୯୦ ତମ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Share It

ଭୁବନେଶ୍ବର,୦୧/୦୪:୯୦ ତମ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସାମଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ଓଡ଼ିଶା ।ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ସମୃଦ୍ଧ କରିଛି।ଦୃଢ଼ ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ଓଡ଼ିଶାର ଲୋକମାନେ ପରିଚିତଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ୪ ପୃଷ୍ଠା ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବରପୁତ୍ରମାନେ ଅଲିଭା ସ୍ବାକ୍ଷର ଛାଡ଼ି ଯାଇଛନ୍ତି । ବିଜୁବାବୁଙ୍କ ଭଳି ମହାନ ବ୍ୟକ୍ତିତ୍ବ ଏହି ମାଟିରେ ଜନ୍ମ ନେଇଥିଲେ । ତାଙ୍କ ଜୀବନ ଅସାଧାରଣ ଶକ୍ତି ଓ ସାହସର ପ୍ରତୀକ । ଦେଶ ଗଠନ ପାଇଁ ଅତୁଟ ସମର୍ପଣର ପ୍ରତୀକ ହେଉଛନ୍ତି ବିଜୁ ବାବୁ। ବିଜୁ ବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ବ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିଥାଏ । ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରୟାସକୁ ମୋଦି ପ୍ରଶଂସା କରିଛନ୍ତି । ଓଡ଼ିଶାର ପ୍ରଗତି ପାଇଁ ସାମୂହିକ ଭାବେ ଚିନ୍ତନ କରିବାର ଆବଶ୍ୟକତା ରହିଛି । ବିକଶିତ ଓଡ଼ିଶା ହାସଲ ଦିଗରେ ଭାରତ ସରକାର ଓଡ଼ିଶା ସହ ଛିଡ଼ା ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


Share It

Comments are closed.