ଏବେ ବିଲେଇ ରଖିଲେ କରିବାକୁ ପଡିବ ଲାଇସେନ୍ସ
ମହାରାଷ୍ଟ୍ରର ପୁନେରେ ଏବେ ବିଲେଇ ପାଳନ କରିବା ପାଇଁ ଲୋକଙ୍କୁ ପୁନେ ମ୍ୟୁନିସିପାଲିଟି କର୍ପୋରେସନ୍ର ଅନୁମତି ନେବାକୁ ହେବ। କୁକୁରର ଲାଇସେନ୍ସ ପରେ ମହାନଗର ପାଳିକା ଏବେ ସହରବାସୀଙ୍କ ପାଇଁ ବିଲେଇକୁ ରଖିବାକୁ ଲାଇସେନ୍ସ ନେବା ବାଧ୍ୟତାମୂକଳ କରି ଦିଆଯାଇଛି। ଏଥିପାଇଁ ଲୋକଙ୍କୁ ଆବେଦନ କରିବାକୁ ହେବ। ବିଲେଇ ପାଳିବାକୁ ସଉକ ରଖିଥିବା ଲୋକଙ୍କୁ ନୂଆ ଲାଇସେନ୍ସ ପାଇଁ ୭୫ ଟଙ୍କା ଓ ନବୀକରଣ ପାଇଁ ୫୦ ଟଙ୍କାର ଶୁକ୍ଲ ଦେବାକୁ ହେବ। ଏହା ସହିତ ବିନା ଲାଇସେନ୍ସରେ ବିଲେଇ ରଖିଲେ ମ୍ୟୁନିସିପାଲିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। କେବଳ ସେତିକି ନୁହେଁ ଆଣ୍ଟି ରାବିଜ୍ ଭ୍ୟାକସିନ୍ ପ୍ରମାଣପତ୍ର ମଧ୍ୟ ଲୋକଙ୍କୁ ଜମା କରିବାକୁ ହେବ।
ମିଳିଥିବା ସୂଚନା ଅନୁସାରେ, ମିଳିଥିବା ସୂଚନା ଅନୁଯାୟୀ ପୁନେ ମ୍ୟୁନିସିପାଲିଟି କର୍ପୋରେସନ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ଆବେଦନ ସହିତ ଲୋକଙ୍କୁ ବିଲେଇର ତିନୋଟି ଫଟୋ ମ୍ୟୁନିସିପାଲିଟି କର୍ପୋରେସନକୁ ଦେବାକୁ ପଡିବ। ପୁନେ୍ ମ୍ୟୁନିସିପାଲିଟି କର୍ପୋରେସନରେ ଆୟୋଜିତ ଏକ ପ୍ରଶାସନିକ ବୈଠକର ଏହି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି। ପୂର୍ବରୁ କୁକୁର ରଖିବା ପାଇଁ ୭୫ ଟଙ୍କା ଏବଂ ଲାଇସେନ୍ସ ନବୀକରଣ ପାଇଁ ୫୦ଟଙ୍କା ଧାର୍ଯ୍ୟ କରାଯାଇଥିଲା।
Comments are closed.