କାଳବୈଶାଖୀ ପ୍ରଭାବ: ଘଡ଼ଘଡ଼ି ସହ କୁଆପଥର ବର୍ଷା

Share It

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଟ୍ବିନସିଟି ରାୟଗଡା, କନ୍ଧମାଳ, ଗଞ୍ଜାମ, ନୟାଗଡ, କଟକ, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା ଜିଲାରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୪୦.୦ମିମି ବର୍ଷା ରେକର୍ଡ ହୋଇଥିବାବେଳେ ା ଖୋର୍ଦ୍ଧାରେ ୧୨ ମିମି, ନୟାଗଡ଼ରେ ୮ମିମି, ଦାରିଙ୍ଗିବାଡ଼ିରେ ୪ ମିମି, ତାଳଚେରରେ ୨.୨ ମିମି ଏବଂ ଅନୁଗୁଳରେ ୨.୦ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଦିନବେଳା ଖରା ଓ ଗୁଳୁଗୁଳି ମଧ୍ୟ ଲୋକଙ୍କୁ ଅତିଷ୍ଠ କରିଛି। ରାଜ୍ୟର ପ୍ରାୟ ୬ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ଫଳରେ ଆସନ୍ତା ଦିନରେ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇପାରେ। ରବିବାର ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢ଼େଙ୍କାନାଳ, ଦେବଗଡ଼, ଅନୁଗୁଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲାରେ ବର୍ଷା ଓଘଡ଼ଘଡ଼ି ନେଇ ଆଞାଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Share It

Comments are closed.