅନେକ ମଦ ଦୋକାନ ବାହାରେ ମଦ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଏହି ମଧ୍ୟରେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କର ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ କେତେକ ୟୁଜର୍ସ, ଅଭିନେତ୍ରୀ ଅନ୍ୟମାନଙ୍କ ଭଳି ମଦ କିଣୁଥିଲେ ବୋଲି କହିଛନ୍ତି ।

ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମରେ ରକୁଲ ପ୍ରୀତ ସିଂହଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ରକୁଲ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି । ସେ ଏକ ଦୋକାନରୁ କିଛି ଜିନିଷ କିଣି ବାହାରକୁ ବାହାରୁଛନ୍ତି ଏବଂ ରାସ୍ତା ପାର କରୁଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓ ଦେଖି କିଛି ବ୍ୟକ୍ତି ପ୍ରଶ୍ନ କରିଥିଲେ କ’ଣ ଜଣକ ମଦ କିଣିବା ପାଇଁ ଯାଇଥିଲେ କି ?
ଯେତେବେଳେ ଏହି ଚର୍ଚ୍ଚା ସଂପର୍କରେ ରକୁଲ ଜାଣିଲେ ସେତେବେଳେ ସେ ଏହାର ଉତ୍ତର ଦେବା ନିହାତି ଆବଶ୍ୟକ ବୋଲି ଭାବିଲେ । ରକୁଲ ଟ୍ୱିଟ ଜରିଆରେ ଏହାର ଜବାବ ଦେଇ କହିଛନ୍ତି ଯେ, “ଆରେ ୱା, ମୋତେ ଜଣାନଥିଲା କି ଔଷଧ ଦୋକାନରେ ମଦ ମିଲେ ବୋଲି ”

ଏହି ମଧ୍ୟରେ ଗତ କାଲି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ ରାସାୟନିକ ଗ୍ୟାସ ଲିକ ମାମଲାରେ ସେ ନିଜ ଶୋକ ବ୍ୟକ୍ତ ଜାହିର କରିଛନ୍ତି । ସେ ଶୋକ ବ୍ୟକ୍ତ କରି ଲେଖିଛନ୍ତି ଯେ, “ଭାଇଯାକ ଗ୍ୟାସ ଲିକ ମାମଲାରେ ମୁଁ ବହୁତ ଦୁଃଖିତ । ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କୁ ମୁଁ ସମବେଦନା ଜଣାଉଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଖୁବ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ମୋର ଭାଇଯାକବାସୀ ସୁରକ୍ଷିତ ରୁହନ୍ତୁ ।”


Share It

Comments are closed.