ଦେଶରେ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବେ ରୋବର୍ଟ: ମାସ୍କ ପିନ୍ଧୁନଥିବା ଲୋକଙ୍କୁ କରିପାରିବେ ଚିହ୍ନଟ
ଦେଶରେ ଚାଲିଥିବା କରୋନା ସଂକଟ ମଧ୍ୟରେ ରାଜସ୍ଥାନରୁ ଏକ ଭଲ ଖବର ଆସିଛି । ଜୟପୁର ସ୍ଥିତ କମ୍ପାନୀ କ୍ଲବ ଫର୍ଷ୍ଟ ପକ୍ଷରୁ ଏଭଳି ରୋବର୍ଟ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ଏହି ସମୟରେ ଅନେକ ମାତ୍ରାରେ ସାହାଯ୍ୟକାରୀ ହୋଇପାରିବେ । ଏହି ରୋବର୍ଟଗୁଡ଼ିକ ନା କେବଳ ଥର୍ମାଲ ସ୍କ୍ରିନିଙ୍ଗ କରିପାରନ୍ତି ବରଂ ଏଭଳି ଲୋକଙ୍କ ଚିହ୍ନଟ କରିପାରନ୍ତି ଯେଉଁମାନେ ମାସ୍କ ପିନ୍ଧନ୍ତିନାହିଁ ।
ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ ଜୟପୁରସ୍ଥିତ କ୍ଲବ ଫର୍ଷ୍ଟ, ଦେଶରେ ଜାରି ରହିଥିବା କୋଭିଡ-୧୯ ମହାମାରୀ ସହ ଲଢ଼ିବାରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ରୋବର୍ଟ ପ୍ରସ୍ତୁତ କରିଛନ୍ତି । କମ୍ପାନୀର ଏମଡି ଭୁବନେଶ ମିଶ୍ରା କହିଛନ୍ତି ଯେ, “ରୋବର୍ଟ ଥର୍ମାଲ ସ୍କ୍ରିନିଙ୍ଗ କରିପାରିବେ । ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧିନଥିବେ ତେବେ ଏହି ରୋବର୍ଟ ସେମାନଙ୍କର ମଧ୍ୟ ଚିହ୍ନଟ କରିପାରନ୍ତି ।
Rajasthan: Club First, a Jaipur based company has developed robots to help health workers amid #COVID19 pandemic. Bhuvanesh Mishra, MD says,"The robot can do thermal screening, it can also identify if a person is wearing a mask or not." pic.twitter.com/5uwAKDOT5w
— ANI (@ANI) May 16, 2020
କରୋନା ଭାଈରସର ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱର ପାଳନ କରିବା ଜରୁରୀ ଅଟେ । ଏହି କାରଣରୁ ସରକାର ଏଗୁଡ଼ିକର ପାଳନ ଉପରେ ଲଗାତର ଜୋର ଦେଉଛନ୍ତି । ଥର୍ମାଲ ସ୍କ୍ରିନିଙ୍ଗ ଜରିଆରେ ଶରୀରର ତାପମାତ୍ରା ମପାଯାଇଥାଏ ଏବଂ ଏହାର ଲକ୍ଷଣର ଚିହ୍ନଟ ମଧ୍ୟ କରାଯାଇପାରେ । ରୋବର୍ଟଙ୍କ ଯୋଗୁଁ ଏହି କାର୍ଯ୍ୟ ଆହୁରି ସହଜ ହୋଇଯିବ ।
Comments are closed.