ନୂଆ ଫିଚର ଫୋନ ୟୁଜରଙ୍କ ପାଇଁ ଫୋନପେ ଚାଲୁ କରିବ UPI ପେମେଣ୍ଟ
ଭୁବନଶ୍ୱେର :ଫୋନପେ ଲିମିଟେଡ (“ଫୋନପେ”), ଆଜି ଫିଚର ଫୋନଗୁଡ଼ିକ ପାଇଁ UPI ମାଧ୍ୟମରେ ପେମେଣ୍ଟ ଚାଲୁ କରିବାକୁ ବାର୍ତ୍ତାଳାପଭିତ୍ତିକ ଯୋଗାଯୋଗର ପ୍ଲାଟଫର୍ମ ଗପସପର ମାଲିକାନାରେ ଥିବା ‘GSPay’ ଟେକ୍ନୋଲୋଜି ଷ୍ଟାକରୁ ଏକ ଆଇପିକୁ କିଣିବା ବିଷୟରେ ଘୋଷଣା କରିଛି।
GSPay ହେଉଛି ଫିଚର ଫୋନଗୁଡ଼ିକ ପାଇଁ ଏନପିସିଆଇର ଉନ୍ନତ UPI ପେମେଣ୍ଟ ବ୍ୟବସ୍ଥାକୁ ଭିତ୍ତି କରି ବିକଶିତ କରାଯାଇଥିବା ଏକ ମୋବାଇଲ ଆପ୍ଲିକେସନ (UPI 123PAY)। ଫୋନପେ ସମ୍ପ୍ରତି ଅଧିଗ୍ରହଣ କରାହୋଇଥିବା ଏହି GSPay IPକୁ କଷ୍ଟମାଇଜ ତଥା ବିସ୍ତାର କରିବାକୁ ଯୋଜନା କରୁଛି ଏବଂ ଆଗାମୀ କିଛି ମାସ ମଧ୍ୟରେ ଭାରତରେ ନୂତନ ଫିଚର ଫୋନରେ ନିଜର ଫିଚର-ଫୋନ ଆଧାରିତ UPI ପେମେଣ୍ଟ ମୋବାଇଲ ଆପ ଚାଲୁ କରିବାକୁ ଯୋଜନା କରୁଛି।
ଫୋନପେ P2P ଟ୍ରାନ୍ସଫର, ଅଫଲାଇନ QR ପେମେଣ୍ଟ ଏବଂ ଅନ୍ୟ କୌଣସି UPI ଗ୍ରାହକଙ୍କଠାରୁ ସେମାନଙ୍କ ମୋବାଇଲ ନମ୍ବର କିମ୍ବା ନିଜସ୍ଵ-QR ମାଧ୍ୟମରେ ଟଙ୍କା ଗ୍ରହଣ କରିବା ପରି ସମସ୍ତ ମୌଳିକ UPI ବୈଶିଷ୍ଟ୍ୟଗୁଡ଼ିକ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହାର ଲକ୍ଷ୍ୟ ହେଉଛି ଫିଚର ଫୋନ ଏବଂ ସ୍ମାର୍ଟଫୋନ ୟୁଜରମାନଙ୍କ ମଧ୍ୟରେ ପେମେଣ୍ଟ ପାଇଁ ସମ୍ପୂର୍ଣ୍ଣ ଆନ୍ତଃକାର୍ଯ୍ୟକ୍ଷମତା ସୃଷ୍ଟି କରିବା ଏବଂ ଆଜି ମଧ୍ୟ ଫିଚର ଫୋନ ବ୍ୟବହାର କରୁଥିବା କୋଟି କୋଟି ଭାରତୀୟଙ୍କୁ ଭାରତୀୟ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ସାମିଲ କରିବା।
ଏହି ଅଧିଗ୍ରହଣ ବିଷୟରେ ମନ୍ତବ୍ୟ ଦେଇ ଫୋନପେ’ର ସହ-ପ୍ରତିଷ୍ଠାତା ଏବଂ ସିଇଓ ସମୀର ନିଗମ କହିଛନ୍ତି, “ଆମେ GSPay ଟେକ୍ନୋଲୋଜି ଷ୍ଟାକ ଅଧିଗ୍ରହଣ କରିବା ସହିତ ଏହାକୁ ବ୍ୟବହାର କରି ଭାରତର ବ୍ୟାପକ ସଂଖ୍ୟକ ଫିଚର ଫୋନ ୟୁଜରମାନଙ୍କ ପାଖରେ UPI ପେମେଣ୍ଟ ପହଞ୍ଚାଇ ପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଡିଜିଟାଲ ଆର୍ଥିକ ଶିଳ୍ପ ଏବଂ ବୃହତ୍ତର ଷ୍ଟାର୍ଟଅପ ଇକୋସିଷ୍ଟମରୁ ଏହି ୟୁଜରମାନେ ଚିରଦିନ ବଞ୍ଚିତ। ଆମେ ଆଶା କରୁଛୁ ଯେ ଆମେ ଏହି କୋଟି କୋଟି ଫିଚର ଫୋନ ଗ୍ରାହକଙ୍କୁ ଭାରତର ବର୍ଦ୍ଧିତ ଡିଜିଟାଲ ପେମେଣ୍ଟ ବଜାରରେ ଅଂଶଗ୍ରହଣ କରିବା ପାଇଁ ସକ୍ଷମ କରିପାରିବୁ।”
ଇଣ୍ଡଷ୍ଟ୍ରିରୁ ମିଳିଥିବା ତଥ୍ୟ ଅନୁଯାୟୀ ଭାରତରେ 2024 ମସିହା ସୁଦ୍ଧା ପ୍ରାୟ 24 କୋଟି ଫିଚର ଫୋନ ୟୁଜର ଥିଲେ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆହୁରି ପ୍ରାୟ 15 କୋଟି ଫିଚର ଫୋନ ସିପମେଣ୍ଟର ଆଶା କରାଯାଉଛି। ଏହା ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରୁ ଏପର୍ଯ୍ୟନ୍ତ ବାଦ ପଡ଼ିଥିବା ୟୁଜରମାନଙ୍କୁ ଏହି ସୁବିଧା ବ୍ୟବହାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ଯାହା ଫଳରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବୃଦ୍ଧି ପାଇବ।
Comments are closed.