ପୁଣିଥରେ କରୋନା ସଂକ୍ରମିତ ହେଲେ ପ୍ରିୟଙ୍କା ଗାନ୍ଧୀ

Share It

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ଟ୍ୱିଟ ମାଧ୍ୟମରେ ଏନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜେଟିଭ ଆସିଛି। ସେ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି। ସୂଚନା ଥାଉକି ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ଜୁନ ୩ ରେ ପ୍ରିୟଙ୍କା ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ।

ଅନ୍ୟପଟେ ଦେଶର ଗତ ୨୪ ଘଣ୍ଟାରେ ୧୬,୦୪୭ ନୂଆ କରୋନା ସଂକ୍ରମିଚ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୯ ହଜାର ୫୩୯ ସଂକ୍ରମିତ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୧,୨୮,୨୬୧ କରୋନା ସଂକ୍ରମିତ ହୋଇଛନ୍ତି। ଦଶରେ ବର୍ତ୍ତମାନ ସଂକ୍ରମଣ ହାର ୪.୯୪ ପ୍ରତିଶତ ରହିଛି।


Share It

Comments are closed.