କରୋନାରେ ଆକ୍ରାନ୍ତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ
ସାରା ଦେଶରେ କୋରୋନା ଭୂତାଣୁ ତାଣ୍ଡବ ରଚିବାରେ ଲାଗିଛି । ପୁଣି ଏହି ମହାମାରୀ ଦେଶ ଆଗରେ ବଡ଼ ସଙ୍କଟ ଭାବେ ଉଭା ହୋଇଛି । ପ୍ରତିଦିନ ଦେଶରେ କୋରୋନା ମାମଲାରେ ନୂଆ ନୂଆ ରେକର୍ଡ ସୃଷ୍ଟି ହେବା ସହ ପୁରୁଣା ରେକର୍ଡ ସବୁ ଭାଙ୍ଗିବାରେ ଲାଗିଛି । ପ୍ରତିଦିନ ପୂର୍ବ ଦିନ ଅପେକ୍ଷା ଅଧିକ ନୂଆ କୋରୋନା ମାମଲା ଚିହ୍ନଟ ହେଉଛି । ତେବେ କେବଳ ସାଧାରଣ ଲୋକ ନୁହେଁ ସେଲିବ୍ରିଟିଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ କରୋନା କବଳରେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଭୟଙ୍କର ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଏହି ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ସାମିଲ ହୋଇଛି।
ଅଶୋକ ଗେହଲଟ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏହାର ପୂର୍ବ ଦିନ ଅଶୋକ ଗେହଲୋଟଙ୍କ ପତ୍ନୀ ସୁନୀତା ଗେହଲୋଟ୍ କରୋନା ସଂକ୍ରମିତ ହୋଇଥିଲେ, ଯାହା ପରେ ମୁଖ୍ୟମନ୍ତ୍ରୀ ହୋମ ଆଇସୋଲେସନ୍ରେ ଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟୁଇଟ୍ କରି ସଂକ୍ରମିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ‘କୋଭିଡ଼ ଟେଷ୍ଟ କରାଇବା ପରେ ଆଜି ମୋର ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ଲକ୍ଷଣ ନାହିଁ ଏବଂ ମୁଁ ସୁସ୍ଥ ଅନୁଭବ କରୁଛି। କୋଭିଡ ପ୍ରୋଟୋକଲ ଅନୁସରଣ କରି ମୁଁ ଆଇସୋଲେସନ୍ରେ ରହି କାର୍ଯ୍ୟ ଜାରି ରଖିବି।’
Comments are closed.