ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

Share It

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେଡି ସୁପ୍ରିମୋ ତଥା ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ ବୋଲି ବିଜେଡି ସୁପ୍ରିମୋ ସୂଚନା ଦେଇଛନ୍ତି । ଶ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ପ୍ରକାଶ ଥାଉକି ଶ୍ରୀ ନବୀନ ପଟ୍ଟନାୟକ ଡିହାଇଡ୍ରେସନ କାରଣରୁ ଗତ ରବିବାରରୁ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଶ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସେ ସୁସ୍ଥ ହୋଇ ଘରକୁ ଫେରବା ପରେ ତାଙ୍କ କର୍ମକର୍ତ୍ତାଙ୍କୁ ନବୀନ ନିବାସ ଆସିବା ପାଇଁ ପରାମର୍ଶ ଦେଇଛନ୍ତି ।


Share It

Comments are closed.