ଓସ୍କାର ନୋମିନେସନକୁ ନେଇ ପ୍ରିୟଙ୍କାଙ୍କ ଉପରେ ପ୍ରଶ୍ନ ଉଠାଇଲେ ଅଷ୍ଟ୍ରେଲିଆନ ଜର୍ଣ୍ଣାଲିଷ୍ଟ, ଉତର ମିଳିବା ପରେ ଡିଲିଟ କରିବାକୁ ପଡ଼ିଲା ପୋଷ୍ଟ

Share It

ନୀକଟରେ ୯୩ତମ ଏକାଡେମୀ ଆୱାର୍ଡର ଘୋଷଣା କରାଯାଇଛି । ଏଂଟରଟେନମେଂଟ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ ଏକାଡେମୀ ଆୱାର୍ଡ(ଓସ୍କାରେ) ର ନୋମିନେସନର ଘୋଷଣା କରିବା ଦାୟୀତ୍ୱ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ ଏବଂ ନିକ ଜୋନସଙ୍କୁ ଦିଆଯାଇଛି । ଏହା ସେମାନଙ୍କ ପାଇଁ ବହୁତ ବଡ଼ ଉପଲବ୍ଧି ଥିଲା । କିନ୍ତୁ ଜଣେ ବ୍ୟକ୍ତି ପ୍ରିୟଙ୍କା ଏବଂ ନିକଙ୍କ ଦ୍ୱାରା ଓସ୍କାର ନୋମିନେସର ଘୋଷଣାରେ ସେମାନଙ୍କର ଦକ୍ଷତା ଉପରେ ପ୍ରଶ୍ନ କରିଛନ୍ତି । ଏହା ଉପରେ ଅଭିନେତ୍ରୀ ବହୁତ ଭଲ ଜବାବ ଦେଇଛନ୍ତି ।

ଅଷ୍ଟ୍ରେଲିୟନ ରିପୋର୍ଟର ପିର୍ଟର ଫୋର୍ଡ ଟ୍ୱିଟ କରିଥିଲେ ଯେ, “ମୁଁ ଏହି ଦୁଇଜଣଙ୍କର ଅନାଦାର କରୁନାହିଁ । କିନ୍ତୁ ଫିଲ୍ମ ପ୍ରତି ସେମାନଙ୍କର ଯୋଗଦାନକୁ ଦେଖିଲେ ମୋତେ ଲାଗୁଛି ଯେ ସେମାନେ ଓସ୍କାର ନୋମିନେସନର ଘୋଷଣା କରିବା ପାଇଁ ଯୋଗ୍ୟ ନୁହଁନ୍ତି । ପିଟରଙ୍କର ଏହି ପ୍ରଶ୍ନ ଉପରେ ପ୍ରିୟଙ୍କା ଉତର ଦେଇଛନ୍ତି ଯେ, “କାହାର ଦକ୍ଷତା ଉପରେ ଆପଣଙ୍କର ବିଚାରଗୁଡ଼ିକୁ ନିଶ୍ଚିତ ପସନ୍ଦ କରିବି । ଏହା ହେଉଛି ମୋର ୬୦ରୁ ଅଧିକ ଫିଲ୍ମ, ଆପଣଙ୍କ ପାଇଁ ।” ଉତର ଦେବାରେ ପ୍ରିୟଙ୍କାଙ୍କ ଏହି ଅନ୍ଦାଜ ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ଆସିଛି ।

କିନ୍ତୁ ପିଟରଙ୍କ ଶଙ୍କା ଏତିକିରେ ଦୂର ହୋଇନଥିଲା । ସେ ପୁଣି ପ୍ରିୟଙ୍କାଙ୍କ ଉତରରେ ଲେଖନ୍ତି, “ସିନେମାରେ ନିଜର ଦକ୍ଷତା ଦେଖାଇ ମୋତେ ଏହା ମନେପକାଇଦେଇଥିବାରୁ ପ୍ରିୟଙ୍କା ଚୋପ୍ରାଙ୍କର ଏହି ଅନ୍ଦାଜ ଭଲ ଥିଲା । ଯେତିକି ମୋତେ ଜଣାଥିଲା ଏହା ତାଠାରେ ଆହୁରି ଅଧିକ । ମୁଁ ଏହାକୁ ସ୍ୱୀକାର କରୁଛି । ତଥାପି ମୋର ରାୟ ବଦଳିନି । କିନ୍ତୁ ଏହାର ଏକ ନୂଆ ଅନୁଭବ ଥିଲା ଯେତେବେଳେ ୨୭,୦୦୦,୦୦୦ ଫଲୋଅର୍ସ (ପ୍ରିୟଙ୍କାଙ୍କ ଟ୍ୱିଟର ଫଲୋଅର୍ସ) ଥିବା ବ୍ୟକ୍ତିତ୍ୱଙ୍କର ରାଗିଯାଇଥିବା ପ୍ରଶଂସକମାନେ ଆପଣଙ୍କ ପଛରେ ପଡ଼ିଯାଆନ୍ତି ।”


Share It

Comments are closed.