ରାଜୀବ ଗାନ୍ଧୀ ପଞ୍ଚାାୟତି ରାଜ ସଂଗଠନର ଦୁଇଦିନିଆ ସଂକଳ୍ପ ଶିବିର

Share It

କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ପୂର୍ବ ନିଷ୍ପତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସର୍ବୋଦୟ ସଂକଳ୍ପର ଦୁଇଦିନିଆ ଶିବିର ଆଜି ଠାରୁ ଭବାନୀପାଟଣା ସ୍ଥିତି ଅଗ୍ରସେନୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଉଦଘାଟନ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ ଯେ, ଓଡ଼ିଶାର ଜନଜୀବନର ସମସ୍ୟାକୁ ନେଇ କଂଗ୍ରେସ ଦଳ ଆଗାମୀ ଦିନରେ ସଂଘର୍ଷର ରାସ୍ତାକୁ ଆହୁରି ପ୍ରସାରିତ କରିବ । ନାରୀ ପାଇଁ ନ୍ୟାୟ ଆନ୍ଦୋଳନ ଆହୁରି ଶାଣୀତ ହେବ । ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଭୋଟ ହାରକୁ ୩୦ ପ୍ରତିଶତ ବୃଦ୍ଧି କରିବାର ଲକ୍ଷ ରଖିଛି ଏବଂ ସେଥିପାଇଁ ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ନିଜକୁ ପ୍ରସ୍ତୁତ କରିବାପାଇଁ ଦାସ ଆହ୍ବାନ ଦେଇଥିଲେ । ୍‌ ଏହି ଅବସରରେ ରାଜୀବଗାନ୍ଧୀ ପଂଚାୟତ ରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ କହିଲେ ଯେ ରାଜନୀତି କେବଳ ନିର୍ବାଚନୀ ସର୍ବସ୍ବ ସର୍ବସ୍ବ ନୁହେଁ । ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ରାସ୍ତାରେ ନିରନ୍ତନ ପ୍ରୟାସ ହେଉଛି ପ୍ରକୃତ ରାଜନୀତି, ଯାହା ଆଜି ଦିନରେ ସମସ୍ତଙ୍କ ପାଇଁ କାମ୍ୟ ହେବ । ପ୍ରଥମ ଦିବସରେ ସର୍ବଭାରତୀୟ ଉପଦେଷ୍ଟା ସଚିନ ନାୟକ, ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ବିଶିଷ୍ଠ ସମାଜସେବୀ ଭାରତ ଭୂଷଣ ଠାକୁର, ବିଜୟ ପ୍ରଧାନ, ଡ. ମାନସୀ ଦାସ ପଟ୍ଟନାୟକ, ରୂପକ ତୁରକ, ପ୍ରତାପ ପ୍ରଧାନ, ପ୍ରଦ୍ୟୁମ୍ନ ଦାସ, ଦେବଦତ ଦାସ, ନିମାଇ ସରକାର, ମନୋରଞ୍ଜନ ତ୍ରିପାଠୀ, ସୁଭାଷ ପ୍ରଧାନ, ନିରଞ୍ଜନ ଲେଙ୍କା, ପାଣ୍ଡବ କର୍ଣ୍ଣ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।


Share It

Comments are closed.