ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ Prime Minister

Share It

ଭୁବନେଶ୍ୱର : ୫୩ ବର୍ଷରେ ପଦାର୍ପଣ କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi । ଏହି ଅବସରରେ Prime Minister Narendra Modi  ତାଙ୍କୁ ଜନ୍ମ ଦିନ ଅବସରରେ ଶୁଭକାମନା ଜଣାଇବା ସହ ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ତାଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ।
Prime Minister ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhiଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି।”
ଲୋକଙ୍କ ସେବା ପାଇଁ ଦୀର୍ଘ ଏବଂ ସୁସ୍ଥମୟ ଜୀବନଯାପନ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଥାଉକି ଶ୍ରୀ ମାଝି ୧୯୭୨ ମସିହା କେଉଁଝର ଜିଲ୍ଲାର ସାନ୍ତାଳୀ ପରିବାରରୁ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୯୭ ମସିହାରେ ସରପଂଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୨୦୨୪ରେ ସରକାର ପରିବର୍ତ୍ତନ ପରେ ସେ ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ।


Share It

Comments are closed.