ଫୋନପେ’ର ଇଣ୍ଡସ୍ ଆପଷ୍ଟୋର ଏବଂ ଆଲକାଟେଲ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା
ଭୁବନେଶ୍ୱର: ଇଣ୍ଡସ୍ ଆପଷ୍ଟୋର ପକ୍ଷରୁ ଆଲକାଟେଲ୍ ସହିତ ଏକ ଗୁରୁତ୍ୱପୂ୍ର୍ଣ୍ଣ ସହଯୋଗିତା ଘୋଷଣା କରାଯାଇଛି । ଏହି ଦୀର୍ଘମିଆଦି ଭାଗିଦାରୀ ଅନ୍ତର୍ଗତ ଇଣ୍ଡସ୍ ଆପଷ୍ଟୋର ଭାରତର ସମସ୍ତ ଆଲକାଟେଲ୍ ସ୍ମାର୍ଟଫୋନରେ ଏକ ପ୍ରି-ଇନ୍ଷ୍ଟଲ୍ ଆପ୍ ଷ୍ଟୋର ଭାବେ ଉପଲବ୍ଧ ହେବ । ଫୋନପେ’ସ ଇଣ୍ଡସ୍ ଆପଷ୍ଟୋରରେ ୪୫ଟି ବିଭାଗରେ ଯାଂଚ ହୋଇଥିବା ମୋବାଇଲ୍ ଆପ୍ ଏବଂ ଗେମ୍ସର ଏକ ବିଶାଳ ସଂଗ୍ରହ ରହିଛି । ଏହା ୧୨ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି ଏବଂ ୧୦ଟି ଆଂଚଳିକ ଭାଷାରେ ଭଏସ୍ ସର୍ଚ୍ଚ ସୁବିଧା ଦେଉଛି ଏବଂ ଏକ ଭିଡିଓ ଆଧାରିତ ଆପ୍ ଅନ୍ୱେଷଣ ଅନୁଭୂତି ପ୍ରଦାନ କରଛି ଯାହା ବ୍ୟବହାରକାରୀଙ୍କୁ ଡାଉନଲୋଡ୍ କରିବା ପୂର୍ବରୁ ଆପ୍ଗୁଡ଼ିକୁ ପ୍ରିଭ୍ୟୁ କରିବାର ସୁଯୋଗ ଦେଉଛି ।
ଆନ୍ତର୍ଜାତୀୟ ବଜାରରେ \”ଆଲକାଟେଲ୍\” ବ୍ରାଣ୍ଡକୁ ପ୍ରତିନିଧିତ୍ୱ ଏବଂ ପରିଚାଳନା କରିବା ପାଇଁ ଟିସିଏଲ୍ ଠାରୁ ଏନଏକ୍ସଟିସେଲ୍ ଇଣ୍ଡିଆ ସ୍ୱତନ୍ତ୍ର ଅଧିକାର ପାଇଛି । ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ସମନ୍ୱିତ ହୋଇ ଭାରତୀୟ ଉପଯୋଗକାରୀ ଏବଂ ଡେଭଲପରମାନଙ୍କୁ ସଶକ୍ତ କରୁଥିବା ସ୍ଥାନୀୟ ପ୍ରଯୁକ୍ତି ସମାଧାନକୁ ସମନ୍ୱିତ କରିବାରେ ଏହି ସହଯୋଗିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଛି । ଇଣ୍ଡସ୍ ଆପଷ୍ଟୋର ଭାରତରେ ଶୁଭାରମ୍ଭ ହେବା ପରେ ଶୀଘ୍ର ଆଲକାଟେଲ୍ ସହିତ ହାତ ମିଳାଇଥିଲା ।
ଇଣ୍ଡସ୍ ଆପଷ୍ଟୋରର ମୁଖ୍ୟ ବ୍ୟବସାୟିକ ଅଧିକାରୀ ପ୍ରିୟା ଏମ୍. ନରସିଂହନ କହିଛନ୍ତି ଯେ, “ଆମେ ଆଲକାଟେଲ୍ ସହିତ ଭାରତରେ ସେମାନଙ୍କ ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଡ଼ି ହୋଇଥିବାରୁ ଖୁସି । ଏହି ସହଯୋଗ ଆଲକାଟେଲ୍ ବ୍ୟବହାରକାରୀଙ୍କୁ ଏକ ସ୍ଥାନୀୟ ପ୍ଲାଟଫର୍ମ ମାଧ୍ୟମରେ ଆପ୍ ଖୋଜିବା ଏବଂ ଅନୁଭବ କରିବାର ସୁଯୋଗ ଦେଇଉଛି ଯାହା ପ୍ରକୃତ ସ୍ଥାନୀୟକରଣ ଏବଂ ବ୍ୟକ୍ତିଗତକରଣ ପ୍ରଦାନ କରୁଛି । ଏହି ଭାଗିଦାରୀ ଇଣ୍ଡସ୍ ଆପଷ୍ଟୋରର ଉପସ୍ଥିିତିକୁ ବଢ଼ାଉଛି ଏବଂ ଡେଭଲପରମାନଙ୍କୁ ଏବଂ ବଜାରକୁୁ ସେମାନଙ୍କ ଆପ୍ ପ୍ରଦର୍ଶନ କରିବା ଏବଂ ସମଗ୍ର ଭାରତରେ ଅଧିକ ବ୍ୟବହାରକାରୀଙ୍କ ସହିତ ଯୋଡିବାର ସୁଯୋଗ ଦେଉଛି ।’’
ଏନ୍କ୍ସଟିସେଲ୍ ଇଣ୍ଡିଆର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଆତୁଲ୍ ବିକେକ୍ କହିଛନ୍ତି ଯେ, “ଯେତେବେଳେ ଆମେ ଆଲକାଟେଲ୍ ସ୍ମାର୍ଟଫୋନଗୁଡିକୁ ଭାରତୀୟ ବଜାରରେ ପୁନର୍ବାର ଆଣିବାକୁ ପ୍ରସ୍ତୁତ ହେଉଛୁ । ଆମର ଧ୍ୟାନ ସ୍ଥାନୀୟ ନବୀନତା ମାଧ୍ୟମରେ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ସୃଷ୍ଟି କରିବା ଉପରେ ରହିଛି । ଫୋନପେର ଇଣ୍ଡସ୍ ଆପଷ୍ଟୋର ସହିତ ଭାଗିଦାରୀ ଆମକୁ ପ୍ରଥମ ବୁଟ୍ରୁ ଭାରତୀୟ ପସନ୍ଦକୁ ଅନୁକୂଳ ଏକ ଡିଜିଟାଲ୍ ଅନୁଭୂତି ପ୍ରଦାନ କରିବାର ସୁଯୋଗ ଦେଉଛୁ । ସେମାନେ ଆରମ୍ଭରୁ ଆମ ଯାତ୍ରାର ଏକ ଅଭିନ୍ନ ଅଂଶ ଥିଲେ ଏବଂ ଆମେ ଏକ ଦୀର୍ଘମିଆଦି ଭାଗିଦାରୀ ଆଶା କରୁଛୁ । ଏହି ସହଯୋଗ ଆମର ଉପଭୋକ୍ତାମାନଙ୍କ ପାଇଁ ନବୀନତା ଏବଂ ବିଶ୍ୱସନୀୟତା ସକ୍ଷମ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ନିଶ୍ଚିତ କରୁଛି ।’’
Comments are closed.