ଭ୍ୟାନ ଧକ୍କାରେ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ

Share It

ସୋମବାର ଗଂଜାମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ ଦୁର୍ଘଟଣାରେ ଜଣେ ପୋଲିସ କନେଷ୍ଟବଳ ମୃତ୍ୟୁ ଏବଂ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ଟି ବ୍ରହ୍ମପୁର ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ଇନ୍ଦିରା ଆୱାସ ନିକଟରେ ଘଟିଥିଲା ।
ମୃତକ କନେଷ୍ଟବଳଙ୍କ ନାମ ଅନିଲ ନାୟକବୋଲି ଜଣାପଡିଛି । ସେ ୨୦୧୮ରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଦ୍ରୁତ ଗୋତିରେ ଆସୁଥିବା ଏକ ପିକଅପ ଭ୍ୟାନ ଏକ ବାଇକକୁ ଧକ୍କା ଦେଇଥିଲା , ଯାହା ଫଳରେ ୩ ଗୁରୁତର ଭାବେ ଆହାତ ହୋଇଥିଲେ । ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ତୁରନ୍ତ ଏମକେସିଜି ମେଡିକାଲ ସ୍ଥାନାନ୍ତରିତ କରିଥିଲେ ।
ଗୁରୁତର ୩ ଜଣଙ୍କ ମଧ୍ୟରୁ ଜଣେ, କନେଷ୍ଟବଳ ଅନିଲ କୁମାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି


Share It

Comments are closed.