ମା’ଙ୍କ ଜୀବନ ବଂଚାଇଥିବାରୁ ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଲେ ରାକ୍ଷୀ, ଭିଡିଓ ସେୟାର କରି ଦେଲେ ମେସେଜ
ପୂର୍ବତନ ବିଗ୍ ବସ୍ ୧୪ ପ୍ରତିଯୋଗୀ ରାଖୀ ସାୱନ୍ତ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବା ତାଙ୍କ ମାଙ୍କ ବିଷୟରେ ଏକ ହେଲଥ ଅପଡେଟ ପ୍ରଦାନ କରିଛନ୍ତି। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ରାଖୀ ବିଗ୍ ବସ୍ ହୋଷ୍ଟ ସଲମାନ ଖାନଙ୍କୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ରାକ୍ଷୀ ସାୱନ୍ତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ମା ଡାକ୍ତରଖାନା ବେଡ ଉପରେ ପଡ଼ିଥିବାର ଏବଂ ରାକ୍ଷୀ ମାସ୍କ ପିନ୍ଧି କିଛି ଦୂରରେ ଠିଆ ହୋଇଥିବା ନଜର ଆସିଛନ୍ତି । ରାକ୍ଷୀ ଏହି ଭିଡିଓରେ କହିଛନ୍ତି – ଆଜି ହେଉଛି ମା’ଙ୍କ ଅପରେସନ୍, ଶେଷରେ ଡାକ୍ତର ସଞ୍ଜୟ ଶର୍ମା ତାଙ୍କ କ୍ୟାନ୍ସର ରୋଗକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବେ । ମା ତୁମର କ୍ୟାନ୍ସର ସବୁଦିନ ପାଇଁ ଦୂର ହୋଇଯିବ ‘। ଏହା ପରେ ରାକ୍ଷୀ ତାଙ୍କ ମାଙ୍କୁ ପଚାରିଛନ୍ତି ଆପଣ ସଲମାନ ଜୀଙ୍କୁ କ’ଣ କହିବାକୁ ଚାହୁଁଛନ୍ତି?
ଏହି ଭିଡିଓରେ ରାକ୍ଷୀଙ୍କ ମା କହିଛନ୍ତି ଯେ ତାଙ୍କର ବିପଦ ସମୟରେ ସଲମାନ ତାଙ୍କୁ ସାହାଯ୍ୟ କରିଛନ୍ତି । ଏହି ଭିଡିଓରେ ରାକ୍ଷୀଙ୍କ ମା ସଲମାନ ଖାନଙ୍କୁ ଆଶୀର୍ବାଦ କରୁଥିବା ନଜର ଆସିଛନ୍ତି । ଏଥି ସହିତ, ଏହି ଭିଡିଓରେ ସଲମାନ ଖାନଙ୍କ ପୁରା ପରିବାର ଏବଂ ସୁହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଭିଡିଓ ସେୟାର କରି ରାକ୍ଷୀ ଲେଖିଛନ୍ତି – ‘ଭଗବାନ ଏବଂ ସଲମାନ ଖାନ ଭାଇଙ୍କୁ ଧନ୍ୟବାଦ!’
Comments are closed.