ରୁଷ୍-ୟୁକ୍ରେନ ଯୁଦ୍ଧ ବେଳେ ହୃଦଘାତର ଶିକାର ହେଲେ ପୁଟିନ୍ଙ୍କ ପ୍ରତିରକ୍ଷା ମନ୍ତ୍ରୀ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଭ୍ଲାଦିମିର ପୁଟିନଙ୍କ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁଙ୍କୁ ଗତ କିଛି ଦିନ ହେବ ଦେଖିବାକୁ ମିଳୁନି । କୁହାଯାଉଛି ଯେ ସେ ହୃଦଘାତରେ ପୀଡିତ ହୋଇ ଚିକିତ୍ସାଧୀନ ଅଛନ୍ତି । କେତେକ ରିପୋର୍ଟରେ ମଧ୍ୟ ଏହା ଦାବି କରାଯାଇଛି ଯେ, ରୁଷର ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୨୦ ଜଣ ଜେନେରାଲଙ୍କୁ ଗିରଫ କରାଯାଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୨ ମସିହାରୁ ରୁଷର ରାଷ୍ଟ୍ରପତି ପୁଟିନଙ୍କ ଅତି ଘନିଷ୍ଠ ସହଯୋଗୀ ସର୍ଗେଇ ଶୋଏଗୁ ଗତ କିଛି ସପ୍ତାହ ହେବ ନିଖୋଜ ରହିଥିଲେ । ରୁଷ-ଇସ୍ରାଏଲର ବ୍ୟବସାୟୀ ଲିଓନିଡ୍ ନେଭଜଲିନ୍ ମଧ୍ୟ ପୁଟିନ ଏବଂ ତାଙ୍କର ଘନିଷ୍ଠ ପରାମର୍ଶଦାତା ତଥା ସାମରିକ ନେତାଙ୍କ ମଧ୍ୟରେ ଏକ ବଡ଼ ସମ୍ବେଦନଶୀଳ ଦାବି କରିଛନ୍ତି ।
ରୁଷ ଦ୍ବାରା ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବାର ଦୁଇ ଦିନ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ପୁଟିନଙ୍କୁ ରୁଷ୍ର ବୈଦେଶିକ ଇଣ୍ଟେଲିଜେନ୍ସ ସର୍ଭିସର ମୁଖ୍ୟ ସର୍ଗେଇ ନରିଶକିନ୍ଙ୍କ ସହ ଡୋନେଟସ୍କ ଏବଂ ଲୁହାନସ୍କକୁ ସ୍ବାଧୀନ ରାଜ୍ୟ ଭାବରେ ମାନ୍ୟତା ଦେବା ଉପରେ ତାଙ୍କ ଆଭିମୁଖ୍ୟ ସମ୍ପର୍କରେ ଖୋଲାଖୋଲି ଭାବେ କଥା ହେବାକୁ କୁହାଯାଇଥିବା ନଜର ଆସିଛନ୍ତି । ତାଙ୍କର ନିକଟତମ ସହଯୋଗୀମାନଙ୍କ ମଧ୍ୟରେ ନରିଶ୍କିନ୍ ମଧ୍ୟ ଗଣାଯାଏ ।
ଏଠାରେ ସୂଚନା ଥାଉକି, ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଉଚ୍ଚ ପଦାଧିକାରୀମାନଙ୍କୁ ସର୍ବସାଧାରଣରେ ଅପମାନିତ କରିବାକୁ ପଛାନ୍ତି ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନ୍ୟ ଏକ ଫଟୋରେ ପୁଟିନଙ୍କ ଏକ ସାକ୍ଷାତକାରରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ଏବଂ ଅନ୍ୟମାନଙ୍କଠାରୁ କିଛି ଦୂରରେ ବସିଥିବାର ନଜର ଆସିଛନ୍ତି। ଏହା ଦ୍ୱାରା ରୁଷର ରାଷ୍ଟ୍ରପତି ଏବଂ ତାଙ୍କ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା ।
Comments are closed.