ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ବଡ଼ ଖୁଲାସା କଲେ ପ୍ରତ୍ୟୁଷା ବାନାର୍ଜିଙ୍କ ବାପା, କହିଲେ ଏଭଳି..
ଗତ ଚାରି ଦିନ ତଳେ ମାତ୍ର ୪୦ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ତାଙ୍କର ଏହି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ସେହିଭଳି ୨୦୧୬ ମସିହାରେ ମାତ୍ର ୨୪ ବର୍ଷ ବୟସରେ ପ୍ରତ୍ୟୁଷାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। କିନ୍ତୁ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିଲେ। ସିଦ୍ଧାର୍ଥ ଓ ପ୍ରତ୍ୟୁଷା ବହୁ ଚର୍ଚ୍ଚିତ ଧାରାବାହିକ ‘ବାଳିକା ବଧୂ’ରେ ଏକାଠି ଅଭିନୟ କରିଥିଲେ।
ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ବି ସିଦ୍ଧାର୍ଥ ଶୁକ୍ଳା ତାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ। ଏପରିକି ଲକ୍ଡାଉନ୍ ସମୟରେ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ଏନେଇ ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ ଏହା କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, କି ପ୍ରତ୍ୟୁଷାର ମୃତ୍ୟୁ ପରେ ଅନେକ ଲୋକ ସିଦ୍ଧାର୍ଥଙ୍କ ସହିତ ତା’ର ସମ୍ପର୍କ ଥିଲା ବୋଲି କହିଥିଲେ। ତେଣୁ ସିଦ୍ଧାର୍ଥ ଆଉ ଆମ ଘରକୁ ଆସୁ ନଥିଲେ। ହେଲେ ଘରକୁ ଆସିବା ବନ୍ଦ କରି ଦେଇଥିଲେ ମଧ୍ୟ ଆମ ସହିତ ଯୋଗାଯୋଗରେ ଥିଲେ। ଅନେକ ସମୟରେ ସେ ହ୍ୱାଟ୍ସଆପ୍ରେ ମେସେଜ୍ କରି ଆମର ଭଲମନ୍ଦ ବୁଝୁଥିଲେ ।
ଏହା ସହ ସେ ଆହୁରି କହିଛନ୍ତି, ଲକ୍ଡାଉନ୍ ବେଳେ ସିଦ୍ଧାର୍ଥ ନିୟମିତ ଭାବେ ଆମ କଥା ବୁଝୁଥିଲେ। ଆମର ଆର୍ଥିକ ସ୍ଥିତି ବିଷୟରେ ମଧ୍ୟ ପଚାରୁଥିଲେ। କେବଳ ଏତିକି ନୁହଁ ଏମିତିକି ଆମେ ମନା କଲେ ବି ଜୋର କରି ୨୦ ହଜାର ଟଙ୍କା ବି ପଠାଉଥିଲେ । ମୁଁ ସିଦ୍ଧାର୍ଥଙ୍କୁ ମୋ ପୁଅ ଭଳି ଭାବେ। ଏବେ ସିଦ୍ଧାର୍ଥଙ୍କ ସହିତ ବିତାଇଥିବା ସେହି ସବୁ ଦିନ ଗୁଡ଼ିକୁ ମନେ ପକାଇ ତାଙ୍କୁ ଝୁରି ହେଉଛନ୍ତି ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ।
ସୂଚନାଯୋଗ୍ୟ, ମଡେଲିଂରୁ ଅଭିନୟ ଦୁନିଆକୁ ଆସିଥିଲେ ସିଦ୍ଧାର୍ଥ। ୨୦୦୮ରେ ସେ ଟେଲିଭିଜନ ଶୋ’ ‘ବାବୁଲ କା ଆଙ୍ଗନ ଛୁଟେ ନା’ରେ ଡେବ୍ୟୁ କରିଥିଲେ। ତେବେ ସେ ‘ବାଳିକା ବଧୂ’ରେ ଲିଡ୍ ରୋଲ୍ କରି ସେ ଷ୍ଟାର ପାଲଟି ଯାଇଥିଲେ। ପରେ ‘ବିଗ୍ ବସ୍ ୧୩’ କୁ ଆସି ବିଜେତା ହୋଇଥିଲେ।ଏହା ପରେ ସେ ‘ଖତରୋଁ କେ ଖିଲାଡ଼ୀ ୭’ ମଧ୍ୟ ଜିତିଥିଲେ।
Comments are closed.