ଗେହଲଟଙ୍କୁ କଡା ସମାଲୋଚନା କଲେ ପାଇଲଟ, କହିଲେ କଂଗ୍ରେସ କେବଳ ଗେହଲଟଙ୍କର ନୁହେଁ

Share It

ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଯୁଦ୍ଧ ମଧ୍ୟରେ ସଚିନ ପାଇଲଟ୍ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି। ସେ ବିଜେପିରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ କହିଥିବାବେଳେ ପୁଣି ଥରେ ଏ ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି। ସେ କହିଛନ୍ତି, ବିଜେପିରେ ଯୋଗଦେବାର ନାହିଁ, ବରଂ ଦଳ ଭିତରେ ରହି ନିଜର ଲଢ଼େଇ ଜାରି ରଖିବି। କଂଗ୍ରେସ ପାର୍ଟି କେବଳ ଅଶୋକ ଗେହଲଟଙ୍କର ନୁହେଁ, ବରଂ ଏହି ଦଳ ତାଙ୍କର ମଧ୍ୟ। ଦଳ ବିରୋଧୀ କାର‌୍ୟ୍ୟକଳାପ ଅଭିଯୋଗ ଉପରେ ପାଇଲଟ୍ କହିଛନ୍ତି, ମୁଁ ବର୍ତ୍ତମାନ ସୁଦ୍ଧା ଦଳ ବିରୋଧରେ କିଛି ବି କହିନାହିଁ। ମୁଁ ସମସ୍ତ ଅଭିଯୋଗର ଜବାବ ଦେବି। ମୋ ଲଢ଼େଇ ଅଶୋକ ଗେହଲଟଙ୍କ ସହିତ। ମୁଁ କେବେ ବି ବିଜେପିରେ ଯୋଗଦେବି ନାହିଁ। କୋର୍ଟ ଶୁକ୍ରବାର ରାୟ ଶୁଣାଇବା ପରେ ସାମ୍ବାଦିକ ସମ୍ମିଳନୀ କରିବି। ଯେଉଁମାନେ ମୋତେ ବଦନାମ କରୁଛନ୍ତି, ସେମାନେ ଆଇନଗତ କାର‌୍ୟ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ।


Share It

Comments are closed.