ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ଦେଶବ୍ୟାପୀ ଶୁଭାରମ୍ଭ ହେବାକୁ ଯାଉଛି ୭୭ଟି ନୂଆ ଟେକ୍ନୋଲୋଜି ସକ୍ଷମ ବିଦ୍ୟାପୀଠ ଅଫ୍‌ଲାଇନ ସେଂଟର

Share It

ଭୁବନେଶ୍ୱର:  ଭାରତବ୍ୟାପୀ ସୁଲଭ ଓ ଉଚ୍ଚମାନର ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପ୍ରତିବଦ୍ଧ ରହିଥିବା ଭାରତର ଅଗ୍ରଣୀ ମଲ୍ଟିନ୍ୟାଶନାଲ ଏଡ୍‌ଟେକ କମ୍ପାନୀ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷରେ ଦେଶବ୍ୟାପୀ ୭୭ଟି ନୂଆ ଅଫ୍‌ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ଣ୍ଣିଂ ସେଂଟର୍‌ର ଶୁଭାରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନୂଆ ସେଂଟରଗୁଡିକ ତାମିଲନାଡୁ, ଗୁଜରାଟ, ଜମ୍ମୁକଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟଗୁଡିକରେ ପରିବ୍ୟାପ୍ତ ରହିବ । ଏହି ସମ୍ପ୍ରସାରଣ ପ୍ରଭାବୀ ରୂପେ ପିଡବ୍ଲ୍ୟ୍ରୁର ଅଫ୍‌ଲାଇନ ଉପସ୍ଥିତିକୁ ୧୪୧ଟି ସହରରେ ୨୦୩ଟି ସେଂଟରକୁ ଦୁଇ ଗୁଣ ବୃଦ୍ଧି କରିବ । ପିଡବ୍ଲ୍ୟୁର ବର୍ତମାନ ଦେଶବ୍ୟାପୀ ୧୨୬ଟି ବିଦ୍ୟାପୀଠ ଓ ପାଠଶାଳା ସେଂଟର୍  ରହିଛି । ଏହି ରଣନୈତିକ ଅଭିବୃଦ୍ଧି ମାଧ୍ୟମରେ  ପିଡବ୍ଲ୍ୟୁ  ଟିୟର ୨ ଓ ଟିୟର ୩ ସହରଗୁଡିକରେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଦ୍ଧିଷ୍ଟ ଧ୍ୟାନ ସହିତ ଗୁଣାତ୍ମକ ଶିକ୍ଷା ପାଇଁ ପହଂଚକୁ ବହୁମାତ୍ରାରେ ବୃଦ୍ଧି କରିବ ।ଏହି ଅବସରରେ ସେଂଟର ମୁଖ୍ୟ ଶୁଜା ଅହମ୍ମଦ ଏବଂ ବ୍ୟବସାୟ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଛୋଟରାୟ ଉପସ୍ଥିତ ରହି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ।

ପିଡବ୍ଲ୍ୟୁର ଅଫ୍‌ଲାଇନ ସେଗ୍‌ମେଂଟ୍ ଦୁଇଟି ମଡେଲ- ବିଦ୍ୟାପୀଠ (ଭିପି) ଓ ପାଠଶାଳାରେ ବିଭାଜିତ ହୋଇଛି । ବିଦ୍ୟାପୀଠଗୁଡିକ ଟେକ୍‌-ସକ୍ଷମ ଅଫ୍‌ଲାଇନ ସେଂଟର ଅଟେ ଯେଉଁଠାରେ ଛାତ୍ରଛାତ୍ରୀମାନେ ଦକ୍ଷ ଶିକ୍ଷକ ଶିକ୍ଷାର୍ଥୀଙ୍କ ନେତୃତ୍ୱାଧୀନ ଇନ୍‌-ପର୍ସନ କ୍ଲାସରେ ଯୋଗ ଦେଇଥାନ୍ତି । ପାଠଶାଳା ମଡେଲ ଏହାର ସ୍ୱତନ୍ତ୍ର ଦୁଇ ଜଣ ଶିକ୍ଷକ ବ୍ୟବସ୍ଥା ସହିତ ଏକ ଅଧିକ ଅଭିନବ ଦୃଷ୍ଟିକୋଣ ପ୍ରଦାନ କରୁଛି । ପାଠଶାଳା ସେଂଟରଗୁଡିକରେ  ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିବା ଶିକ୍ଷକଙ୍କ ଦ୍ୱାରା ଶିଖାଯାଉଥିବା ଫିଜିକାଲ କ୍ଲାସ୍‌ରେ ଯୋଗ ଦେଉଥିବା ବେଳେ ଜଣେ ୨ୟ ଶିକ୍ଷକ ସନ୍ଦେହ ଓ ପ୍ରଶ୍ନର ସମାଧାନ ପାଇଁ ଶ୍ରେଣୀଗୃହଗୁଡିକରେ ଶାରୀରିକ ରୂପେ ଉପସ୍ଥିତ ରହିଥାନ୍ତି ।ଏହି ମଡେଲ ନିଜର ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠିତ ଶିକ୍ଷକଙ୍କ ବିଶେଷଜ୍ଞତାରୁ ଉପକୃତ ହେବା ପାଇଁ ଅନୁମତି ଦେଇଥାଏ । ଉଭୟ ମଡେଲକୁ ଏକତ୍ରିତ କରି ପିଡବ୍ଲ୍ୟୁ ପ୍ରଭାବୀ ରୂପେ ଡିଜିଟାଲ ଓ ଫିଜିକାଲ ଶିକ୍ଷା ପରିବେଶକୁ ମିଶ୍ରଣ କରୁଛି, ନିରନ୍ତର ଭାବେ ଦେଶର ପ୍ରତ୍ୟେକ କୋଣକୁ ଉଚ୍ଚମାନର ଶିକ୍ଷା ବିତରଣ କରୁଛି ।

ଏସମ୍ପର୍କରେ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ)ର ସିଇଓ ଅଫ୍‌ଲାଇନ, ଅଙ୍କିତ ଗୁପ୍ତା କହିଛନ୍ତି, “ପିଡବ୍ଲ୍ୟୁରେ ଆମେ ସବୁବେଳେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଓ ଉନ୍ନତିକୁ ପ୍ରାଥମିକତା ଦେଇଥାଉ । ଅଧିକ ସେଂଟର ଖୋଲି ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପାଇବା ପାଇଁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡିବ ନାହିଁ, ଯାହା ସେମାନଙ୍କର ଆର୍ଥିକ ବୋଝକୁ ହ୍ରାସ କରିବ । ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି, ଦେଶବ୍ୟାପୀ ଅଧିକ ଶିକ୍ଷା କେନ୍ଦ୍ର ସ୍ଥାପନ କରି, ଆମେ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇଁ ଗୋଟିଏ ସହର କିମ୍ବା ରାଜ୍ୟରୁ ଅନ୍ୟତ୍ର ସ୍ଥାନାନ୍ତର ହେବା ସମୟରେ ସମ୍ମୁଖୀନ ହେଉଥିବା ମାନସିକ ଓ ଭାବନାତ୍ମକ ଚାପକୁ ଦୂର କରିବାକୁ ଚାହୁଁଛୁ ।” ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ନିକଟରେ ନ୍ୟାଶନାଲ ସ୍କଲାରସିପ କମନ ଆଡ୍‌ମିଶନ ଟେଷ୍ଟ (ଏନ୍‌ଏସ୍‌ଏଟି) ୨୦୨୪ର ଏହାର ୩ୟ ସଂସ୍କରଣର ଆୟୋଜନ କରିଥିଲା ଯାହାକୁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ବିକଳ୍ପରେ ଆୟୋଜିତ କରାଯାଇଥିଲା ।

ଏହା ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ପହଂଚଯୋଗ୍ୟ କରିଛି । ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ କୋଟି ଟଙ୍କାର ଏକ ବୃତି ପାଣ୍ଠି ପ୍ରସ୍ତୁତ କରାଯାଇଥିଲା, ଯାହା ଏହାକୁ ସବୁଠାରୁ ବଡ ବୃତି ପରୀକ୍ଷାରେ ପରିଣତ କରୁଛି । ଏହି ଅଭିଯାନ ନିଟ୍‌-ୟୁଜି ଓ ଆଇଆଇଟି-ଜେଇଇ ପରୀକ୍ଷାରେ ସଫଳତା ପାଇବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆର୍ଥିକ ସ୍ଥିତି ନିର୍ବିଶେଷରେ ଉନ୍ନତ ଶିକ୍ଷା ଓ ବିଶେଷଙ୍କ ମାର୍ଗଦର୍ଶନ ପ୍ରଦାନ କରି ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।୨୦୨୪-୨୫ ଶିକ୍ଷାବର୍ଷରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପିଡବ୍ଲ୍ୟୁର ବିଦ୍ୟାପୀଠ ଓ ପାଠଶାଳା ସେଂଟରରେ ନାମ ଲେଖାଇଥିଲେ, ଯାହା ଭାରତରେ ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପିଡବ୍ଲ୍ୟୁର  ଲକ୍ଷ୍ୟରେ ବଢୁଥିବା ବିଶ୍ୱାସକୁ ପ୍ରତିଫଳନ କରୁଛି । ପିଡବ୍ଲ୍ୟୁ ଆଗାମୀ ଶିକ୍ଷା ବର୍ଷରେ ଆଉ ୨୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଫଳ ହେବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଓ ସଂଶାଧନ ପ୍ରଦାନ କରିବା ପ୍ରତି ସମର୍ପିତ ରହିଛି, ଏହା ଶିକ୍ଷା ଯେପରି ସମସ୍ତଙ୍କ ପାଇଁ ସଶକ୍ତିକରଣ


Share It

Comments are closed.