ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭାସ


 

ଫିଲ୍ମ ‘ରାଧେ ଶ୍ୟାମ’କୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏଥିରେ ପ୍ରଭାସ ପରଦାରେ ପ୍ରଥମ ଥର ପାଇଁ ପୂଜା ହେଗଡେଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ। ଷ୍ଟାରକାଷ୍ଟ ଫିଲ୍ମକୁ ଜୋର୍ ସୋରରେ ପ୍ରମୋସନ୍ କରୁଛନ୍ତି। ଏଥି ମଧ୍ୟରେ ପ୍ରଭାସଙ୍କ ବିବାହକୁ ନେଇ ଖୁବ୍ ଆଲୋଚନା ହେଉଛି। ସମ୍ପ୍ରତି, ତ୍ୟାଗି ଜ୍ୟୋତିଷ ଆଚାର୍ଯ୍ୟ ବିନୋଦ କୁମାର ପ୍ରଭାସଙ୍କ ବିବାହ ଭବିଷ୍ୟବାଣୀ ବିଷୟରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇଛି ।

ପ୍ରଭାସ ଏହି ଫିଲ୍ମରେ ଜଣେ ପାଲମିଷ୍ଟ ବିକ୍ରମାଦିତ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ପ୍ରମୋସନ୍ କରିବା ପାଇଁ ମେକର୍ସ ସାରା ଦେଶର ସିନେମା ହଲ୍ ବାହାରେ ଜ୍ୟୋତିଷଙ୍କୁ ବସାଇଛନ୍ତି। ଯିଏକି ଲୋକଙ୍କ ହାତ ଦେଖି ତାଙ୍କ ଫ୍ୟୁଚର୍ କହୁଛନ୍ତି। ଏହି ସମୟରେ ଜ୍ୟୋତିଷ ଆଚାର୍ଯ୍ୟ ବିନୋଦ କୁମାର ଫିଲ୍ମର ଲିଡ ଷ୍ଟାରଙ୍କ ବିଷୟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପ୍ରଭାସଙ୍କ ସହ ଜଡିତ ଅନେକ କଥା ସେୟାର କରିଛନ୍ତି। ସେ କହିଛନ୍ତି ୨୦୨୨ ବର୍ଷ ଅଭିନେତାଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି ଏବଂ ତାଙ୍କର ଅନେକ ନୂଆ ବନ୍ଧୁ ହେବେ। ତାଙ୍କୁ ଅତୁଳନୀୟ ସଫଳତା ପ୍ରାପ୍ତ ହେବ। ଭିଡିଓରେ ଅନେକ ଲୋକ ପଚାରିଛନ୍ତି ପ୍ରଭାସ କେବେ ବିବାହ କରିବେ। ଅଭିନେତାଙ୍କ କୁଣ୍ଡଳୀ ଦେଖି ସେ ଭବିଷ୍ୟବାଣୀ କରିଛନ୍ତି, ଅକ୍ଟୋବର ୨୩, ୨୦୨୨ ରୁ ତାଙ୍କ ବିବାହ ଯୋଗ ରହୁଛି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଭାସ ଅକ୍ଟୋବର ୨୦୨୩ ପୂର୍ବରୁ କାହାକୁ ବିବାହ କରିପାରନ୍ତି। ଭିଡିଓର କ୍ୟାପସନରେ ଜ୍ୟୋତିଷ ଲେଖିଛନ୍ତି @actorprabhas “ଖୁବ୍ ଶୀଘ୍ର” ବିବାହ କରିବାକୁ ଯାଉଛନ୍ତି! ସବୁଠୁ ସୁନ୍ଦର ପ୍ୟାନ୍ ଇଣ୍ଡିଆ ଷ୍ଟାରଙ୍କ ପାଇଁ ମୋର ଭବିଷ୍ୟବାଣୀ, ଯିଏ ଖୁବ୍ ଶୀଘ୍ର # ରାଧେଶ୍ୟାମରେ ଜଣେ ହସ୍ତରେଖାବିଦ୍ ଭୂମିକାରେ ନଜର ଆସିବେ।


Share It

Comments are closed.