ନେପାଳରେ ଶାସନାଧିନ କମ୍ୟୁନିଷ୍ଟ ପାର୍ଟିରେ ଫାଟ, ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କଲେ କାର୍ଯ୍ୟକାରୀ ଅଧ୍ୟକ୍ଷ ‘ପ୍ରଚଣ୍ଡ’
ନେପାଲରେ ଶାସନାଧିନ ଥିବା ନେପାଲ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଖୁବ ଜୋରସେ ଗୋଷ୍ଠୀ କନ୍ଦଳ ଦେଖାଦେବା ପରେ ବର୍ତ୍ତମାନ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କୃଷ୍ଣ କମଲ ଦହଲ ‘ପ୍ରଚଣ୍ଡ’ ଗୁରୁବାର ଦିନ ରାଷ୍ଟ୍ରପତି ବିଦୟା ଦେବୀ ଭଣ୍ଡାରୀଙ୍କ ସହ ସାକ୍ଷାତ କରିଛନ୍ତି ।
ରାଷ୍ଟ୍ରପତି ଭଣ୍ଡାରୀ ସଂସଦରେ ବଜେଟ ଅଧିବେଶନକୁ ସ୍ଥଗିତ ରଖିବାକୁ ଘୋଷଣା କରିବାର କିଛି ଘଣ୍ଟା ପରେ ପ୍ରଚଣ୍ଡ ତାଙ୍କ ସହ ସାକ୍ଷାତ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଜାଣିବାକୁ ଏହା ମିଳିଛି କି, ଏନସିପିର ପୂର୍ବ ନେତ୍ରୀ ଭଣ୍ଡାରୀ ଶାସନାଧିନ ପାର୍ଟି ମଧ୍ୟରେ ଥିବା ମତଭେଦ ସଂପର୍କରେ ଜାଣିବାକୁ ପାଇଛନ୍ତି । ଏହାର ପୂର୍ବ ଦିନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରାଷ୍ଟ୍ରପିତଙ୍କ ସହ ସାକ୍ଷାତ କରି ବଜେଟ ଅଧିବେଶନକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ ।
Comments are closed.