ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଶୁକ୍ରବାର ଭାରତର ଅନେକ ରାଜ୍ୟରେ ହୋଲି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
होली के पावन अवसर पर सभी देशवासियों को हार्दिक बधाई एवं शुभकामनाएं।
रंगों का पर्व होली, सामुदायिक सद्भाव और मेल-मिलाप का जीवंत उदाहरण है। यह वसंत ऋतु के आगमन का शुभ समाचार लेकर आता है।
मेरी कामना है कि यह त्योहार सभी देशवासियों के जीवन में आनंद, उमंग और नई ऊर्जा का संचार करे।
— President of India (@rashtrapatibhvn) March 18, 2022
ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ, ହୋଲି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ରଙ୍ଗର ପର୍ବ ହୋଲି ସଦଭାବନା ଓ ବନ୍ଧୁତ୍ୱର ଜୀବନ୍ତ ଉଦାହରଣ ଅଟେ । ଏହା ବସନ୍ତ ଋତୁ ଆଗମନର ଶୁଭ ସମାଚାର ନେଇ ଆସିଥାଏ । ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଓ ଶକ୍ତି ଆଣିଦେଉ ।
आप सभी को होली की हार्दिक शुभकामनाएं। आपसी प्रेम, स्नेह और भाईचारे का प्रतीक यह रंगोत्सव आप सभी के जीवन में खुशियों का हर रंग लेकर आए।
— Narendra Modi (@narendramodi) March 18, 2022
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି ଯେ, ସମସ୍ତଙ୍କୁ ହୋଲିର ଶୁଭକାମନା । ପରସ୍ପର ସହ ଭଲ ପାଇବା, ସ୍ନେହ, ଭାଇଚାରାକ ପ୍ରତୀକ ହେଉଛି ହୋଲି । ସମସ୍ତଙ୍କ ଜୀବନରେ ହୋଲି ରଙ୍ଗ ଭରିଦେଉ ।
Comments are closed.