ଠକେଇର ଶିକାର ହେଲେ ଅଭିନେତା ରାଜକୁମାର ରାଓ

Share It

ଅଭିନେତା ରାଜକୁମାର ରାଓ ନିଜର ଦମଦାର୍ ଅଭିନୟ ପାଇଁ ଜଣାଶୁଣା। ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ । କିନ୍ତୁ ତାଙ୍କର ଏକ ପୋଷ୍ଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିନେତା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ସହ ଠକେଇ ହୋଇଛି। କେହି ଜଣେ ଜାଲିଆତି କରି ଅଭିନେତାଙ୍କ PAN କାର୍ଡରେ ଲୋନ୍ ନେଇଛି। ଏହା ପରେ ଅଭିନେତା ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ରାଜକୁମାର କହିଛନ୍ତି, ତାଙ୍କ PAN କାର୍ଡର ଅପବ୍ୟବହାର କରାଯାଇଛି ଏବ୍ ତାଙ୍କ ନାଁରେ ୨୫୦୦ ଟଙ୍କା ଲୋନ ନିଆଯାଇଛି। ଯେଉଁଥିପାଇଁ ତାଙ୍କ କ୍ରେଡିଟ ସ୍କୋର ମଧ୍ୟ ପ୍ରଭାବିତ ହୋଇଛି। ବର୍ତ୍ତମାନ ଟ୍ୱିଟର ମାଧ୍ୟମରେ ଏହି ସମଗ୍ର ବିଷୟ ଉପରେ ପୋଷ୍ଟ କରି ସେ କ୍ରେଡିଟ ଇନଫରମେସନ୍ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍ (ସିବିଆଇଏଲ୍) ର ଅଧିକାରୀମାନଙ୍କୁ ଏହି ଘଟଣାକୁ ଯାଞ୍ଚ କରିବାକୁ କହିଛନ୍ତି। ତେବେ, CIBIL ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଏପର୍ଯ୍ୟନ୍ତ ଅଭିନେତାଙ୍କୁ ଜବାବ ଦେଇ ନାହିଁ।


Share It

Comments are closed.