୨୦୨୫-୨୬ ସୁଦ୍ଧା ୫୩୫ ବିଲିୟନ ଡଲାରରେ ପହଂଚିବ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ

Share It

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ କାରଣରୁ ଗତ ଦୁଇ ବର୍ଷ ହେବ ଶିଳ୍ପ ଅଭିବୃଦ୍ଧି ବହୁମାତ୍ରାରେ ପ୍ରଭାବିତ ହୋଇଛି ଏବଂ ସାମୁଦ୍ରିକ ଖାଦ୍ୟ (ସିଫୁଡ୍‌) ଶିଳ୍ପର ଅନେକ ବ୍ୟବସାୟିକ ସଂସ୍ଥାର ଲାଭ ହ୍ରାସ ହୋଇଛି କିମ୍ବା କ୍ଷତି ହୋଇଛି । ପର୍ଯ୍ୟାପ୍ତ କଂଟେନର୍ ଉପଲବ୍ଧ ନହେବା କାରଣରୁ ସମୁଦ୍ରରେ ମାଲ୍ ପରିବହନ ଖର୍ଚ୍ଚରେ ବୃଦ୍ଧି, ଶିଳ୍ପ ପାଇଁ ଏହି ସମସ୍ୟାକୁ ଅଧିକ ଖରାପ କରିଛି । ୫ ଟ୍ରିଲିୟନ ଡଲାରର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସ୍ଥିରତା ଓ ତ୍ୱରିତ ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଶିଳ୍ପର ଅଂଶ ଭାବେ ଆମେ ଆଶା କରୁଛୁ ଯେ, ସରକାର ଶିଳ୍ପର ସଂସ୍ଥାଗୁଡିକର ଉନ୍ନତି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ନିକଟରେ ସରକାର ବିଭିନ୍ନ ବର୍ଗ (ଆର୍‌ଟିଇ/ଆର୍‌ଟିସି ଫୁଡ୍‌, ଫଳ ଓ ପନିପରିବା, ସାମୁଦ୍ରିକ ଉତ୍ପାଦ, ମୋଜେରେଲା ଚିଜ୍‌)ରେ ପ୍ରଡକ୍ସନ ଲିଙ୍କ୍‌ଡ ଇନ୍‌ସେଂଟିଭ୍ (ପିଏଲ୍‌ଆଇ)ର ଘୋଷଣା କରିଥିଲେ, ଯାହାକି ପ୍ରକ୍ରିୟାକରଣର ସ୍ତରକୁ ଉନ୍ନତ କରିବା ଓ ଅଧିକ ମୂଲ୍ୟ ଯୋଗ କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଲାଭ ପହଂଚାଇବ ବୋଲି ଆଶା କରାଯାଉଛି । ତେବେ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟରରେ ପିଏଲ୍‌ଆଇ ସ୍କିମ୍ ପାଇଁ ଖର୍ଚ୍ଚ କେବଳ ୧୦,୯୦୦ କୋଟି ଟଙ୍କା ରହିଛି । ଏହା ଅନ୍ୟ ଶିଳ୍ପଗୁଡିକ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ଏହି ଶିଳ୍ପରେ ଥିବା ଗୁରୁତ୍ୱପୂର୍ଣ୍ଣ ଏମ୍‌ଏସ୍‌ଏମ୍‌ଇଗୁଡିକର ଉପସ୍ଥିତି ଏବଂ ପ୍ରୋସେସିଂର ନିମ୍ନ ସ୍ତର ଓ ମାର୍କେଟେବୁଲ ସର୍‌ପ୍ଲସକୁ ଦୃଷ୍ଟିରେ ରଖିଲେ, ଏକ ବର୍ଦ୍ଧିତ ଖର୍ଚ୍ଚ ଏହି କ୍ଷେତ୍ରକୁ ବୃଦ୍ଧି ପ୍ରଦାନ କରିବ ଏବଂ ଅର୍ଥନୈତିକ ବିକାଶ ସମେତ ରପ୍ତାନୀ ଓ ଘରୋଇ ବ୍ୟବହାରରେ ସାହାଯ୍ୟ କରିବ । ଏହାର ଖାଦ୍ୟ ଓ କୃଷି ବ୍ୟବସାୟ ମୂଲ୍ୟ ଶୃଙ୍ଖଳା ସହ ଜଡିତ ଅନ୍ୟ କ୍ଷେତ୍ର ଯେପରିକି କୃଷି-ଉତ୍ପାଦ, କୃଷି ଉପକରଣ ନିର୍ମାତା, ଲଜିଷ୍ଟିକ୍‌, ପ୍ୟାକେଜିଂ ସଂସ୍ଥା ଓ ଅନ୍ୟ ହିତାଧିକାରୀମାନଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।
ଆମେ ପିଏମ୍‌କେଏସ୍‌ୱାଇ ଯୋଜନା ଅଧିନରେ ଅନୁଦାନ/ସବ୍‌ସିଡି ଆକାରରେ ସରକାରୀ ସହୟତା କ୍ଷେତ୍ରରେ ବୃଦ୍ଧିର ଆଶା ରଖିଛୁ, ଯାହାକି ୨୦୧୬-୨୦ ଅବଧି ପାଇଁ କେବଳ ୬୦୦୦ କୋଟି ଟଙ୍କା ଥିଲା । ଆମେ ମଧ୍ୟ ବିଦ୍ୟମାନ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ଗୁଡିକର ଆଧୁନିକୀକରଣ ଓ ସେଥିରେ କୌଣସି ପ୍ରକାରର ପୁଞ୍ଜିନିବେଶର ଆଶା ରଖିଛୁ । ବିଦ୍ୟମାନ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ଗୁଡିକ ପାଇଁ ପ୍ଲାଂଟ୍ ଓ ଉପକରଣଗୁଡିକର ବର୍ତମାନର ବୁକ୍ ଭାଲ୍ୟୁର ୫୦%ରୁ ଅଧିକ ଯେକୌଣସି ଅତିରିକ୍ତ ପୁଞ୍ଜିନିବେଶକୁ ଏକ ନୂଆ ନିବେଶ ଭାବେ ବିଚାର କରାଯିବ ଏବଂ ଏହାକୁ ସେକ୍ସନ ୮୦ଆଇବି (୧୧ଏ) ଅଧିନରେ ଏକ ୫ ବର୍ଷର ଟିକସ ଛାଡ ପାଇଁ ଯୋଗ୍ୟ କରାଯିବା ଉଚିତ । ବର୍ତମାନ ସାମୁଦ୍ରିକ ଉତ୍ପାଦଗୁଡିକର ପ୍ରକ୍ରିୟାକରଣ, ସଂରକ୍ଷଣ ଓ ପ୍ୟାକେଜିଂ ପାଇଁ ଅନୁମତି ରହିଛି କିନ୍ତୁ ଏଥିରେ ପ୍ରସ୍ତୁତି ଓ ମୂଲ୍ୟ ଯୋଗ ସାମିଲ ନାହିଁ । ତେଣୁ ଆମେ ସରକାରଙ୍କୁ ଏକ ଆୟକର ରିହାତି ପାଇଁ ଯୋଗ୍ୟ ହେବା ପାଇଁ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥର ପ୍ରସ୍ତୁତି ଓ ମୂଲ୍ୟ ଯୋଗକୁ ସେଥିରେ ଅନ୍ତର୍ଭୁକ୍ତ କରିବା ଲାଗି ଆଇନ୍‌ରେ ସଂଶୋଧନ କରିବାକୁ ଅନୁରୋଧ କରୁଛୁ ।


Share It

Comments are closed.