ଧାମରା ପୋର୍ଟ ପରିସରରେ ‘ସମୁଦ୍ର ରୁ ସମୃଦ୍ଧି’ କାର୍ଯ୍ୟକ୍ରମ ଆୟୋଜିତ

Share It

ଧାମରା, : ମାରିଟାଇମ ଅମୃତକାଲ ୨୦୪୭ ଅନ୍ତର୍ଗତ ଗୁଜରାଟଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଗରିମାମୟ ଉପସ୍ଥିତିରେ ‘ସମୁଦ୍ର ରୁ ସମୃଦ୍ଧି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନୌବାଣିଜ୍ୟ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ଉପସ୍ଥିତିକୁ ଜାହିର କରିବା ସହ ସାମୁଦ୍ରିକ କ୍ଷେତ୍ରକୁ ସୁଦୃଡ କରିବା ପାଇଁ ଭାରତ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ‘ଚିପ୍ସ ଅର୍ ସିପ୍ସ- ୱି ମଷ୍ଟ ମେକ୍ ଦେମ୍ ଇନ୍ ଇଣ୍ଡିଆ’ । ଅର୍ଥାତ ଚିପ୍ସ ହେଉ ଅଥବା ସିପ୍ (ଜାହାଜ) -ଆମେ ଭାରତରେ ପ୍ରସ୍ତୁତ କରିବୁ । ଭାରତର ଉପକୂଳ ସୀମା ଭବିଷ୍ୟତରେ ଦେଶର ସମୃଦ୍ଧିର ପ୍ରବେଶ ଦ୍ୱାର ହେବ ବୋଲି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟିକୁ ଲକ୍ଷ୍ୟ ରଖି ଧାମରା ପୋର୍ଟର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ ଅଭିମନୁ୍ୟ ସେଠୀ, ଭଦ୍ରକ ଅତିରିକ୍ତ ଜିଲାପାଳ, ଭାରତ ସରକାରଙ୍କ ଇମିଗ୍ରେସନ ଓ କଷ୍ଟମ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳ ତଥା ପଡ଼ୋଶୀ ରାଜ୍ୟ ସହିତ ନୌବାଣିଜ୍ୟ ସମ୍ବନ୍ଧୀୟ ମୁଖ୍ୟ ନୀତି, ବିଭିନ୍ନ ପ୍ରକଳ୍ପ , ସାମୁଦ୍ରିକ କ୍ଷେତ୍ରରେ ଉନ୍ନତି ଓ ଅମୃତକାଲ ଭିଜନ-୨୦୪୭ ବିଷୟରେ ସିଧା ପ୍ରସାରଣ କରାଯାଇଥିଲା ।


Share It

Comments are closed.