ଦକ୍ଷିଣପୂର୍ବ ରେଳପଥର ୧୨ କର୍ମଚାରୀ ସମ୍ବର୍ଦ୍ଧିତ

Share It

କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ସମ୍ବନ୍ଧିତ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷିଣପୂର୍ବ ରେଳପଥର ୧୨ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଗାର୍ଡେନରିଚ୍‌ସ୍ଥିତ ଦକ୍ଷିଣ ପୂର୍ବ ରେଳପଥ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରେଳପଥ ଜେନେରାଲ ମ୍ୟାନେଜର ଏହି କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଖଡ଼ଗପୁରର ିନିୟର ମୋଟରମ୍ୟାନ୍‌ କମଳେଶ ରାୟ, ବାମରାର ଟେକ୍ନସିଆନ୍‌-୩ ଜୋଶେଫ୍‌ ଗାରି, ଝାରସୁଗୁଡ଼ା ଟେକ୍ନିସିଆନ୍‌ କୃଷ୍ଣଚନ୍ଦ୍ର ନାୟକ, ପଏଣ୍ଟସମ୍ୟାନ -ଏ ମିଲି ସରକାର, ଟ୍ରାକ୍‌ ମେଣ୍ଟେର ପୁଷ୍ପା ସିଂହ, ଅନୀଲ ପାଣ୍ଡେ, ବିଶାଳ ବିଶ୍ୱାସ, ମହମ୍ମଦ ସୈଫ୍‌ ଅଲ୍ଲୀ ଖାନ, ଅମନ କୁମାର, ଉପେନ୍ଦ୍ର ରାମ, ରଞ୍ଜିତ କୁମାର ମହାତୋ, କମଲ ମହାତୋ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯାତ୍ରୀ ସୁରକ୍ଷା ତଥା ବିଭିନ୍ନ ସମୟରେ ଦୁର୍ଘଟଣା ରୋକିବାରେ ଏହି କର୍ମଚାରୀମାନେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।


Share It

Comments are closed.