ରାଜ୍ୟର କେନ୍ଦ୍ରୀୟ ଅଞ୍ଚଳରେ ପ୍ରମୁଖ ଷ୍ଟେଶନର ନବୀକରଣ
ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଓଡ଼ିଶାର ୬ଟି ରେଳ ଷ୍ଟେଶନଗୁଡ଼ିକର ପୁନଃବିକାଶ ଆରମ୍ଭ କରିଛି। ,ହି ପ୍ରକଳ୍ପରେ ଅନୁଗୁଳ, ତାଳଚେର, ତାଳଚେର ରୋଡ, ମେରାମଣ୍ଡଳୀ, ଢେଙ୍କାନାଳ ଏବଂ ରେଢ଼ାଖୋଲ ଆଦି ଷ୍ଟେଶନ ରହିଛି। ଏହି ସବୁ ଷ୍ଟେଶନଗୁଡ଼ିକର ଆଧୁନିକରଣ ଅଧିନରେ ନୂତନ ଷ୍ଟେଶନ ଭବନ ନିର୍ମାଣ ସହ ଉନ୍ନତ ସ୍ଥାପତ୍ୟ, ଆଧୁନିକ ସୁବିଧା ଏବଂ ଉନ୍ନତ ଯାତ୍ରୀ ସେବା ପ୍ରଦାନ କରାଯିବ। ପ୍ରଶସ୍ତ ଫୁଟ ଓଭର ବ୍ରିଜ (୧୨ ମିଟର) ଏବଂ ଯାତ୍ରୀ ଲିଫ୍ଟ, ବର୍ଦ୍ଧିତ ଆଶ୍ରୟସ୍ଥଳୀ, ଡିଜିଟାଲ ସାଇନେଜ ଏବଂ ସୁରକ୍ଷା ବ୍ୟବସ୍ଥା ସହିତ ଉନ୍ନତ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦିଅଯାଉଛି। ସେହିପରି ଆଲୋକୀକରଣ, ଜଳ ସଂରକ୍ଷଣ ଏବଂ ଜଳ ଅପଚୟ ପରିଚାଳନା ଉପରେ ପଦକ୍ଷେପ ନିଅଯାଉଛି। ଡ୍ରପ-ଅଫ/ପିକ-ଅପ ଲେନ ଏବଂ ପାର୍କିଂ ସୁବିଧା ସହିତ ସମନ୍ପିତ ପରିବହନ ଭିତ୍ତିଭୂମି ବିକାଶ କରାଯାଉଛି। ୱାଇ-ଫାଇ, ଏଲଇଡି କୋଚ ସଙ୍କେତ ବୋର୍ଡ, ଟ୍ରେନ ସୂଚନା ପ୍ରଦର୍ଶନ ଏବଂ ଉନ୍ନତ ଲାଉଞ୍ଜ କ୍ଷେତ୍ର ଭଳି ଡିଜିଟାଲ ସୁବିଧା ଉପଲବ୍ଧ କରାଯାଉଛି। ଅନୁଗୁଳ ଷ୍ଟେଶନ ନବୀକରଣ ପାଇଁ ୨୫.୪୧ କୋଟି, ତାଳଚେର ରୋଡ ଷ୍ଟେଶନ ପାଇଁ ୧୮.୮୫ କୋଟି, ତାଳଚେର ଷ୍ଟେଶନ ପାଇଁ ୧୨.୯୭ କୋଟି, ମେରାମଣ୍ଡଳୀ ଷ୍ଟେଶନ ପାଇଁ ୨୧.୯୯ କୋଟି, ଢେଙ୍କାନାଳ ଷ୍ଟେଶନ ପାଇଁ ୨୬.୧୧ କୋଟି ଓ ରେଢ଼ାଖୋଲ ଷ୍ଟେଶନ ପାଇଁ ୨୬.୯୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।
Comments are closed.