ଫୋନପେ’ର ଇଣ୍ଡସ ଆପଷ୍ଟୋର ବର୍ତମାନ ୧୦ କୋଟି ଡିଭାଇସରେ ଉପଲବ୍ଧ
ଭୁବନେଶ୍ୱର : ଭାରତର ନିଜସ୍ୱ ଆଣ୍ଡ୍ରଏଡ ଆପ ମାର୍କେଟପ୍ଲେସ ଇଣ୍ଡସ ଆପଷ୍ଟୋର, ୧୦ କୋଟି ଡିଭାଇସରେ ଉପଲବ୍ଧ ହେବାର ମାଇଲଖୁଂଟ ଅତିକ୍ରମ କରିଛି । ଏହି ସଫଳତାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହି ଆପ ଷ୍ଟୋରର ସ୍ଥାନୀୟକରଣ ବୈଶିଷ୍ଟ୍ୟ ଯାହା ୟୁଜରମାନଙ୍କୁ ଇଂରାଜୀ ସହିତ ୧୨ଟି ଭାରତୀୟ ଭାଷାରେ ଆପଗୁଡ଼ିକ ଖୋଜି ପାଇବାରେ ସାହାଯ୍ୟ କରେ । ୪୦% ୟୁଜର, ଏକ ଆଂଚଳିକ ଭାଷାରେ ଆପ ଷ୍ଟୋରଟିକୁ ବ୍ୟବହାର କରନ୍ତି ଯାହା ମଧ୍ୟରେ ହିନ୍ଦୀ, ମରାଠୀ, ତାମିଲ ଏବଂ ଗୁଜରାଟୀ ସବୁଠାରୁ ଲୋକପ୍ରିୟ ଅଟେ ।
ଉତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ର ପରି ରାଜ୍ୟଗୁଡ଼ିକରେ ଏହି ଆପ ଷ୍ଟୋରର ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ରହିଛି ଏବଂ କର୍ଣ୍ଣାଟକ ଓ ତେଲେଙ୍ଗାନା ପରି ରାଜ୍ୟଗୁଡ଼ିକରେ ଏକ ପ୍ରମୁଖ ୟୁଜର କେନ୍ଦ୍ର ଭାବରେ ଏହା ବିକଶିତ ହେଉଛି ।
ଭାରତର ଯୁବ ପିଢ଼ି ହେଉଛି ଇଣ୍ଡସ ଆପଷ୍ଟୋରର ସଫଳତାର ଅନ୍ୟତମ ପ୍ରମୁଖ ଚାଳିକାଶକ୍ତି । ଆପ ଷ୍ଟୋରର ୟୁଜରମାନଙ୍କ ମଧ୍ୟରୁ ୩୩.୭% ହେଉଛନ୍ତି ୧୮-୨୭ ବର୍ଷ ବୟସର ଜେନ-ଜେଡ ଏବଂ ଯଦି ୨୭-୪୪ ବର୍ଷ ବୟସର ଜେନ-ୱାଇଙ୍କୁ ସେମାନଙ୍କ ସହ ଯୋଡ଼ାଯାଏ, ତେବେ ୪୫ ବର୍ଷ ବୟସରୁ କମ ବୟସର ୟୁଜରମାନଙ୍କ ସଂଖ୍ୟା ପ୍ରାୟ ୯୩.୫% ହେବ ।
ଇଣ୍ଡସ ଆପଷ୍ଟୋରର ମୁଖ୍ୟ ୟୁଜର ହେଉଛନ୍ତି ଟିୟର-୩ ସହରରେ ରହୁଥିବା ୨୮ ରୁ ୪୪ ବର୍ଷ ବୟସର ପୁରୁଷ । ୭୦.୬% ୟୁଜର ଟିୟର-୩ ଅଂଚଳର ବାସିନ୍ଦା ଅଟନ୍ତି ଯାହା ଗ୍ରାମୀଣ ଏବଂ ଛୋଟ ସହରଗୁଡ଼ିକରେ ଏହାର ଉପସ୍ଥିତି ସମ୍ପର୍କରେ ଏକ ଜ୍ୱଳନ୍ତ ପ୍ରମାଣ ଅଟେ ।
ଇଣ୍ଡସ ଆପଷ୍ଟୋରରେ ବିଭିନ୍ନ ବର୍ଗର ଆପ ରହିଛି ଯାହା ମଧ୍ୟରୁ ସୋସିଆଲ ମିଡିଆ ଆପଗୁଡ଼ିକ ସାରା ଦେଶରେ ସବୁଠାରୁ ଲୋକପ୍ରିୟ ଅଟନ୍ତି । ଏହା ପଛକୁ ଯୋଗାଯୋଗ, ମନୋରଞ୍ଜନ ଏବଂ ଆର୍ôଥକ ଆପଗୁଡ଼ିକ ରହିଛନ୍ତି ।
ଏହି ମାଇଲଖୁଂଟ ଅତିକ୍ରମ କରିବାର ଆନନ୍ଦକୁ ପରିପ୍ରକାଶ କରିବାକୁ ଯାଇ ଇଣ୍ଡସ ଆପଷ୍ଟୋରର ମୁଖ୍ୟ ବ୍ୟବସାୟିକ ଅଧିକାରୀ ପ୍ରିୟା ଏମ ନରସିମହାନ କହିଛନ୍ତି “୧୦ କୋଟିର ମାଇଲଖୁଂଟ କୁ ଅତିକ୍ରମ କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ ତଥା ଭାରତ ପାଇଁ ଏକ ସର୍ବବ୍ୟାପକ ଆପ ଷ୍ଟୋର ନିର୍ମାଣର ଅଭିଯାନରେ ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଆମେ ଆମର ୟୁଜରମାନଙ୍କୁ ଏକ ସୁଗମ, ନିରାପଦ ଏବଂ ସମୃଦ୍ଧ ଆପ ଚୟନର ଅନୁଭୂତି ପ୍ରଦାନ କରିବା ଜାରି ରଖିବୁ ଯାହା ଇଣ୍ଡସ ଆପଷ୍ଟୋରକୁ କେବଳ ଆପଗୁଡ଼ିକର ଏକ ପ୍ରାଥମିକ ଉତ୍ସ ନୁହେଁ, ବରଂ ଏକ ପ୍ଲାଟଫର୍ମରେ ପରିଣତ କରିବ ଯେଉଁଠାରେ ୟୁଜରମାନେ ସେମାନଙ୍କ ପାଇଁ ଉପଯୋଗୀ ଆପ ଖୋଜି ନେଇପାଇବେ । ଆମେ ଡେଭଲପରମାନଙ୍କୁ ସମର୍ଥନ କରିବା ଜାରି ରଖିବା ସହ ସମାନ ସୁଯୋଗ ପ୍ରଦାନ କରିବୁ ଯାହା ସେମାନଙ୍କୁ ଭାରତୀୟ ଆଞ୍ଚଳିକ ଏବଂ ସାଂସ୍କୃତିକ ପୃଷ୍ଠଭୂମିରେ ନିର୍ମିତ ବୈଶିଷ୍ଟ୍ୟ ମାଧ୍ୟମରେ ସଠିକ ୟୁଜରମାନଙ୍କ ପାଖରେ ପହଞ୍ଚିବା ଏବଂ ବିତରଣ କରିବାରେ ସାହାଯ୍ୟ କରିବ ।”
ଏଠାରେ ଉପସ୍ଥାପିତ ସମସ୍ତ ଡାଟା ଏବଂ ୟୁଜର ଇନସାଇଟଗୁଡ଼ିକ ଇଣ୍ଡସ ଆପଷ୍ଟୋରର ଶୁଭାରମ୍ଭଠାରୁ ଆଜି ପର୍ଯ୍ୟନ୍ତ ୟୁଜରମାନଙ୍କ ବିଶ୍ଳେଷଣ ଆଧାରରେ ପ୍ରସ୍ତୁତ କରାଯାଇଛି ।
Comments are closed.