୧୦ ଖେଳାଳୀ ଯାହାଙ୍କର ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ ଅସମ୍ଭବ

Share It

ହନୁମା ବିହାରୀ : ୨୦୨୧ରୁ ସିଡନି ଟେଷ୍ଟର ହିରୋ ହନୁମା ବିହାରୀଙ୍କୁ ଭାରତୀୟ ଦଳର ଆଗାମୀ ଟେଷ୍ଟ ହିରୋ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ୨୦୨୨ ପର ଠାରୁ ତାଙ୍କୁ ଖେଳିବାକୁ ସୁଯୋଗ ମିଳୁ ନାହିଁ ।
ଚହଲ : ଷ୍ଟାର ଲେଗ ସ୍ପିନର ୟୁଜବିନ୍ଦ୍ର ଚହଲଙ୍କୁ ମଧ୍ୟ ଦଳରେ ପୁଣି ଦେଖିବା କଷ୍ଟକର ବୋଲି ଜଣା ପଡିଲାଣି । ୩୫ ବର୍ଷିୟ ଚହଲ ୨ ବର୍ଷ ହେବ ଦଳକୁ ଆଉ ପ୍ରତ୍ୟାବର୍ତ୍ତନ କରି ପାରିନାହାନ୍ତି ।
ରାହାଣେ : ଭାରତୀୟ ଦଳର ଅଧିନାୟକତ୍ୱ କରିସାରିଥିବା ରାହାଣେଙ୍କ ପାଇଁ ଭାରତୀୟ ଦଳର ରାସ୍ତା ବର୍ତ୍ତମାନ ବନ୍ଦ ଜଣାପଡୁଛି । ତାଙ୍କୁ ଦଳରେ ଦିଲିପ ଟ୍ରଫିରେ ମଧ୍ୟ ସ୍ଥାନ ମିଳିଲା ନାହିଁ ।
ଚେତେଶ୍ୱର ପୂଜାରା : ଚେତେଶ୍ୱର ପୂଜାରା ବର୍ତ୍ତମାନ କମେଣ୍ଟ୍ରି ମଧ୍ୟ ଆରମ୍ଭ କରି ସାରିଲେଣି । ଭାରତ ପାଇଁ ୧୦୦ରୁ ଉର୍ଦ୍ଧ୍ୱ ଟେଷ୍ଟ ଖେଳିଥିବା ପୂଜାରା କେବେ ସନ୍ୟାର ଘୋଷଣା କରିପାରନ୍ତି ।
ବିଜୟ ଶଙ୍କର : ୨୦୧୯ ବିଶ୍ୱକପରେ ବିଜୟ ଶଙ୍କର ଭାରତୀୟ ଦଳର ଅଂଶ ଥିଲେ । ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଆହାତ ହୋଇଥିବା କାରଣରୁ ବାହାର ହୋଇଥିବା ବିଜୟ ଆଉ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି ।
ଜୟଦେବ ଉନାଡକଟ : ୩୨ ବର୍ଷିୟ ଜୟଦେବ ଉନାଡକଟ ୨୦୧୦ରେ ଭାରତୀୟ ଦଳ ପାଇଁ ଡେଭ୍ୟୁ କରିଥିଲେ । ୨୦୨୩ରେ ତାଙ୍କୁ ଦିନିକିଆ ଆଉ ଟେଷ୍ଟ ଖେଳିବା ସୁଯୋଗ ମିଳିଥିଲା କିନ୍ତୁ ତା ପର ଠାରୁ ସେ ବାହାରେ ଅଛନ୍ତି ।
ଅମିତ ମିଶ୍ରା : ୪୨ ବର୍ଷିୟ ମିଶ୍ରା ଔପଚାରିକ ଭାବେ ଆନ୍ତର୍ଜାତିକ ମ୍ୟାଚରୁ ସନ୍ୟାସ ନେଇ ନାହାନ୍ତି । ଗତ ୮ ବର୍ଷ ତଳେ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ ।
ମନିଷ ପାଣ୍ଡେ : ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେ ୨୦୨୧ ପର ଠାରୁ ଭାରତୀୟ ଦଳରେ ସ୍ଥାନ ମିଳି ନାହିଁ । ନିଜ କ୍ୟାରିୟରେ ୨୯ ଦିନିକିଆ ଏବଂ ୩୯ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି ।
ହର୍ଷଲ ପଟେଲ : ଭାରତୀୟ ଦଳରେ ଅନେକ ଉତ୍ତମ ଦ୍ରୁତ ବୋଲର ଆସି ସାରିଛନ୍ତି । ହର୍ଷଲ ପଟେଲ ଆଇପିଏଲରେ ଖୁବ ସୁନ୍ଦର ପ୍ରଦର୍ଶନ ଦେଖାଉଛନ୍ତି କିନ୍ତୁ ତାଙ୍କର ଇକୋନୋମି ବହୁତ ଅଧିକ ଅଟେ ।
ଦିପକ ହୁଡ୍ଡା : ୧୦ ଦିନିକିଆ ଓ ୨୧ ଟି-୨୦ ମ୍ୟାଚ ଖେଳିଥିବା ଦିପକ ହୁଡ୍ଡାଙ୍କର ପ୍ରଦର୍ଶନ ଆଇପିଏଲରେ ମଧ୍ୟ ଚାଲି ନାହିଁ । ସେ ବି ଦୁଇ ବର୍ଷ ହେବ ଭାରତୀୟ ଦଳରୁ ବାହାରେ ଅଛନ୍ତି ।


Share It

Comments are closed.